ଦେଶ- ବିଦେଶ

ଏହି ଦିନ ବୃଦ୍ଧା ଭିକାରୀକୁ ଦାନ କରନ୍ତୁ ଏହି ଜିନିଷ, ଖୋଲିଯିବା ଆପଣଙ୍କ ଭାଗ୍ୟ

ହିନ୍ଦୁ ପରମ୍ପରା ଅନୁଯାୟୀ, ଦାନ କରିବା ଦ୍ୱାରା ମନୁଷ୍ୟ ସବୁଠାରୁ ଅଧିକ ପୁଣ୍ୟ ଅର୍ଜନ କରିଥାନ୍ତି। ଏହାଛଡ଼ା ଶାସ୍ତ୍ରରେ ଏପରି ଅନେକ ଦାନ ବିଷୟରେ ମଧ୍ୟ ଲେଖାଯାଇଛି ଯାହା ଦ୍ୱାରା ଜୀବନର ଅନେକ ବାଧାବିଘ୍ନ ଦୂର ହୋଇଥାଏ। ଏଣୁ ଜୀବନରେ ସୁଖଶାନ୍ତି ପ୍ରାପ୍ତ କରିବା ପାଇଁ ଭିକାରୀଙ୍କ ସମ୍ବନ୍ଧୀୟ କିଛି ଦାନ କରିବା ଉଚିତ୍‌। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଭିକାରୀଙ୍କୁ ଦାନ କରିବା ଦ୍ୱାରା ଖୁବ ପୁଣ୍ୟ ଅର୍ଜନ ହୋଇଥାଏ। ଏନେଇ କିଛି ବ୍ୟକ୍ତି ଭିକାରୀଙ୍କୁ ଟଙ୍କା ଦାନ କରିଥିବା ବେଳେ କିଛି ଖାଦ୍ୟ ଏବଂ ପୋଷାକ ଦାନ କରିଥାନ୍ତି। କିନ୍ତୁ ଶାସ୍ତ୍ରରେ ବର୍ଣ୍ଣିତ କିଛି ଖାସ ଜିନିଷକୁ ନିର୍ଦ୍ଦିଷ୍ଟ ଦିନରେ ବୃଦ୍ଧା ଭିକାରୀକୁ ଦାନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଇଥାଏ।

Child-Beggars

-ଯେକୌଣସି ଅମାବାସ୍ୟାରେ କିଛି ପିତଳର ବସ୍ତୁକୁ ମନ୍ଦିରରେ ରଖନ୍ତୁ। ସେଠାରେ ହଳଦୀ ଏବଂ କୁଙ୍କୁମ ଲଗାଇ ତାହାର ପୂଜା କରନ୍ତୁ। ପରେ ସେହି ବସ୍ତୁକୁ କୌଣସି ବୃଦ୍ଧ ଭିକାରୀଙ୍କୁ ଦାନରେ ଦେଇଦିଅନ୍ତୁ। ଦେଖିବେ ଆପଣଙ୍କର ଧନ ଏବଂ ସମ୍ବତ୍ତି ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯିବ।

-ଅମାବାସ୍ୟା ଦିନ ପୂଜା ଘରେ ଦୀପ ଲଗାଇବା ସହ ସେଥିରେ ଏକ ଲବଙ୍ଗ ରଖନ୍ତୁ। ଦୀପଟି ପୂରା ଜଳିବା ପରେ ଲବଙ୍ଗକୁ ଏକ ୧୦ ଟଙ୍କିଆ ନୋଟରେ ଗୁଡାଇ କୌଣସି ବୁଢ଼ା ଭିକାରୀଙ୍କୁ ଦାନ କରନ୍ତୁ। ଏହା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏପରିକି ଅଟକିଥିବା ଧନ ମଧ୍ୟ ମିଳିଥାଏ

-ଏପରି କିଛି ଲୋକ ହିଁ ଥିବେ ଯେଉଁ ମାନେ ଭିକାରୀଙ୍କୁ ରୁପାର ଜିନିଷ ଦାନ କରିଥାନ୍ତି। ଅମାବାସ୍ୟା ଦିନ ବୃଦ୍ଧା ଭିକାରୀଙ୍କୁ ଭଲ ମନରେ ରୁପା ଦାନ କରିଥାନ୍ତି। ତାଙ୍କର ଜୀବନରେ ସୁଖ ଏବଂ ସମୃଦ୍ଦିର ବର୍ଷା ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button