ଜ୍ୟୋତିଷ

ଏହି ସାଧାରଣ କଥାକୁ ଜାଣିବା ନିହାତି ଦରକାର, ପଢ଼ନ୍ତୁ କେଉଁ ଜିନିଷରେ ଗୋଡ ବାଜିଲେ ହେବେ ମହାପାପର ଭାଗିଦାର୍

ଅଜାଣତରେ ବେଳେବେଳେ ଆମ ଗୋଡ଼ କୌଣସି ଜିନିଷ ଉପରେ ବାଜିଯାଏ ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି କିନ୍ତୁ ଏଇ ଛୋଟ କଥାଟି ମହା ବିପଦରେ ପକାଇଥାଏ। ସେମାନେ ଜାଣି ନଥାନ୍ତି ଯେ ଏପରି କରି ସେ କେତେବଡ଼ ଭୁଲ୍ କରୁଛନ୍ତି। ଶାସ୍ତ୍ର ଅନୁସାରେ, ଏହା ପାପ ସହ ସମାନ ହୋଇଥାଏ। ଏମିତି କିଛି ଜିନିଷ ଅଛି ଯେଉଁଠାରେ ଗୋଡ ବାଜିଗଲେ ମହାପାପ ହୋଇଥାଏ। ମଜାକ ଭାବୁଥିବା ଜିନିଷ ପାଇଁ ବହୁତ କ୍ଷତି ସହିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ସବୁ କଣକ-କଣ।

ଜଳ

ଶାସ୍ତ୍ର ଅନୁଯାୟୀ ଜଳ ହେଉଛି ମା’ ଗଙ୍ଗାଙ୍କ ରୂପ। ଯିଏ କି ମହାଦେବଙ୍କ ଜଟାରୁ ଆବିର୍ଭାବ ହୋଇଥିଲେ। ତେଣୁ ପାଣି ଥିବା ପାତ୍ରକୁ କେବେ ହେଲେ ଗୋଡ଼ ଲଗାନ୍ତୁ ନାହିଁ କି ଗୋଇଠା ମାରି ଅପମାନ କରନ୍ତୁ ନାହିଁ। ଏଭଳି କଲେ ମାତା ଗଙ୍ଗା କ୍ରୋଧିତ ହୋଇ ଥାଆନ୍ତି ଏବଂ ଆପଣଙ୍କର ,ହି ସମସ୍ୟା ପାଇଁ ଆପଣଙ୍କୁ ବଡ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ଅଗ୍ନି

ଅଗ୍ନି ହେଉଛନ୍ତି ସକଳ ଶକ୍ତିର ଆଧାର। ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପାଇଁ ସ୍ଵତନ୍ତ୍ର ପୂଜା ବିଧି ରହିଛି। ଯେହେତୁ ଅଗ୍ନି ବା ନିଆଁ ହେଉଛନ୍ତି ଦେବତା, ତେଣୁ ସେଠାରେ ଗୋଡ଼ ମାରନ୍ତୁ ନାହିଁ ବା ଆଘାତ ଦିଅନ୍ତୁ ନାହିଁ। ଏପରି କରିବା ମହାପାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ଭାତ ହାଣ୍ଡି

ଭାତ ହାଣ୍ଡିରେ ଗୋଡ଼ ମାରିବା ଆଦୌ ଉଚିତ୍ ନୁହେଁ। କାରଣ ମାତା ଲକ୍ଷ୍ମୀଙ୍କୁ ଅନ୍ନପୂର୍ଣ୍ଣା ବୋଲି କୁହାଯାଏ। ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ମଧ୍ୟ ଦେଖିଥିବେ। ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ। ତେଣୁ ଗୋଇଠା ମାରିବା ତ ଦୂରର କଥା ଭୁଲରେ ମଧ୍ୟ ଭାତ ହାଣ୍ଡିରେ ଗୋଡ଼ ମାରନ୍ତୁ ନାହିଁ। ନଚେତ୍ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବେ।

childଶିଶୁ

ଶିଶୁଙ୍କ ଦେହରେ ସ୍ଵୟଂ ଭଗବାନ ବିରାଜମାନ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ପିଲାମାନଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନଥାଏ। ସେମାନେ ଭଗବାନଙ୍କ ପରି ପବିତ୍ର ହୋଇ ହୋଇଥା’ନ୍ତି। ତେଣୁ ପିଲାଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ଼ ବଜାନ୍ତୁ ନାହିଁ।

ଗୋମାତା

ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ବୋଲି କୁହାଯାଏ। ଆମେମାନେ ତାଙ୍କୁ ପୂଜା କରିଥାଉ। ତେଣୁ କେବେହେଲେ ଗୋମାତାଙ୍କୁ ଗୋଡ଼ ଲଗାନ୍ତୁ ନାହିଁ କିମ୍ବା କ୍ରୋଧରେ ତାଙ୍କୁ ଗୋଇଠା ମାରନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button