ମନୋରଞ୍ଜନ

କଣ ଆପଣଙ୍କୁ ମଧ୍ୟ ଅତ୍ୟଧିକ ପରଫ୍ୟୁମ୍ ଲଗାଇବା ପସନ୍ଦ? ତେବେ ହୋଇଯାଆନ୍ତୁ ସତର୍କ

ସାଧାରଣତଃ ସମସ୍ତେ ବାହାରକୁ ଯିବା ପୂର୍ବରୁ ପରଫ୍ୟୁମ୍ ଲଗାଇବାକୁ ପସନ୍ଦ କରିଥାନ୍ତି । କେଉଁଠାକୁ ଯିବା ପୂର୍ବରୁ ପରଫ୍ୟୁମ ଲଗାଇବା ନିହାତି ଜରୁରୀ ହୋଇଥାଏ। ପ୍ରାୟ ସମସ୍ତଙ୍କ ଚିନ୍ତାଧାରା ରହିଥାଏ, ଶରୀରରୁ ଭଲ ବାସ୍ନା ଆସିଥିଲେ ଲୋକମାନେ ତାଙ୍କ ପ୍ରତି ଅଧିକ ଆର୍କଷିତ ହୋଇଥାନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକ ପରଫ୍ୟୁମ୍ ବ୍ୟବହାର କରିବା ଆମ ଶରୀର ପାଇଁ ହାନିକାରକ । ପରଫ୍ୟୁମ୍ ସହିତ ଡିଓ ମଧ୍ୟ ପ୍ରତ୍ୟେକ ଦିନ ଅତ୍ୟଧିକ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇଥାଏ।

perfume useଜାଣନ୍ତୁ ପରଫ୍ୟୁମ୍ ବା ଡିଓ କିପରି ଶରୀର ପାଇଁ କ୍ଷତିକାରକ 

ପ୍ରତ୍ୟେକ ଦିନ ଆପଣ ବ୍ୟବହାର କରୁଥିବା ପରଫ୍ୟୁମ୍ ରେ ହାନିକାରକ କେମିକାଲ ରହିଥାଏ। ଯାହା ଦ୍ବାରା ଆପଣଙ୍କ ତ୍ବଚା ଜଳିବା ସହ ଏହାକୁ କ୍ଷତି ପହଞ୍ଚିଥାଏ। ଏହାକୁ ଅଧିକ ବ୍ଯବହାର କରିବା ଦ୍ବାରା  ତ୍ବଚା କୁଣ୍ଡେଇ ହୋଇଥାଏ। ଫଳରେ ସଂକ୍ରମଣ ହେବାର ଭୟ ରହିଥାଏ। ଏକ ରିସର୍ଚ୍ଚ ଅନୁସାରେ, ପରଫ୍ୟୁମ୍ ଶରୀରରେ ଝାଳ ଗ୍ରନ୍ଥି ଗୁଡ଼ିକୁ ପ୍ରଭାବିତ କରିଥାଏ। ଫଳରେ ଶରୀର ବାସ୍ନା ହେବା ସ୍ଥାନରେ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ।

bad habits perfumeଅତ୍ୟଧିକ ପରଫ୍ୟୁମ୍ ବ୍ୟବହାର ତ୍ବଚାର ନମନୀୟତା ହଜାଇ ଦିଏ। ଯାହାଦ୍ବାରା ଚର୍ମ ଜନିତ ସମସ୍ୟା ହୋଇଥାଏ। ଏଥିରେ ଥିବା ନ୍ୟୁରୋଟ୍ରାକ୍ସିନ କେତେଥର ଆପଣଙ୍କ ଶରୀରକୁ ପ୍ରଭାବିତ କରିଥାଏ। ବେଳେବେଳେ ଏହି କାରଣରୁ ତ୍ବଚାରେ ଖଣ୍ଡିଆ ହେବା ସହିତ ଦାଗ ମଧ୍ୟ ହୋଇଯାଇଥାଏ, ଫଳରେ ବ୍ୟାକ୍ଟେରିଆ ବ୍ୟାପିଥାଏ। ଏଥିରେ ଥିବା କେମିକାଲ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥାଏ ଏବଂ ହରମୋନ ଅସନ୍ତୁଳିତ କରିଥାଏ।

Spray Perfumeପରଫ୍ୟୁମ୍ ରେ ଥିବା କେମିକାଲ ବେଳେବେଳେ ଆଘ୍ରାଣ ଶକ୍ତିକୁ ମଧ୍ୟ ହାନି ପହଞ୍ଚାଇଥାଏ। ଏହା ବ୍ୟତୀତ ଶ୍ବାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଅତ୍ୟଧିକ ବାସ୍ନା ହେବା କାରଣରୁ ଏହା ଆପଣଙ୍କର ନାକର ଫାଇବର ଗୁଡ଼ିକୁ ମଧ୍ୟ କ୍ଷତିଗ୍ରସ୍ତ କରିଥାଏ। ଏହି କାରଣରୁ ପରଫ୍ୟୁମ୍ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରିବା ଅନୁଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button