ଜ୍ୟୋତିଷ

କାହିଁକି ବ୍ରାହ୍ମଣମାନେ ଖାଆନ୍ତି ନାହିଁ ପିଆଜ ଓ ରସୁଣ, ଜାଣନ୍ତୁ କଣ ରହିଛି ଏହା ପଛର ବଡ କାରଣ

ଆମ ସମାଜରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ତେବେ ବର୍ତ୍ତମାନ ସମୟରେ ଖୁବ୍‌ କମ୍ ଲୋକ ବ୍ରାହ୍ମଣମାନଙ୍କର ପ୍ରକୃତ ରହଣି ସହଣି ବିଷୟରେ ଜାଣିଛନ୍ତି । ଆପଣ ସବୁବେଳେ ଦେଖିଥିବେ ଯେ ବ୍ରାହ୍ମଣ ଅଧିକ କପଡା ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଅଧିକାଂଶ ବ୍ରାହ୍ମଣ କମଳା ରଙ୍ଗର ପୋଷାକ ପରିଧାନ କରିଥାନ୍ତି।
ପୁଣି ଏଭଳି ଧାରଣା ରହିଛି ଯେ ବ୍ରାହ୍ମଣମାନେ ସମ୍ପୂର୍ଣ୍ଣ ନିରାମିଷ ଖାଇବାକୁ ପସନ୍ଦ କରନ୍ତି। ସେମାନଙ୍କ ଭୋଜନରେ ପିଆଜ ଏବଂ ରସୁଣ ମଧ୍ୟ ପଡିନଥାଏ। ଏମିତିରେ ସମସ୍ତଙ୍କୁ ଜଣାଥିବ ଯେ ଭଗବାନଙ୍କୁ ଲାଗି ହେଉଥିବା ଭୋଗରେ ମଧ୍ୟ ପିଆଜ ଏବଂ ରସୁଣ ପଡିନଥାଏ।
ଅନେକ ବ୍ରାହ୍ମଣ ନିଜ ଭୋଜନରେ ରସୁଣ ଏବଂ ପିଆଜର ବ୍ୟବହାର କରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ବ୍ରାହ୍ମଣ ପିଆଜ ଏବଂ ରସୁଣ ଠାରୁ ଦୂରେଇ ରୁହନ୍ତି । ଆସନ୍ତୁ ଜାଣିବା ଏହା ପଛର ଥିବା କାରଣ।

brahminଶାସ୍ତ୍ର ଅନୁସାରେ

ଶାସ୍ତ୍ର ଅନୁସାରେ କୁହାଯାଏ ଯେ ରସୁଣ, ପିଆଜ ଏବଂ ଛତୁ ଜାତୀୟ ଖାଦ୍ୟ ବ୍ରାହ୍ମଣମାନେ ଖାଆନ୍ତି ନାହିଁ। କାରଣ ସେମାନଙ୍କୁ ଏହି ଖାଦ୍ୟ ଖାଇବାକୁ ବାରଣ କରାଯାଇଛି। ଏହି ସବୁ ଖାଦ୍ୟ ଅଶୁଦ୍ଧ ଓ ବୋଲି କୁହାଯାଏ ।

ବ୍ରାହ୍ମଣଙ୍କ ସ୍ଥାନ ସମସ୍ତଙ୍କ ଠାରୁ ଉଚ୍ଚରେ । ତେଣୁ ସେମାନେ ନିଜକୁ ପବିତ୍ର ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। କାରଣ ବ୍ରାହ୍ମଣଙ୍କ ପାଇଁ ନିଜକୁ ପବିତ୍ର ରଖି ବିଭିନ୍ନ କର୍ତ୍ତବ୍ୟ କରିବାକୁ ହୋଇଥାଏ । ବିଶେଷ କରି ବ୍ରାହ୍ମଣମାନେ ଭଗବାନଙ୍କର ପୂଜା କରିଥାନ୍ତି । ସେଥିଲାଗି ଶୁଦ୍ଧ ପୂତ ରହିବା ଜରୁରୀ ।

brahmanଆୟୁର୍ବେଦ ଅନୁସାରେ

ଯଦି ଆୟୁର୍ବେଦ କଥା କୁହାଯାଏ ତେବେ ଏଥିରେ ମଧ୍ୟ ପିଆଜ, ରସୁଣ ଓ ଆମିଷ ଖାଦ୍ୟକୁ ବାରଣ କରାଯିବାର ଏକ ବଡ କାରଣ ରହିଛି। ଆୟୁର୍ବେଦ ଅନୁସାରେ ଖାଦ୍ୟ ପଦାର୍ଥକୁ ଦୁଇ ଭାଗରେ ବଣ୍ଟା ଯାଇଛି। ପ୍ରଥମ ଭାଗ ହେଉଛି ତାମସିକ । ଯେଉଁଥିରେ କ୍ରୋଧ, ଅହଂକାର ଏବଂ ବିନାଶର ଗୁଣ ରହିଥାଏ ।
ସେହିଭଳି ଦ୍ବିତୀୟ ହେଉଛି ସାତ୍ତ୍ୱିକ ଖାଦ୍ୟ । ଯେଉଁଥିରେ ଶାନ୍ତିଭାବ, ପବିତ୍ରତାର ଗୁଣ ମିଳିଥାଏ। ଏହାକୁ ସରଳ ଭାବରେ କହିହେବ ଯେ ବ୍ରାହ୍ମଣଙ୍କୁ ସାତ୍ତ୍ବିକ ଶ୍ରେଣୀରେ ରଖାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button