ଦେଶ- ବିଦେଶ

ସବୁଠୁ ଅଧିକ ଟ୍ରାଫିକ ବାଲା ଦୁନିଆର ଟପ – ୧୦ଟି ସହର, ନମ୍ବର ୧ରେ ତ ଅଛି ଭାରତର ଏହି ସହର, ଦେଖନ୍ତୁ

ବର୍ତ୍ତମାନ ସମୟରେ ଟ୍ରାଫିକର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଦ୍ଵାରା ଲୋକମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । ନେଦରଲ୍ୟାଣ୍ଡ ର ନେଭିଗେସନ, ଟ୍ରାଫିକ ଓ ମ୍ୟାପ ଉତ୍ପାଦ କମ୍ପାନୀ ଟମଟମ ର ରିପୋର୍ଟରେ ଏହା ଜଣା ପଡିଛି କି ଦୁନିଆର ୧୦ଟି ସବୁଠୁ ଅଧିକ ଟ୍ରାଫିକ ବାଲା ସହର ମଧ୍ୟରେ ଭାରତର ଏହି ୪ଟି ସହର ସାମିଲ ଅଛି । ଯେଉଁ ସ୍ଥାନର ଟ୍ରାଫିକ ସବୁଠୁ ଅଧିକ ଖରାପ ଅଟେ ।

ଆପଣଙ୍କୁ କହିଦେଉଛୁ କି ଟମଟମ ରେ ବିଶ୍ଵର ୫୭ଟି ଦେଶର ୧୪୬ଟି ବଡ ବଡ ସହରର ଟ୍ରାଫିକକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏହା ଟମଟମ ର ନବମ ବାର୍ଷିକ ସଂସ୍କରଣ ଅଟେ । ଏଥିରେ ବାଙ୍ଗାଲୁର ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି । ଏହି ରିପୋର୍ଟ ଏହା କହିଥାଏ କି ବାଙ୍ଗାଲୁର ଟ୍ରାଫିକ ମାମଲାରେ ଦୁନିଆର ସବୁଠୁ ଖରାପ ସହର ଅଟେ ।

ଏଠାରେ ବର୍ଷ ୨୦୧୯ରେ ଲୋକମାନେ ଯାତ୍ରା ସମୟରେ ପାଖପାଖି ୨୪୩ ଘଣ୍ଟା ଜାମ ମଧ୍ୟରେ ବିତାଇ ଦେଇଥିଲେ । ଯାହା ୧୦ ଦିନ ଓ ୩ ଘଣ୍ଟା ସହ ସମାନ ଅଟେ ।

ଦୁନିଆର ଖରାପ ଟ୍ରାଫିକ ବାଲା ୧୦ଟି ସହର –

୧. ବାଙ୍ଗାଲୁର , ଭାରତ ୭୧ ପ୍ରତିଶତ

୨. ମନୀଲା, ଫିଲୀପୀଂସ ୭୧ ପ୍ରତିଶତ

୩. ବୋଗୋଟା, କୋଲଂବିୟା ୬୮ ପ୍ରତିଶତ

୪. ମୁମ୍ବାଇ, ଭାରତ ୬୫ ପ୍ରତିଶତ

୫. ପୁଣେ, ଭାରତ ୫୯ ପ୍ରତିଶତ

୬. ମସ୍କୋ, ରୁସ ୫୯ ପ୍ରତିଶତ

୭. ଲୀମା, ପେରୁ ୫୭ ପ୍ରତିଶତ

୮. ଦିଲ୍ଲୀ, ଭାରତ ୫୬ ପ୍ରତିଶତ

୯. ଇସ୍ତାଂବୁଲ, ତୁର୍କୀ ୫୫ ପ୍ରତିଶତ

୧୦. ଜକାର୍ତା, ଇଂଡୋନେଶିୟା ୫୩ ପ୍ରତିଶତ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button