ରାଜ୍ୟ

ଆରଡି ରାସ୍ତାରୁ ଟଙ୍ଗପାଇ ରାସ୍ତା ଅତି ଶୋଚନୀୟ

ଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସେରିଗୁମ୍ମା ପଞ୍ଚାୟତକୁ ଯାଇଥିବା(ଆରଡି) ଆଦିବାସୀ ଉନ୍ନୟନ ସଂସ୍ଥା ରାସ୍ତା ଠାରୁ ବୋରିପାଇ ଦେଇ ଟଙ୍ଗପାଇ ରାସ୍ତା ଅତି ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତା ମଝିରେ ବଡ ବଡ ଖାଲଖମା ହେବା ସହିତ ମେଟାଲ ବାହାରି ଥିବାରୁ ଯାତାୟତ କରିବାକୁ ଅସୁବିଧା ହେଉଛି।

ମେଟାଲ ବାହାରିବା ସହ ରାସ୍ତା ମଝିରେ ଖାଲଖମା ହୋଇଥିବାରୁ ଦୁର୍ଘଟଣା ହେଉଛି। ଆରଡି ରାସ୍ତାରୁ ବୋରିପାଇ ଦେଇ ଟଙ୍ଗପାଇ ସଂଯୋଗ ହୋଇଥିବାରୁ ଅତି ଶୀଘ୍ର ମରାମତି କରିବା ପାଇଁ ଦାବୀ ହେଉଛି। ବର୍ଷା ଲାଗି ରହିଥିବା ଯୋଗୁଁ ଖାଲ ମଝିରେ ପାଣି ଭର୍ତ୍ତି ହୋଇ ଦୁର୍ଘଟଣା ହେଉଥିବା ଗ୍ରାମର ରାମରାଓ କାଡ୍ରାକା, କାମେସି ରାଓ କାଡ୍ରାକା, ରୁପୁଲି ପ୍ରାସ୍କା ଓ ଗୁରୁନାଥ ନାଚିକା କହିଛନ୍ତି। ରାସ୍ତାରେ କମ୍ପାନୀର ଭାରୀଯାନ ଯାତାୟତ କରୁଥିବାରୁ ରାସ୍ତା ଅତି ଶୀଘ୍ର ଖରାପ ହେଉଥିବା ଅଭିଯୋଗ ହେଉଛି। ରାସ୍ତା କାମ ୨୦୧୭ ମସିହାରେ ଶେଷ ହୋଇଥିଲା କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ରାସ୍ତା ଖରାପ ହେଲେ ରକ୍ଷଣାବେକ୍ଷଣ କରିବା କଥା କିନ୍ତୁ ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ମରାମତି କରି ନ ଥିବା ଜଣାପଡିଛି। ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଦାବୀ ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button