ଦେଶ- ବିଦେଶ

ଚାଣକ୍ୟନୀତି, ଏପରି ମହିଳାଙ୍କୁ ଭୁଲରେ କରନ୍ତୁ ନାହିଁ ନିଜ ଜୀବନସାଥି

ଅର୍ଥଶାସ୍ତ୍ରର ରଚୟିତା ଆଚାର୍ଯ୍ୟ ଚାଣକ୍ୟଙ୍କ ମହାନ ନୀତିର ଯିଏ ପାଳନ କରିଥାଏ ସେ ଜୀବନରେ କେବେ ମଧ୍ୟ ହାର ମାନିନଥାଏ। ତାଙ୍କୁ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ। ଯଦି ନିଜ ଜୀବନକୁ ସୁରୁଖୁରୁରେ ବିତାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ତାଙ୍କ ନୀତିକୁ ପାଳନ କରିପାରିବେ। ଚାଣକ୍ୟ ତାଙ୍କର ନୀତିରେ ମହିଳାଙ୍କ ବିଷୟରେ ଅନେକ କହିଛନ୍ତି। ଆଜି ଆମେ ସେହି ନୀତି ମଧ୍ୟରୁ କିଛି ଆପଣଙ୍କୁ କହିବାକୁ ଯାଉଛୁ।

 

-ମହିଳାଙ୍କ ସୁନ୍ଦରତା ହିଁ ସବୁକିଛି ହୋଇନଥାଏ। ଏଣୁ କେବେ ମଧ୍ୟ କେବଳ ସୁନ୍ଦରତା ଦେଖି କୌଣସି ମହିଳାଙ୍କୁ ବିବାହ କରନ୍ତୁ ନାହିଁ। କାରଣ ଏହାର ପରିଣାମ ପରେ ଖୁବ ଖରାପ ହୋଇଥାଏ।

-ମହିଳାଙ୍କ ସଂସ୍କାର ହିଁ ସବୁଠୁ ବଡ଼ ଗହଣା। ଭଲ ସଂସ୍କାର ଥିବା ମହିଳା ଘରକୁ ସ୍ବର୍ଗରେ ପରିଣତ କରିଥିବା ବେଳେ ଖରାପ ସଂସ୍କାର ଥିବା ମହିଳା ଘରେ ଅଶାନ୍ତିର କାରଣ ପାଲଟିଥାଏ।

-ଯେଉଁ ମହିଳା ବିବାହ ପରେ ଘର ଛାଡି ରହିବାକୁ ଚାହିଁଥାନ୍ତି। ଅଥବା ସ୍ବାମୀଙ୍କ ଛଡ଼ା ଆଉ କାହାକୁ ନେଇ ଚଳିବାକୁ ପସନ୍ଦ କରନ୍ତି ନାହିଁ ।ସେମାନଙ୍କ ନିକଟରୁ ସର୍ବଦା ଦୂରରେ ରହିବା ଉଚିତ୍। କାରଣ ଏମାନେ ଘର ଗଢ଼ିବା ଅପେକ୍ଷା ଘର ଭାଙ୍ଗିବାକୁ ପସନ୍ଦ କରନ୍ତି।

-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଅନେକ ମହିଳା କେବଳ ଧନ ପାଇଁ ବିବାହ କରିଥାନ୍ତି। ତାଙ୍କ ପାଇଁ ସଂପର୍କ ବୋଲି କିଛି ନଥାଏ। ସେମାନେ ସବୁବେଳେ ଧନ ଏବଂ ଅଭୁଷଣ ଚାହିଁଥାନ୍ତି। ଏନେଇ ସେ ତାଙ୍କର ଏବଂ ସାଥିଙ୍କ ଜୀବନ ମଧ୍ୟ ବରବାଦ କରିଦିଅନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button