ଦେଶ- ବିଦେଶ

କେବଳ ଲେମ୍ବୁରୁ ହିଁ ମିଳିବ ଏହି ଦମଦାର ଫାଇଦା , ଏପରି କରନ୍ତୁ ବ୍ୟବହାର

ପ୍ରାୟ ସମସ୍ତଙ୍କ ଘରେ ସାଧାରଣ ଭାବେ ଲେମ୍ବୁ ରହିଥାଏ। ଏପରିକି ଏହାର ବ୍ୟବହାର ମଧ୍ୟ ଖୁବ ସରଳ ଏବଂ ସହଜ ହୋଇଥାଏ। ଲେମ୍ବୁ ଶରୀର ପାଇଁ ଖୁବ ଲାଭଦାୟକ। ଏଥିରେ କ୍ୟାଲସିୟମ୍, ମ୍ୟାଗନେସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ ଏ,ସି, ବି ଏବଂ ପ୍ରଟୋନ୍ କାର୍ବୋହାଇଡ୍ରେଟ ଆଦି ପୋଷକ ରହିଥାଏ। ଏଣୁ ଲେମ୍ବୁ ଶରୀରର ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବା ସହ ଶରୀରର ଛୋଟମୋଟ ରୋଗକୁ ମଧ୍ୟ ଦୂର କରିଥାଏ। ଆଜି ଆମେ ଲେମ୍ବୁ ସହ ଜଡ଼ିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା ବିଷୟରେ କହିବାକୁ ଯାଉଛୁ।

lemon juice

-ଲେମ୍ବୁରେ ରହିଥିବା କିଛି ପୋଷକ ପେଟର ପିତରସ ଉତ୍ପାଦନକୁ ବଢ଼ାଇବା ସହ ପାଚନକ୍ରିୟାକୁ ସଠିକ୍ କରିଥାଏ। ଏହା ଶରୀରରେ ଥିବା ଟକ୍ସିନକୁ ବାହାର କରିଥାଏ। ଲେମ୍ବୁ ପାଣି ପିଇବା ଦ୍ବାରା ପେଟ ଫୁଲିବା, ଖଟା ହାକୁଡି ଏବଂ ପାଚନ କ୍ରିୟା ଜନିତ ଅସୁବିଧା ଆଦି ଦୂର ହୋଇଥାଏ।

-ଓଜନ କମ କରିବା ପାଇଁ ଲେମ୍ବୁ ଖୁବ ଲାଭକାରୀ। ଦୈନିକ ଏକ ଗିଲାସ ଲେମ୍ବୁ ଏବଂ ମହୁ ମିଶାଇ ପାଣି ସେବନ କରିବା ଦ୍ବାରା ମୋଟାପଣ ଦୂର ହୋଇଥାଏ। ଏହାର ସେବନ ଭୋକ କମ କରିଥାଏ।

-ଲେମ୍ବୁରେ ଥିବା ପୋଷକ ଶରୀରକୁ ହାଇଡ୍ରେଟ ରଖିବା ସହ ଭରପୁର ମାତ୍ରାରେ ଅକ୍ସିଜେନ ଯୋଗାଇଥାଏ। ଏହାର ସେବନ ଇଣ୍ଟେଷ୍ଟାଇନରେ ଉର୍ଜା ପହଞ୍ଚାଇଥାଏ।

-ଏହାର ସେବନ ଥଣ୍ଡା, ଜ୍ବରକୁ କମ କରିବା ସହ ଆସ୍ତମା ଏବଂ ରକ୍ତଚାପ ଆଦିକୁ ନିୟନ୍ତ୍ରିତ ରଖିଥାଏ।

-ଦାନ୍ତ ପାଇଁ ବରଦାନ ସ୍ବରୁପ ହୋଇଥାଏ ଲେମ୍ବୁ । ଲେମ୍ବୁର ସେବନ ଦାନ୍ତବିନ୍ଧା, ହଳଦିଆପଣ, ଦାନ୍ତରୁ ବାହାରିଥିବା ରକ୍ତ ଆଦି ସମସ୍ୟାକୁ ଦୂର କରିଥାଏ। ଏଥିପାଇଁ ଲେମ୍ବୁ ରସକୁ ବାସ ଦାନ୍ତ ମାଢ଼ିରେ ମାଲିସ କରିବାକୁ ପଡିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button