ସ୍ୱାସ୍ଥ୍ୟ

କକର୍ଟ ଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ସମସ୍ତ ରୋଗ ପାଇଁ ଉପକାରୀ ବିନ୍ସ,

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସବୁଜ ପନିପରିବା ବହୁତ ଉପକାରୀ ଅଟେ। ଏହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ। ସବୁଜ ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ସେହିପରି ଏକ ପରିବା ହେଉଛି ବିନ୍ସ। ଏହା ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ସହିତ ଆପଣ ତନ୍ତୁରସ୍ତ ରହିବା ସହିତ ଫ୍ରେସ ରହିବେ। ତେବେ ଜାଣନ୍ତୁ ଏହାର ଫାଇଦା।

-ବିନ୍ସ ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ ହୋଇଥାଏ। ଯାହାଦ୍ବାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।

-ବିନ୍ସରେ ଫାଇବର ଓ ପ୍ରୋଟିନ ଭରପୂର ମାତ୍ରାରେ ରହିଛି।

beans-ବିନ୍ସକୁ ମହିଳାମାନେ ସପ୍ତାହକୁ ୩ରୁ ୪ଥର ଖାଇବା ଦ୍ବାରା କର୍କଟ ରୋଗ ହେବା ଠାରୁ ରକ୍ଷା ପାଇପାରିବେ ବୋଲି ଏକ ଗବେଷଣାରୁ ଜଣାପଡିଛି।

-ବିନ୍ସ ଖାଉଥିବା ବ୍ୟକ୍ତିଙ୍କ ଶରୀରରେ କୋଲେଷ୍ଟ୍ରଲ କମ ହେବାରେ ସହାୟକ ହୋଇଥାଏ। ଏହାସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ।

-ହୃଦଘାତ ହେବାର ସମ୍ଭାବନା କମ୍ ହୋଇଥାଏ।

-ବିନ୍ସ ଖାଇବା ଦ୍ବାରା ଶରୀରରୁ ଚର୍ବି ଅଂଶ କମ୍ ହୋଇଥାଏ। ଏହିକାରଣରୁ ମେଦବହୁଳତା କମ୍ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button