ରାଜ୍ୟ

ତ୍ବଚା ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ ଭିଟାମିନ-ଇ କ୍ଯାପସୁଲ୍, ଜାଣନ୍ତୁ କିପରି କରିବେ ବ୍ଯବହାର

ଭିଟାମିନ୍-ଇ ଏକ ପ୍ରକାର ଆଣ୍ଟି-ଅକ୍ସିଡେଣ୍ଟ, ଯାହା ଆଖି ହୃଦୟ ଏବଂ ମସ୍ତିଷ୍କ ପାଇଁ ଅନେକ ଲାଭକାରୀ ହୋଇଥାଏ। ଏହାବ୍ଯତୀତ ଭିଟାମିନ-ଇ ଆଣ୍ଟି ଏଜିଂଗ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ଆଜ୍ଞା ହଁ ଭିଟାମିନ-ଇ କ୍ଯାପସୁଲ କେବଳ ଆପଣଙ୍କୁ ଯୁବା ରଖିନଥାଏ ବରଂ ଏହାଦ୍ବାରା ଆପଣଙ୍କ ବ୍ରଣ, ଡାର୍କ ସର୍କଲ ଭଳି ସମସ୍ଯା ଦୂର ହୋଇଥାଏ। କେବଳ ଏତିକି ନୁହେଁ ଭିଟାମିନ-ଇ କ୍ଯାପସୁଲ କେଶ ପାଇଁ ମଧ୍ଯ ବହୁତ ଲାଭକାରୀ ହୋଇଥାଏ। ତେବେ

ଆସନ୍ତୁ ଜାଣିବା ଭିଟାମିନ-ଇ କ୍ଯାପସୁଲ ଦ୍ବାରା କେଉଁ କେଉଁ ଳାଭ ମିଳିଥାଏ।

vitamin-e2-ଭିଟାମିନ-ଇକ୍ଯାପସୁଲ ଜେଲ୍ କିମ୍ବା ଏଲୋଭେରା ଜେଲ୍ ସହ ମିଶାଇ ଶୋଇବା ପୂର୍ବରୁ ଲଗାଇ ଶୁଅନ୍ତୁ। ସକାଳୁ ଉଠିବା ପରେ ଏହାକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ଆପଣ ଆଣ୍ଟ-ଏଜିଂଗ ସମସ୍ଯାରୁ ରକ୍ଷା ପାଇପାରିବେ।

-ଭିଟାମିନ-ଇ ଏବଂ ବାଦାମ ତେଲକୁ ମିଶାଇ ଶୋଇବା ପୂର୍ବରୁ ଆଖି ତଳେ ଲଗାନ୍ତୁ। ପ୍ରତ୍ଯେକ ଦିନ ଏପରି କରିବା ଦ୍ବାରା ଡାର୍କ ସର୍କଲ ସମସ୍ଯା ଦୂର ହୋଇଥାଏ।

-ଭିଟାମିନ-ଇ ରେ ଏକ ଟିସ୍ପୁନ୍ ଭ୍ଯାସଲୀନ ମିକ୍ସ କରି ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ଲଗାନ୍ତୁ। ଏପରି କରିବା ଦ୍ବାରା ଗୋଡ ଫାଟିବା ସମସ୍ଯା ଦୂର ହୋଇଥାଏ।

vv-ଭିଟାମିନ-ଇ ଜେଲ୍, ଅଳ୍ପ କିଛି ମହୁ ମିଶାଇ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠର ଶୁଷ୍କପଣ ଦୂର ହେବା ସହ ନରମ ହୋଇଥାଏ।

-ଏଥିସହ ଏହା ଏକ ଉତ୍ତମ କ୍ଲିଂଜର, ଯାହା ତ୍ବଚାର ଡେଡ୍ ସ୍କିନ୍ ସେଲକୁ ବାହାର କରିବାରେ ସାହାଯ୍ଯ କରିଥାଏ।

v1-ଏହି କ୍ଯାପସୁଲ ସାହାଯ୍ଯରେ ଆଇବ୍ରୋ ମସାଜ୍ କରିବା ଦ୍ବାରା ଆଇବ୍ରୋର ଗ୍ରୋଥ ବଢିଥାଏ।

-ଦହିରେ ଭିଟାମିନ-ଇ କ୍ଯାପସୁଲ ମିଶାଇ କେଶର ମୂଳରେ ଲଗାଇ ପାରିବେ। ଆପଣ ଚାହିଁଲେ ମଧ୍ଯ ଦହି ବଦଳରେ ନଡ଼ିଆ ତେଲ ବ୍ଯବହାର କରିପାରିବେ। ଏହାଦ୍ବାରା କେଶ ଜନିତ ସମସ୍ଯା ଦୂର ହେବା ସହ କେଶ ସାଇନିଂ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button