ରାଜ୍ୟ

ଲାଚାର ପିତା ନିଜକୁ ନିଜେ ଚାପୁଡା ମାରିଲା, କହିଲା ‘ମୋ ଝିଅମାନଙ୍କୁ ଫେରାଇ ନେଇ ଆସ ନହେଲେ ମୋତେ ଗୁଳି ମାରି ଦିଅ’ ଦେଖନ୍ତୁ ଭିଡିଓ

ପାକିସ୍ତାନରେ ହୋଲି ଦିନ ଦୁଇ ନାବାଳିକା ଝିଅମାନଙ୍କୁ ଅପହରଣ କରିନେଲେ ଏବଂ ତାଙ୍କ କନପଟ୍ଟୀ ଉପରେ ହତିୟାର ରଖି ତାଙ୍କର ଧର୍ମ ପରିବର୍ତ୍ତନ କରାଇଦେଲେ । ଏହା ସହିତ ତାଙ୍କର ବିବାହ ବି କରିଦେଲେ । ଏହି ମାମଲା ସାମନାକୁ ଆସିବା ପରେ ସବୁ ଜାଗାରେ ଉତ୍ତେଜନା ଦେଖିବାକୁ ମିଳିଲା ଏବଂ ପାକିସ୍ତାନ ସରକାରଙ୍କୁ ଏହି ମାମଲାରେ ଯାଞ୍ଚ କରିବା ପାଇଁ ମଧ୍ୟ ଆବେଦନ କରାଯାଇଛି । ଏହି ମାମଲାରେ ପୀଡ଼ିତାଙ୍କର ପିତାଙ୍କର ଏକ ଭିଡିଓ ବି ସାମନାକୁ ଆସିଛି । ସେଥିରେ ସେ ନିଜକୁ ହିଁ ମାରୁଛନ୍ତି ।

ପାକିସ୍ତାନରେ ହେଲା ହିନ୍ଦୁ ନାବାଳିକ ଝିଅମାନଙ୍କୁ ଅପହରଣ ଏବଂ ଧର୍ମ ପରିବର୍ତ୍ତନ

ପାକିସ୍ତାନରେ ଯେଉଁ ଝିଅମାନଙ୍କୁ ଅପହରଣ କରାଯାଇ ତାଙ୍କର ଧର୍ମ ପରିବର୍ତ୍ତନ କରା ଯାଇଛି, ଏହା ପରେ ତାଙ୍କର ଲାଚାର ପିତାଙ୍କର ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ସେ ନିଜକୁ ଗୁଳି ମାରି ଦେବା ପାଇଁ କହୁଛନ୍ତି । ନିଜ ଝିଅମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଏବଂ ଲୋକମାନଙ୍କୁ ଗୃହାର କରୁଛନ୍ତି ।

ଦେଖନ୍ତୁ ଭିଡିଓ –

 

ଏହି ସବୁ ମଧ୍ୟରେ ସବୁଠୁ ମୁଖ୍ୟ କଥା ଏହା ଅଟେ କି ଏହି ଭିଡିଓ ପୁଲିସ ଷ୍ଟେସନର ବାହାରର ଅଟେ । ପୁଲିସ ପ୍ରଥମେ ଏହି ମାମଲାର ରିପୋର୍ଟକୁ ଲେଖିବାରେ ମନା କରିଦେଲେ କିନ୍ତୁ ଯେତେବେଳେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟ ଲୋକମାନେ ନିଜର ବିରୋଧ ପ୍ରଦର୍ଶନ ବଢାଇ ଦେଲେ ସେତେବେଳେ ଯାଇ ପୁଲିସ ଆରୋପିଙ୍କ ବିରୁଦ୍ଧରେ କେସ ଦର୍ଜ କରିଲେ ।

ଏହି ମାମଲା ସାମନାକୁ ଆସିବା ପରେ ପାକିସ୍ତାନ ସରକାରକୁ ଦୁନିଆ ସାରା ଲୋକ ମାନେ ଖରାପ ବୋଲି କହୁଛନ୍ତି । ଏହା ପରେ ଅଳ୍ପସଂଖ୍ୟକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବି ସାମନାକୁ ଆସିଛି । ଇମରାନ ଖାନ ଏହି ମାମଳକୁ ଠିକ ଭାବରେ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button