ଦେଶ- ବିଦେଶ

ଆପଣ ଅସଲି ଭାବି କିଣୁଥିବା କେସର ହୋଇପାରେ ନକଲି, ଏମିତି କରନ୍ତୁ ଚିହ୍ନଟ

କଶ୍ମୀରର ସୁନ୍ଦରତାକୁ ବଢ଼ାଇଥାଏ କେସର। ଏହା ଏକ ଦାମୀ ମସଲା ଅଟେ। ଏହାର ବ୍ୟବହାର ବିୟୁଟି ପ୍ରଡକ୍ଟସରେ ସୁନ୍ଦରତା ବଢ଼ାଇବା ପାଇଁ ଏବଂ କିଚେନରେ ଖାଦ୍ୟର ସ୍ବାଦ ଏବଂ ସୁଗନ୍ଧ ଆଣିବା ପାଇଁ କରାଯାଇଥାଏ। ଭାରତରେ କେସରକୁ ବ୍ରିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଉଛି। ଏହାକୁ ଚାଷ କରିବା ସମସ୍ତଙ୍କୁ ସମ୍ଭବପର ହୋଇନଥାଏ କାରଣ ଏହା ବହୁତ ମହଙ୍ଗା ହୋଇଥାଏ। ଅନେକ ମାର୍କେଟରେ ନକଲି କେସର ବିକ୍ରି କରି ଭଲ ବ୍ୟବସାୟ କରୁଛନ୍ତି। ଏଥିପାଇଁ ଆପଣଙ୍କୁ ଅସଲି ଏବଂ ନକଲି କେସର ଚିହ୍ନିବା ବହୁତ ଆବଶ୍ୟକ ଅଟେ।

କେସରର ଫାଇଦା

kesar milkକେସରର ସ୍ବାଦ ଏବଂ ତାହର ସୁଗନ୍ଧ ହିଁ ତାହାର ଅସଲି ପରିଚୟ ଅଟେ। ଏଥିୀପାଇଁ କେସର କିଣିବା ପୂର୍ବରୁ ଏହାକୁ ପାଟିରେ ବକାଇ ସାମାନ୍ୟ ଚୋବାଇ ଦେଖନ୍ତୁ। ଯଦି ଆପଣଙ୍କୁ ସାମାନ୍ୟ ମିଠା ଲାଗେ ତେବେ ଭାବିନିଅନ୍ତୁ ଯେ ଏହି କେସର ନକଲି ଅଟେ। ଅସଲି କେସରରେ ଟିକେ ଟିକେ ମିଠା ଲାଗିଥାଏ ଏବଂ ଏହାର ସ୍ବାଦ କଡା ହୋଇଥାଏ।

କେସରକୁ ଚିହ୍ନିବା ପାଇଁ ଆଲୁକା ଉଷୁମ ପାଣିରେ କେସରକୁ ପକାଇ ଦେଖନ୍ତୁ। ଯଦି ତୁରନ୍ତ ପାଣିର ରଙ୍ଗ ପରିବର୍ତ୍ତନ ହୁଏ ତେବେ ନିଶ୍ଚତ ହୋଇଯାଆନ୍ତୁ ଯେ କେସର ନକଲି ଅଟେ। ଅସଲି କେସରକୁ ଯେତେବେଳେ ପାଣିରେ ପକାଯିବ ତେବେ ସେଥିରେ ଧୀରେ-ଧୀରେ କରି ରଙ୍ଗ ଆସିଥାଏ।

sodaକେସରକୁ ଚିହ୍ନିବା ପାଇଁ ୧ କପ୍ ପାଣିରେ ସାମାନ୍ୟ ବେକିଂ ସୋଡା ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ଯଦି ତୁରନ୍ତ କେରାସିୟା ରଙ୍ଗ ଆସିବାକୁ ଲାଗେ ତେବେ ଭାବିନିଅନ୍ତୁ ଯେ କେସର ନକଲି ଅଟେ। ଧ୍ୟାନ ରଖନ୍ତୁ ଅସଲି କେସରକୁ କୌଣସି ବି ଜିନିଷରେ ମିଶାଇବା ଦ୍ବାରା ହଳଦିଆ ରଙ୍ଗ ହୋଇଥାଏ।

୧୦୦ ଗ୍ରାମ କେସରରେ କଣ କଣ ରହିଥାଏ ଜାଣନ୍ତୁ।

୧୪୮ ମିଲିଗ୍ରାମ ସୋଡିୟମ, ୩୧୦ କ୍ୟାଲୋରୀ, ୬ ଗ୍ରାମ କୁଲ ଫ୍ୟାଟ, ୦ ମିଲିଗ୍ରାମ କୋଲେଷ୍ଟ୍ରଲ, ୧୧ ଗ୍ରାମ ପ୍ରୋଟୀନ, ୧୭୨୪ ମିଲିଗ୍ରାମ ପୋଟାସିୟମ, ୬୧% ଆଇରନ, ୬୫ ଗ୍ରାମ କାର୍ବୋହାଇଡ୍ରେଟ, ୧୧%କ୍ୟାଲସିୟମ, ୬୬% ମ୍ୟାଗ୍ନସିୟମ, ୧୩୪% ବିଟାମିନ ସି, ୧୦% ଭିଟାମିନ ସି, ୫୦% ଭିଟାମିନ ବି୬ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button