ମନୋରଞ୍ଜନ

ପ୍ରେଗନେନ୍ସି କାରଣରୁ ରେଜଷ୍ଟ୍ରି ମ୍ୟାରେଜ କଲେ ସୋନାକ୍ଷୀ-ଜହିର

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ବିବାହର ୧୫ ଦିନ ବି ହୋଇନାହିଁ । ଏବେ ଗର୍ଭଧାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି ଯେ ସୋନାକ୍ଷୀ ଏବଂ ଜହିର ଶୀଘ୍ର ସେମାନଙ୍କ ସନ୍ତାନ ସ୍ବାଗତ କରିବାକୁ ଯାଉଛନ୍ତି । ଏହି କାରଣରୁ ଦୁହେଁ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେମାନଙ୍କ ବିବାହ ମଧ୍ୟ ଏକ ରେଜେଷ୍ଟ୍ରି ମ୍ୟାରେଜ ଥିଲା । ଏହା ଦମ୍ପତି ସହ ଜଡିତ ଏକ ସୋର୍ସ ଏହାକୁ ରେଡ୍ଡିଟ ପୋଷ୍ଟ ଦାବି କରିଛି । ପୋଷ୍ଟରେ କୁହାଯାଇଛି ସୋନାକ୍ଷୀ ଜହିରଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି । ତେଣୁ ସେମାନେ ରେଜଷ୍ଟ୍ରେସନ ମ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୋନାକ୍ଷୀ ଏବଂ ଜହିର ଗତ ଜୁନ ୩ ରେ ରେଜେଷ୍ଟ୍ରି ମ୍ୟାରେଜ ଉଭୟ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କୁ ଉପସ୍ଥିତିରେ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ହନିମୁନକୁ ଉପଭୋଗ କରୁଛନ୍ତି । ଏହି ସମୟରେ ସୋନାକ୍ଷୀ ଏବଂ ଜହିର ପିତାମାତା ହେବା ନେଇ ଆଲୋଚନା ତୀବ୍ର ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button