ଏତେ କୋଟିର ମାଲିକ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ – Kalinga News

[ad_1]
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ଜନସେନା ପାର୍ଟି ଆନ୍ଧ୍ରପ୍ରଦେଶରେ ଏକ ଐତିହାସିକ ରାଜନୈତିକ ବିଜୟ ହାସଲ କରିଥିଲା। ସୁପରଷ୍ଟାରଙ୍କ ପାର୍ଟି ଲୋକସଭାରେ ୨ଟି ଆସନ ପାଇବାରେ ସଫଳ ହୋଇଥିବା ବେଳେ ତାଙ୍କ ଦଳ ବିଧାନସଭାରେ ୨୧ଟି ଆସନ ପାଇଥିଲା। ଏହି ବିଜୟ ପରେ ପବନ କଲ୍ୟାଣଙ୍କୁ ଆଜି ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କରାଯାଇଛି | ଅଭିନେତାରୁ ଉପମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ପ୍ରଥମେ ଅଭିନେତା ଓ ପରେ ନେତା ହୋଇଥିବା ପବନ କଲ୍ୟାଣ କେତେ କୋଟିର ମାଲିକ ତାହା ଜାଣିବାକୁ ସମସ୍ତଙ୍କ ଉତ୍ସାହ ବଢିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମ ମୁତାବକ, ପବନ କଲ୍ୟାଣ ମୋଟ ୧୩୬.୦୫କୋଟିର ମାଲିକ ଅଟନ୍ତି | ୨୦୧୯ରେ ତାଙ୍କର ମୋଟ ସମ୍ପତ୍ତି ୫୨.୮୫କୋଟି ଥିଲା, ଯାହା ପରେ ବଢି ୧୩୬କୋଟିରେ ପହଞ୍ଚିଛି | ଯଦି ଆମେ ତାଙ୍କ ମାସିକ ଆୟ ଦେଖିବା ତେବେ ସେ ମାସକୁ ୧.୫କୋଟି ଟଙ୍କା ଆୟ କରନ୍ତି | ଫିଲ୍ମ କଥା କହିବାକୁ ଗଲେ ଏବେ ସେ ତାଙ୍କର ପାରିଶ୍ରମିକ ବଢ଼ାଇଥିବା ଜଣାପଡିଛି | ଆଗରୁ ସେ ଗୋଟାଏ ଫିଲ୍ମ ପାଇଁ ୧୦-୧୨ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ବେଳେ ଫିଲ୍ମ ‘ବକିଲ ସାବ’ର ସଫଳତା ପରେ ସେ ନିଜର ପାରିଶ୍ରମିକ ୫୦କୋଟିକୁ ବଢ଼ାଇଛନ୍ତି | ବିଜୟୱାଡାରେ ତାଙ୍କର ୧୬କୋଟିର ଘର ଥିବା ବେଳେ ହାଇଦ୍ରାବାଦର ଜୁବଲି ହିଲସରେ ୧୨କୋଟିର ବିଳାସପୂର୍ଣ୍ଣ ବଙ୍ଗଳା ରହିଛି |
ତେବେ ନିର୍ବାଚନ ଜିତିବା ପରେ ପବନ କଲ୍ୟାଣ ମଙ୍ଗଳବାର କହିଥିଲେ ଯେ, ସମଗ୍ର ଦେଶରେ ତାଙ୍କର ଦଳ ହେଉଛି ଏକମାତ୍ର ଦଳ ଯିଏ ପ୍ରତିଦ୍ୱନ୍ଦ୍ୱିତା କରି ୧୦୦ପ୍ରତିଶତ ଆସନ ଜିତିଛି। ଆନ୍ଧ୍ରପ୍ରଦେଶର ଅମରାବତୀରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଆନ୍ଧ୍ରପ୍ରଦେଶରେ ଏନଡିଏ ଏକ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ କରିବ ଏବଂ ଜନସେନା ନିର୍ବାଚନ ପୂର୍ବରୁ ଦେଇଥିବା ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବ।
[ad_2]




