ମନୋରଞ୍ଜନ

ଘର ଖାଦ୍ୟ ଖାଇ ବୋର୍ ହୋଇଗଲେ କି ଆପଣ ? ତେବେ ଥରେ ‘ମସରୁମ କଟଲେଟ’ କରନ୍ତୁ ପ୍ରସ୍ତୁତ

ସଂଧ୍ୟାରେ ବହୁତ ଅଧିକ ଭୋକ ଲାଗିବା ସହିତ ସମସ୍ତଙ୍କୁ ଏକ ସମସ୍ୟା ସବୁବେଳେ ହୋଇଥାଏ, ତାହା ହେଉଛି ଆଜି କଣ ଖାଇବା ? ଏମିତିରେ ଆପଣଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଆଜି ଆମେ ଏକ ରେସିପି ନେଇ ଆସିଛୁ। ଏହାକୁ ଆପଣ ସବୁ ପ୍ରକାରର ଚଟଣୀ ସହିତ ଖାଇପାରିବେ। କେବଳ ଏତିକି ନୁହେଁ ଆପଣଙ୍କୁ ଏହି ରେସିପି ବନାଇବା ପାଇଁ ବିଲକୁଲ ବି ଦାମୀ ସାମଗ୍ରୀ କିଣିବାକୁ ପଡିବନି। ତେବେ ଫଟାଫଟ ଜାଣନ୍ତୁ ମସରୁମ କଟଲେଟ ବନାଇବାର ବିଦ୍ଧି ଏବଂ ସାମଗ୍ରୀ।

ମସରୁମ କଟଲେଟ ପାଇଁ ସାମଗ୍ରୀ

୪୦୦ଗ୍ରାମ ମସରୁମ

୧ କପ୍ ପିଆଜ (କଟା ହୋଇଥିବା)

୨ ଟେବୁଲ ଚାମଚ ତେଲ

୧ ଟେବୁଲ ଚାମଚ ଜିରା

୨ ଟେବୁଲ ଚାମଚ ଅଦା, ଛୋଟ କଟା ହୋଇଥିବା

୧ କପ୍ ଆଳୁ(ସିଝା ଚକଟା ହୋଇଥିବା)

୨ ଟେବୁଲ ଚାମଚ ଧନିଆ ପାଉଡର

୨ ଟେବୁଲ ଚାମଚ ଆମଚୁର ପାଉଡର

ସ୍ବାଦାନୁସାରେ ଲୁଣ

୨ ଟେବୁଲ ଚାମଚ କଞ୍ଚା ଲଙ୍କା

୨ ଅଣ୍ଡା

୧/୨ କପ୍ ମଇଦା

ବ୍ରେଡ ଗୁଣ୍ଡ

mushroom

ମସରୁମ କଟଲେଟ୍ସ ପ୍ରସ୍ତୁତ କରିବାର ପ୍ରଣାଳୀ

-ଗୋଟିଏ ପ୍ୟାନରେ ୨ ବଡ ଚାମଚ ତେଲ ଗରମ କରନ୍ତୁ, ଏଥିରେ ଜିରା ଏବଂ ଅଦା ପକାନ୍ତୁ।

-ଏହାକୁ ସାମାନ୍ୟ ଫ୍ରାଇ କରନ୍ତୁ ଏବଂ ଏଥିରେ ମସରୁମ ପକାନ୍ତୁ। ଏଥିରେ ସାମାନ୍ୟ ତେଲ ପକାନ୍ତୁ।

-ଯେତେବେଳେ ଏହା ଥଣ୍ଡା ହୋଇଯିବ ଏଥିରେ ଆଳୁ ମିଶାନ୍ତୁ।

-ଏଥିରେ କଟଲେଟର ଆକାର ଦେଇଦିଅନ୍ତୁ।

-ଏହାପରେ ମଇଦା ପକାନ୍ତୁ ଏହାପରେ ଅଣ୍ଡାରେ ବୁଡାନ୍ତୁ।

-ଏହାପରେ ବ୍ରେଡ ଗୁଣ୍ଡରେ ବୁଡାଇ ତେଲରେ ଛାଣନ୍ତୁ।

-ଏହା ଭଲଭାବେ ଫ୍ରାଇ ହୋଇଗଲା ପରେ ଏହାକୁ ବାହାରକୁ ବାହାର କରି ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button