ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଜାଣନ୍ତୁ ଏହି 8 ଟି ଚାଣକ୍ୟ ନୀତି, ଶତୃ ଆସି ଆପାନଙ୍କ ପାଦ ତଳେ ପଡିବ…

ଆଚାର୍ଯ୍ୟ ଚାଣକ୍ୟ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ଭାରତର ନୁହେଁ ବରଂ ଦୁନିଆର ଚତୁର, ଚାଳକ, ବୁଦ୍ଧିମାନ ବ୍ୟକ୍ତି ଭାବେ ପରିଗଣିତ ଥିଲେ । ଯୁଦ୍ଧରେ ବିଜୟ ହେବା, ସଫଳତା ପ୍ରାପ୍ତ କରିବା ଓ ଶତ୍ରୁଙ୍କୁ ହରାଇବା ପାଇଁ ଯେଉଁ ଭଳି କୂଟନୀତି ଚାଣକ୍ୟ ବନାଉଥିଲେ ସେମିତି ନୀତି ଅନ୍ୟ କେହି ଆଜି ଯାଏଁ କରି ନାହାନ୍ତି । ଏହି କାରଣରୁ ତାଙ୍କ ଦ୍ଵାରା ବଣା ଯାଇଥିଲା ୨୪୦୦ ବର୍ଷ ପୂର୍ବେ ସେହି ନୀତିଗୁଡିକୁ ଆଜି ବି ଅନେକ ଲୋକ ଫଲୋ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନୁଯାୟୀ କେଉଁ ନୀତି ଅବଲମ୍ବନ କରି ଶତ୍ରୁଙ୍କୁ ପରାଜୟ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ୧- କଥାରେ ଅଛି କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ । ଚାଣକ୍ୟଙ୍କ ମତରେ ଶତ୍ରୁର ସବୁଠାରୁ ଘାତକ ଅସ୍ତ୍ର ତାକୁ ଉକସେଇବା ହୋଇଥାଏ । ତେଣୁ ଚାଣକ୍ୟଙ୍କ ମତରେ ମଣିଷ ନିଜର ରାଗକୁ ଏମିତି ନିୟନ୍ତ୍ରଣ କରିବା ଦରକାର ଯେମିତି କଇଁଛ ନିଜର ଶରୀରକୁ ସେଲରେ ଲୁଚାଇଥାଏ । ଏହା ସହ ଶତ୍ରୁ ଉକସେଇଲେ ତୁରନ୍ତ ଜବାବ ନ ଦେଇ ଠିକ ସମୟରେ ଆସିଲେ ଆକ୍ରମଣ କରିବା ଉଚିତ ।
ମତରେ ଯେଉଁ ଲୋକ ଆପଣଙ୍କୁ ଭଲ ପରାମର୍ଶ ଦେଉଛନ୍ତି, ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାନ୍ତି ତାଙ୍କର ସବୁ କଥା ଧ୍ୟାନରେ ଶୁଣିବା ସହ ଅମଳ କରିବା ଉଚିତ । ଯେଉଁ ଲୋକ ଆପଣଙ୍କ ବିଷୟରେ ଖରାପ ଚିନ୍ତା କରୁଛନ୍ତି, ମନୋବଳ ଭାଙ୍ଗୁଛନ୍ତି, ଆପଣଙ୍କ ମନରେ ନେଗେଟିଭ ଚିନ୍ତା ଆଣୁଛନ୍ତି ସେମାନଙ୍କ ପାଇଁ ଚୁପ ରୁହନ୍ତୁ ।
କୁହନ୍ତି ଦୁଷ୍ଟ ବ୍ଯକ୍ତିର ସ୍ଵଭାବ କେବେ ବଦଳେ ନାହି । ଆପଣ ତା ସହ ଯେତେ ଭଲ ବ୍ୟବହାର କରିଲେ ମଧ୍ୟ ସେ କେବେ ବଦଳେ ନାହି । ଦୁଷ୍ଟ ବ୍ୟକ୍ତି ଉପରେ କେବେ ବି ଭରସା କରିବା ଅନୁଚିତ । ତେଣୁ ଦୁଷ୍ଟ ବ୍ୟକ୍ତି ସହ ସେମିତି ବ୍ୟବହାର କରିବା ଦରକାର ଯେମିତି ବିଷାକ୍ତ ସାପ ସହ କରାଯାଏ ।
୪- ଚାଣକ୍ୟଙ୍କ ମତରେ ଯିଏ ଆପଣଙ୍କୁ ମିଠା କଥା କହି ପିଠି ପଛରେ ୱାର କରୁଥିବ ସେହି ବ୍ୟକ୍ତି ଠାରୁ ଦୂରରେ ରହିବା ଉଚିତ । କାରଣ ସେମାନେ ଶତ୍ରୁ ହୋଇଥାନ୍ତି ଯିଏ ଆପଣଙ୍କୁ ଗଭୀର ଧୋକା ଦେଇଥାନ୍ତି ।
୫- ଯେମିତି ସାପକୁ ଘାୟଲ କରି ଦେଲେ ସେ ପୁଣି ବିଷାକ୍ତ ହୋଇଯାଏ ଠିକ ସେହିପରି ଶତ୍ରୁକୁ ଘାୟଲ କରି ଛାଡିବା ଉଚିତ ନୁହେଁ ବରଂ ଏମିତି ୱାର କରିବା ଦରକାର ଯେମିତି ସେ ଆଉ ଉଠିପାରିବ ନାହି ।
୬- ଚାଣକ୍ୟଙ୍କ ମତରେ ଶତ୍ରୁକୁ କେବେ ଘୃଣା କରନ୍ତୁ ନାହି । ଏଭଳି ବ୍ୟକ୍ତି ନିଜର ବିଚାର କରିବାର ସ୍ଥିତି ହରାଇଥାଏ । ତେଣୁ ଶତ୍ରୁକୁ ମିତ୍ର ଭଳି ଦେଖିବା ଉଚିତ ।
୭- ଚାଣକ୍ୟଙ୍କ ମତରେ ଶତ୍ରୁକୁ ତାର ନିକଟତର ଲୋକଙ୍କ ଠାରୁ ଦୂରେଇ ଦେବା ପରେ ସେ ଯେବେ ଏକା ହୋଇଯିବ ସେତେବେଳେ ତା ଉପରେ ୱାର କରିବା ଦରକାର ।
୮- ଚାଣକ୍ୟଙ୍କ ମତରେ କୌଣସି ବ୍ଯକ୍ତିର ଦୁର୍ବଳତା ବା ଖରାପ ଚିନ୍ତାଧାରା ବିଷୟରେ ଅନ୍ୟ କାହାକୁ ନ କହି ସେହି ବ୍ୟକ୍ତିକୁ କହିବା ଉଚିତ




