ରାଜ୍ୟ

ଥରେ ଟେଷ୍ଟ କରି ଦେଖନ୍ତୁ ଆମ୍ବ ରାଇତା

କଞ୍ଚା ଆମ୍ବର ନାମ ନେଲେ ସମସ୍ତଙ୍କ ମୁହଁରେ ଲାଳ ବାହାରିଆସେ। ଏହାର ଚଟଣୀ ହେଉ କିମ୍ବା ପନ୍ନା ଗରମରେ ସ୍ବାଦ ଏବଂ ସ୍ବାସ୍ଥ୍ୟ ଦୁଇଟା ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ କଞ୍ଚା ଆମ୍ବର ଏକ ରେସିପି ବିଷୟରେ ଜଣାଇବୁ, ଯାହାକୁ ଖାଇବା ପରେ ଯିଏ କେହିବି ଆପଣଙ୍କ ପ୍ରଶଂସା କରି ରହିପାରିବେ ନାହିଁ। ଆସନ୍ତୁ ଜାଣିବା କଞ୍ଚା ଆମ୍ବର ରାଇତା ବିଷୟରେ।

ସାମଗ୍ରୀ

ଗୋଟିଏ କଞ୍ଚା ଆମ୍ବ

ଦେଢ଼ କପ୍ ଦହି

ଲୁଣ ସ୍ବାଦାନୁସାରେ

ଅଧା ଚାମଚ ଳାଲ ଲଙ୍କା ପାଉଡର

ଅଧା ଚାମଚ ଜିରା ପାଉଡର

ଅଧା ଚାମଚ ସୋରିଷ ତେଲ

୧୦ଟି ଭ୍ରୁଷଙ୍ଗ ପତ୍ର

ହେଙ୍ଗୁ ଅଳ୍ପ

ଏକ ଚାମଚ ତେଲ

ପ୍ରଣାଳୀ

-ସର୍ବପ୍ରଥମେ ଆମ୍ବର ଚୋପା ଛଡାଇ ତାକୁ କଦ୍ଦୁକସ କରିଦିଅନ୍ତୁ।

-ଏବେ ଏକ ପାତ୍ରରେ ଦହି ପକାନ୍ତୁ ଏବଂ ସେଥିରେ ଲୁଣ, ଲଙ୍କା ପାଉଡର, ଜିରା ପାଉଡର ପକାଇ ଭଲଭାବେ ମିଶାନ୍ତୁ।

-ଏଖ ଛୋଟ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସେଥିରେ ହେଙ୍ଗୁ, ସୋରିଷ ଏବଂ ଭ୍ରୁଷଙ୍ଗ ପତ୍ର ପକାନ୍ତୁ।
ଯେତେବେଳେ ସୋରିସ ଭଲଭାବରେ ହୋଇଯିବ ସେତେବେଳେ ଛୁଙ୍କକୁ ରାଇତାରେ ମିକ୍ସ କରିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button