ନ୍ୟୁଜ୍ ରିଲ୍: ଚର୍ଚ୍ଚାରେ ଶେଫାଲୀଙ୍କ ବିମାନବନ୍ଦର ଚୁମ୍ବନ ! – Kalinga News
[ad_1]
କାଣ୍ଟାଲଗା ଫେମ୍ ଶେଫାଲୀ ଜରିୱାଲା ନିଜର ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଶେଫାଲୀ ଓ ତାଙ୍କ ସ୍ବାମୀ ସର୍ବସାଧାରଣ ସ୍ଥାନରେ ପରସ୍ପରଙ୍କ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଶେଫାଲୀଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କୁ ବିମାନବନ୍ଦରକୁ ଛାଡ଼ିବାକୁ ଆସିଛନ୍ତି। ପତ୍ନୀଙ୍କୁ ଛାଡ଼ିଯିବା ପୂର୍ବରୁ ପ୍ରଥମେ ପରାଗ ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ତା’ପରେ ଶେଫାଲୀ ବି ସ୍ବାମୀଙ୍କୁ ସହଯୋଗ କରୁଛନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ଥିବା ଭଲପାଇବା ଦେଖି କେହି କେହି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଖୁସି ବ୍ୟକ୍ତି କରିଛନ୍ତି ତ ପୁଣି କିଛି ଜଣ ସର୍ବସାଧାରଣ ସ୍ଥାନରେ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିନେତ୍ରୀ ଶେଫାଲୀ ତାଙ୍କର ସୁପରହିଟ୍ ଗୀତ କାଣ୍ଟାଲାଗା ପାଇଁ ବେଶ୍ ଜଣାଶୁଣା। ଏଥିସହ ସେ ବଲିଉଡ୍ ଛବି ‘ମୁଝ୍ସେ ଶାଦୀ କରୋଗୀ’ରେ ଅଭିନୟ କରିବା ସହ ‘ନଚ୍ ବଲିୟେ’ ଓ ‘ବିଗ୍ ବସ୍’ ଭଳି ଲୋକପ୍ରିୟ ରିଅଲିଟି ସୋ’ରେ ଭାଗ ନେଇଛନ୍ତି। ସେ ୨୦୦୪ ମସିହାରେ ସଂଗୀତଜ୍ଞ ହର୍ମିତ୍ ସିଂହଙ୍କୁ ବିବାହ କରିଥିଲେ। ମାତ୍ର ତାଙ୍କ ସହ ଛାଡ଼ପତ୍ର ହେବା ପରେ ଅଭିନେତା ପରାଗଙ୍କ ସଙ୍ଗେ ସଂପର୍କ ଯୋଡ଼ିଥିଲେ ଶେଫାଲୀ। ୨୦୧୪ ମସିହାରେ ଶେଫାଲୀ-ପରାଗ ବିବାହ କରିଥିଲେ। ସେମାନଙ୍କ ବିବାହକୁ ୧୦ ବର୍ଷ ହୋଇଗଲାଣି। ଆଜି ବି ସେ ଦୁହିଁଙ୍କ ସଂପର୍କ ସେହିପରି ଅତୁଟ ରହିଛି।
[ad_2]