ଦେଶ- ବିଦେଶ

ଶ୍ରୀକୃଷ୍ଣ କହି ଯାଇଛନ୍ତି କଳିଯୁଗର କଡ଼ା ସତ ଦେଖନ୍ତୁ ଏହି ୫ ଟି ଚମତ୍କାରୀ ସତ ଯାହା ଆଜି ହେଉଛି ସତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଲୀଳା ଅପାର ଅଟେ। କେତେବେଳେ ଯେ ତାଙ୍କର କେଉଁ ଲୀଳା କରିଥାଆନ୍ତି ତାହା ବିଷୟରେ ଆମେ ଅବଗତ ନଥାଉ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଆମର ଆଗତ ଭବିଷ୍ୟତ କଥା ବେଶ ଭଲ ଭାବରେ ଜାଣି ଥାଆନ୍ତି। ତେଣୁ ସେ ଆଗକୁ ଆସୁଥିବା କଳ୍କୀ ବିଷୟରେ ସବୁ କିଛି ଜାଣିଛନ୍ତି। ସେ ପାଣ୍ଡବ ଙ୍କୁ କଳିଯୁଗ ବିଷୟରେ ଯେଉଁ ୫ ଟି ସତ୍ୟ କହିଛନ୍ତି ଚାଲନ୍ତୁ ତାହା ସମ୍ୱନ୍ଧରେ ଜାଣିବା।

ପାଣ୍ଡବ ମାନେ ପଚାରିଥିଲେ ଶ୍ରୀ କୃଷ୍ଣ ଙ୍କୁ କି କଳିଯୁଗ ରେ ମଣିଷ ମାନେ କିପରି , ତାଙ୍କର ବିଚାର ଧାରା କିପରିହେବ ଓ ସେମାନେ ମୋକ୍ଷ କିଭଳି ପାଇବେ। ଏହାଶୁଣି ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ବଣ କୁ ଯାଇ ପରିଭ୍ରମଣ କରି କଣ ଦେଖିଲେ ତାହା ଆସି ତାଙ୍କୁ କହିବେ ବୋଲି କହିଲେ। ପ୍ରଥମେ ଯୁଧିଷ୍ଠିର ଦୁଇ ଶୁଣ୍ଢ ଥିବା ହାତୀ ବିଷୟରେ ଆସି କହିଲେ ଯାହାକୁ ସେ ସେଠାରେ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ କଳି ଯୁଗରେ ଏପରି ଲୋକ ଥିବେ କି ସେମାନେ କହୁଥିବେ କିଛି ଅଲଗା କଥା ଓ କରୁଥିବେ କିଛି ଅଲଗା।

ଭୀମ ଦେଖିଲେ ଏକ ଗାଈ କୁ ସେ ନିଜ ଛୁଆ କୁ ଏତେ ମାତ୍ରାରେ ଚାଟୁଥିଲା କି ଛୁଆ ଟିର ରକ୍ତ ବାହାରି ଆସୁଥିଲା। ଭଗବାନ କୃଷ୍ଣ ଏହାର ଅର୍ଥ କହିଲେ ଯେ କଳିଯୁଗ ରେ ପିତା ମାତା ତାଙ୍କ ସନ୍ତାନ ଙ୍କୁ ଏତେ ମାତ୍ରାରେ ପ୍ରେମ ଓ ମମତା କରିବେ ଯେ ସ୍ଵୟଂ ପିଲା ମାନେ ହିଁ ବଦଳି ଯିବେ। ଖରାପ ଆଡ଼କୁ ଗତି କରିବେ।

ଅର୍ଜୁନ ଦେଖିଲେ ଏକ ପକ୍ଷୀ ଯାହାର ପଂଖରେ ବେଦ ମନ୍ତ୍ର ଲେଖା ଯାଇଥିଲା ପରନ୍ତୁ ସେ ମନୁଷ୍ୟର ମାଂସ ଖାଉଥିଲା। ଏହାର ପ୍ରତି ଉତ୍ତର ରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି କଳି ଯୁଗରେ ଏପରି ଲୋକ ଥିବେ ତାଙ୍କୁ ବିଦ୍ୱାନ କୁହା ଯାଉଥିବ ମାତ୍ର ତାଙ୍କର ଏହା ଇଚ୍ଛା ଥିବକି କାହାର ଜଲଦି ମୃ-ତ୍ୟୁ ହୁଅନ୍ତା ଓ ତାଙ୍କ ସମ୍ପତି କୁ ନିଜେ ହଡ଼ପ କରି ନିଅନ୍ତେ।

ନକୁଳ ଦେଖିଲେ କି ଏକ ବଡ଼ ପଥର ପାହାଡ଼ ଉପରୁ ଖସିଲା ଓ ବଡରୁ ବଡ଼ ଗଛ ମାନେ ମଧ୍ୟ ତାକୁ ରୋକି ପାରିଲେ ନାହିଁ ମାତ୍ର ଗୋଟେ ଛୋଟ ଗଛ ଦ୍ବାରା ବାଡେଇ ହୋଇ ସେ ପଥର ସେଠି ହିଁ ରହିଗଲା। ଏହାକୁ ବୁଝାଇବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ମନୁଷ୍ୟର ଜୀବନ କ୍ଷୀଣ ହେବ ଏବଂ ଏହାକୁ ଧନ ଦୌଲତ ଅଟକାଇ ରଖି ପାରିବ ନାହିଁ। କିନ୍ତୁ ହରି ନାମ ରୁପି ଏକ ଛୋଟ ଜିନିଷ ହିଁ ଜିବନ ରକ୍ଷା କରି ପାରିବ।

ସହଦେବ ବଣରେ ଅନେକ କୂଅ ଦେଖିଲେ ସେଥି ମଧ୍ୟରୁ କେବଳ ମଝି କୂଅ ହିଁ ଖାଲି ଥିଲା ତାହା ସବୁ ଠାରୁ ମଧ୍ୟ ଗଭୀର ଥିଲା। ଏହାର ପ୍ରତି ଉତ୍ତର ରେ ଶ୍ରୀକୃଷ୍ଣ କହିଥିଲେ କି ଧନୀ ଲୋକ ମାନେ ଅନତ୍ର ଦୁକର୍ମ କରି ପଇସା ଖର୍ଚ୍ଚ କରିବେ ମାତ୍ର ଏକ ଗରିବ ବ୍ୟକ୍ତି କୁ ଦାନ କରି ପୂଣ୍ୟ ଅର୍ଜନ କରିବେ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button