ନିଜ ସ୍ବାମୀଙ୍କ ଠାରୁ ସ୍ତ୍ରୀମାନେ ଲୁଚାଇଥାନ୍ତି ଏହି ସବୁ କଥା , ଜାଣନ୍ତୁ ଏହା ପଛର କାରଣ

ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ଗଭୀର ହୋଇଥାଏ ଏକଥା ଆମେ ସମସ୍ତେ ଜାଣିଥାନ୍ତି । ଦୁହିଁଙ୍କ ମଧ୍ୟର ସତ୍ୟତା ଏବଂ ବିଶ୍ବାସର ଡୋରୀ ସର୍ବଦା ବାନ୍ଧି ହୋଇରହିଥାଏ । ଏହି ସମ୍ପର୍କ ଆଗକୁ ବଢିବା ସହିତ ଦିନକୁ ଦିନ ଆହୁରୀ ମଜବୁତ୍ ହୋଇଯାଇଥାଏ । ଉଭୟ ଉଭୟଙ୍କ ସହିତ ପ୍ରାୟ ସବୁ କଥା ସେୟାର କରିଥାନ୍ତି ।
ତେବେ ଆସନ୍ତୁ ଜାଣିବା ଏମିତି କିଛି କଥା ଯାହାକୁ ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ଠାରୁ ଲୁଚାଇ ରଖିଥାନ୍ତି :
–ୱାର୍କିଙ୍ଗ ମହିଳାମାନେ ଅଫିସରେ ମିଳୁଥିବା ସଫଳତାକୁ ନିଜ ସ୍ବାମୀଙ୍କ ସହିତ ଜଲଦିରେ ସେୟାର କରିବାକୁ ଚାହାଁନ୍ତି ନାହିଁ, କାହିଁକି ନା ସେମାନଙ୍କୁ ଲାଗିଥାଏ କି ଏହି କଥା ତାଙ୍କ ସ୍ବାମୀଙ୍କୁ ଖରାପ ଲାଗିପାରେ କି, ତାଙ୍କ ଠାରୁ ତାଙ୍କ ସ୍ତ୍ରୀ ଆଗକୁ ବଢିବାରେ ଲାଗୁଥିବାବେଳେ ସେ ପଛରେ ରହିଯାଇଛନ୍ତି ।
–ସ୍ତ୍ରୀ ମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ଏବଂ ଟଙ୍କା ନେଣଦେଣ ସମ୍ପର୍କରେ ମଧ୍ୟ ଭୁଲରେ ନିଜ ସ୍ବାମୀଙ୍କୁ କହିନଥାନ୍ତି । କାରଣ ତାଙ୍କର ମନରେ ଥାଏ କି ଯଦି ଭବିଷ୍ୟତରେ ସ୍ବାମୀ କୌଣସି ଅସୁବିଧାରେ ପଡନ୍ତି ତେବେ ସେହି ସମୟରେ ସେ ତାଙ୍କ ସାହାର୍ଯ୍ୟ କରିବେ ।ତେଣୁ ସେ ଏହି କଥାକୁ ଗୋପନୀୟ ଭାବେ ରଖିଥାନ୍ତି ।
–ସ୍ତ୍ରୀ ମାନେ ନିଜ ଶରୀର ସମ୍ବନ୍ଧୀୟ କୌଣସି ଛୋଟ ଛୋଟ କଥା ନିଜ ସ୍ବାମୀଙ୍କୁ କହିନଥାନ୍ତି । କାରଣ ତାଙ୍କୁ ଲାଗିଥାଏ କି କାହିଁକି ଛୋଟ କଥା କହିକି ସ୍ବାମୀଙ୍କୁ ଟେନସନ୍ ଦେବେ । ଏମିତିରେ ଛୋଟମୋଟ ସମସ୍ୟାକୁ ନିଜେ ହ୍ୟାଣ୍ଡେଲ୍ କରିବାରେ ସେମାନେ ଭଲ ପାଇଥାନ୍ତି ।
–ମହିଳାମାନେ ନିଜ ଘରର ଆର୍ଥିକସ୍ଥିତି ଲୁଚାଇ ରଖିଥାନ୍ତି । ସେମାନେ ଚାହିଁଥାନ୍ତି କି ଏଭଳି ସମୟରେ ସେ ସବୁକିଛି ସମ୍ଭାଳିବା ଉଚିତ୍ ।
– ସେମାନେ ନିଜର ସେକ୍ସୁଆଲ କଥା ମଧ୍ୟ ସ୍ବାମୀଙ୍କ ସହିତ ସେୟାର କରିବାକୁ ପସନ୍ଦ କରିନଥାନ୍ତି । ଏଥିପାଇଁ ସେମାନେ କୌଣସି ମହିଳାଙ୍କ ସାହାର୍ଯ୍ୟ ନେବାକୁ ପସନ୍ଦ କରିଥାନ୍ତି ।



