ରାଜ୍ୟ

ଘରେ ସହଜରେ ପ୍ରସ୍ତୁତ କରନ୍ତୁ ବେସନ ଭେଣ୍ଡି

ଆବଶ୍ୟକ ସାମଗ୍ରୀ

ଭେଣ୍ଡି – ୮ ରୁ ୧୦

ବେସନ – ୪ ଟେବୁଲ ସ୍ପୁନ

ତେଲ – ୨ ଟେବୁଲ ଚାମଚ

ପିଆଜ – ଗୋଟିଏ ( ଛୋଟ କଟା ହୋଇଥିବା )

ଜୀରା – ଅଧା ଟେବୁଲ ଚାମଚ

ଲୁଣ – ସ୍ବାଦାନୁସାରେ

ଧନିଆ ପାଉଡର – ଦେଢ଼ ଟେବୁଲ ଚାମଚ

ହଳଦି ପାଉଡର – ୧ ଟେବୁଲ ଚାମଚ

ଲାଲ ଲଙ୍କା ପାଉଡର – ୧ ଟେବୁଲ ଚାମଚ

ଆମଚୁର ପାଉଡର – ୧/୨ ଟେବୁଲ ଚାମଚ

କଳା ମରୀଚ ପାଉଡର – ୧/୨ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

besan bhindi ପ୍ରଥମେ ଭଲଭାବେ ଧୋଇ ପତଳା ଲମ୍ବା ଆକାରରେ କାଟି ଦିଅନ୍ତୁ। ଏବେ ଏକ ନନ-ଷ୍ଟିକ ପ୍ୟାନରେ ତେଲ ଗରମ କରନ୍ତୁ। ସେଥିରେ ଜୀରା ପକାନ୍ତୁ। ଏହାପରେ ଏତିରେ ପତଳା ଛୋଟ କଟାଯାଇଥିବା ପିଆଜ ପକାନ୍ତୁ ଏବଂ ନରମ ହେଲା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଭେଣ୍ଡି, ଲୁଣ, ଧନିଆ ପାଉଡର, ହଳଦି ପାଉଡର ଏବଂ ଲାଲ ଲଙ୍କା ପାଉଡର ପକାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ।

ଏହାପରେ ଏହାକୁ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ। ଏଥିରେ ବେସନ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଆମଚୁର ପାଉଡର ଏବଂ କଳା ମରୀଚ ପାଉଡର ମିଶାଇ ମିକ୍ସ କରନ୍ତୁ। ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏହାକୁ ସର୍ଭିଂ ପ୍ଲେଟକୁ କାଢ଼ି ଗରମ ଗରମ ପରଷନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button