ରାଜ୍ୟ

ଗରମ ଦିନେ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ଆମ୍ବ, ମିଳିବ ଜବରଦସ୍ତ ଫାଇଦା

ଗରମ ଦିନେ ଆମ୍ବର ଅନେକ ଚାହିଦା ରହିଥାଏ। ଆମ୍ବ ଯେତିକି ସ୍ବାଦିଷ୍ଟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ, ଯାହା ଉଚ ରକ୍ତଚାପ ଠାରୁ ଆରମ୍ଭ କରି ପେଟ ସମସ୍ୟା ଭଳି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ।

ଆମ୍ବର ଗୁଣ

-mango-୧ କପ ଆମ୍ବରେ ୯୯ କିଲ ଏବଂ ୦.୬ ଗ୍ରାମ ଫ୍ୟାଟ ରହିଥାଏ। ଏହା ବ୍ୟତୀତ ଏଥିରେ ୦% କୋଲେଷ୍ଟ୍ରଲ, ୧.୭ ଏମ ଜି ସୋଡିୟମ, ୨୭୭.୨ ଏମ ଜି ପୋଟାସିୟମ, ୨୫ ଗ୍ରାମ କାର୍ବୋହାଇଡ୍ରେଡ, ୨୩ ଗ୍ରାମ ସୁଗାର, ୩୫% ଭିଟାମିନ-ଏ, ୧୦% ଭିଟାମିନ-ବି-୬ ଏବଂ ୪% ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ।

-ଗରମ ଦିନେ କବଜ, ପେଟ ପୋଡା ହେବା ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମ୍ବ ଖାଇବା ଉଚିତ।

-ଖରାଦିନେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏସିଡିଟି ହେବାର ସମସ୍ୟା ଦେଖାଯାଇଥାଏ। ଏଭଳି ପରିସ୍ଥିତିରେ କଞ୍ଚା ଆମ୍ବ ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

-ଆମ୍ବ ଶରୀରରେ ଜଳୀୟ ଅଂଶର ଅଭାବକୁ ଦୂର କରିଥାଏ। ଏହି କାରଣରୁ ଆମ୍ବ କିମ୍ବା ଆମ୍ବ ପଣା ପିଇବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ।

-ପୋଟାସିୟମ ଏବଂ ମ୍ୟାଗ୍ନେସିୟମରେ ଭରପୁର ଥିବା ଆମ୍ବ ଖାଇବା ଦ୍ବରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

mango juice-ଦୁର୍ବଳ ଏବଂ ପତଳା ଲୋକମାନଙ୍କ ପାଇଁ ଆମ୍ବ କୌଣସି ବରଦାନରୁ କମ ନୁହେଁ। କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ଯାଲୋରୀ ରହିଥାଏ, ଯାହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ।

-ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥିବାରୁ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ସେହିପରି ଆମ୍ବ ଖାଇବା ଦ୍ବାରା ଶରୀରରେ ସଠିକ ରୂପେ ରକ୍ତ ସଞ୍ଚାଳନ ହୋଇଥାଏ।

-ଆମ୍ବ ମିଠା ହୋଇଥିବାରୁ ଡାଇବେଟିଜ ଥିବା ବ୍ୟକ୍ତିମାନେ ଏହାକୁ ଖାଇନଥାନ୍ତି କିନ୍ତୁ ଏପରି କିଛି ହୋଇନଥାଏ। ସେହିପରି ଏହାର ପତ୍ର ମଧ୍ୟ ଡାଇବେଟିଜ ଥିବା ଲୋକମାନଙ୍କ ପାଇଁ ଲାଭକାରୀ ହୋଇଥାଏ।

-ଆମ୍ବରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ କୋଲୋନ ଲ୍ୟୁକେମିୟା ଏବଂ କ୍ୟାନସରରୁ ରକ୍ଷା କରିବା ପାଇଁ ଲାଭକାରୀ ହୋଇଥାଏ। ଏଥିରେ କ୍ୟୁର୍ସେଟିନ ଏବଂ ଫିସେଟିନ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା କ୍ୟାନସର ସେଲ୍ସ ବଢିବାରେ ନିୟନ୍ତ୍ରଣ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button