ଆଲୋବେରା ର ଫାଇଦା ତ ବହୁତ ଜାଣିଥିବେ, ହେଲେ Aloe Vera ର ଏହି ଭୟଙ୍କର ସତ ଆଗରୁ କେବେ ବି ଜାଣି ନଥିବେ…

ସୂଚନା ଅନୁସାରେ ଆଲୋଭେରା ହେଉଛି ଏପରି ଏକ ପ୍ରାକୃତିକ ତତ୍ଵ । ଏଥିରେ ଆଣ୍ଟିଇନଫ୍ଲାମେଣ୍ଟାରି ଗୁଣ ରହିଥାଏ । ଯାହାର ଉପକରୀତା ପ୍ରତେକଟି ବ୍ୟକ୍ତି ପାଇଁ ବହୁତ ମାତ୍ରାରେ ରହିଥାଏ । ଆଲୋଭେରା ଦ୍ଵାରା ବ୍ୟକ୍ତି ମୁହଁରେ ଚମକତା ଆଣିଥାଏ, କେଶ ଝଡିବା କମିବା ସହ କେଶ ମୂଳ ମଜଭୁତ ହୋଇଥାଏ । ଡ୍ରାନଡ୍ରଫକୁ ମୁଣ୍ଡରୁ ହଟାଇବାରେ ସାହାଜ୍ଯ କରିଥାଏ । ସୋରିଆସିସ ଭଳି ସ୍କିନ ଜନିତ ସମସ୍ଯାକୁ ଠିକ କରିବା ।
ଏହା ସହିତ ଆଲୋଭେରା ଜୁଷର ସେବନ ଦ୍ଵାରା ମଧ୍ୟ ଏହା ସ୍ଵାସ୍ଥ ପାଇଁ ଲାଭଦାୟକ ହୋଇଥାଏ ।ଏହାର ସେବନ ଦ୍ଵାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ସମସ୍ତେ ଏହାର ଉପକରୀତା ବିଷୟରେ ଅଳ୍ପ ବହୁତ ଜାଣିଥାନ୍ତି କିନ୍ତୁ ଆଜି ଏହାର ଅପକାର ଗୁଣ ବିଷୟରେ ମଧ୍ୟ ଜାଣିବାକୁ ପାଇବେ।
ଆଲୋଭେରା କିଛି ବ୍ୟକ୍ତିଙ୍କ ପାଇଁ ଚମତ୍କାରୀ ଉପାଦାନ ହୋଇଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ଆଲୋଭେରା ପାଇଁ ଆଲର୍ଜୀ ମଧ୍ୟ ହୋଇଯାଇଥାଏ । ଆଲୋଭେରାର ପତ୍ରରେ ଲାକ୍ଟୋଟ୍ସ ରହିଥାଏ । ଯାହା ଗଛର ପତ୍ରର ତଳ ଭାଗରେ ମହଜୁଦ ରହିଥାଏ । ତେଣୁ କେତେକ କ୍ଷେତ୍ରରେ ଆଲୋଭେରା ଜୁଷର ସେବନ ଦ୍ଵାରା ପେଟରେ ଜ୍ଵଳନ ମଧ୍ୟ ହୋଇଥାଏ ।
କିଛି ଲୋକଙ୍କର ଆଲୋଭେରାର ସେବନରେ ବା ନିଜ ସ୍କିନରେ ଲଗାଇବା ଦ୍ଵାରା ସିଭିଅର ଆଲର୍ଜୀ ମଧ୍ୟ ହୋଇଯାଇଥାଏ । ସ୍କିନରେ ଆଲର୍ଜୀ ହୋଇ ଫଳିଯିବା, ରାଶେଷ ହୋଇ କୁଣ୍ଡାଇ ହେବା ଓ ନାଲି ନାଲି ହୋଇଯିବା । ଆଲୋଭେରା ଜୁଷର ସେବନ କରିବା ଦ୍ଵାରା ବ୍ଲଡ଼ ସୁଗାର ଲେଭଲ କମିଥାଏ । ମଧୁମେହ ରୋଗୀ ଯଦି ଆଲୋଭେରା ଜୁଷ ସେବନ କରିବାକୁ ଇଛୁକ ରହିଥାନ୍ତି ।
ତେବେ ଡାକ୍ତରଙ୍କ ଠାରୁ ନିହାତି ପରାମର୍ଶ ନେଇଯିବା ଉଚିତ । ଯାହାକି ବ୍ୟକ୍ତିର ସ୍ଵାସ୍ଥ ପାଇଁ ହିତକର ହୋଇପାରିବ । କୋଷ୍ଠକାଠିନ୍ୟ ରୋଗୀଙ୍କୁ ମଧ୍ୟ ଆଲୋଭେରା ଜୁଷର ସେବନ କରିବାକୁ ଦିଆଯାଇଥାଏ । ଏହାର ବହୁଳ ସେବନ ଦ୍ଵାରା ସ୍ଵାସ୍ଥ ଉପରେ ଏହାର ଖରାପ ଅସର ଦେଖିବାକୁ ମିଳିଥାଏ ।କୌଣସି ବ୍ୟକ୍ତି ଯଦି ଆଲୋଭେରା ଜୁଷର ଅଧିକ ମାତ୍ରାରେ ସେବନ କରେ ।
ତେବେ ତା’ ର ଶରୀରରେ ଡିହାଇଡ୍ରେସନ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଗର୍ଭବତୀ ମହିଳା ଓ ସ୍ତନପାନ କରୁଥିବା ମହିଳା ଆଲୋଭେରା ଠାରୁ ନିଜକୁ ଦୂରେଇ ରଖିବା ହିଁ ଉଚିତ । କାରଣ ଏହାର ସେବନ କିମ୍ବା ବ୍ୟବହାର ତାଙ୍କ ଶରୀର ପାଇଁ ଉପଯୋଗୀ ହୋଇନଥାଏ । ଗର୍ଭବତୀ ମହିଳାଙ୍କ ଗର୍ଭାଶୟକୁ ସଙ୍କୁଚିତ କରିଦେଇଥାଏ । ହାର୍ଟ ଜନିତ କିଛି ସମସ୍ଯା ରହିଥିଲେ ।
ଏହାର ଜୁଷକୁ ସେବନ କରିବା ଅନୁଚିତ । ତେବେ ଆଲୋଭେରାର ଅନେକ କିଛି ଉପକାରୀ ଗୁଣ ରହୁଥିବା ସ୍ଥଳେ କେତେକ କ୍ଷେତ୍ରରେ ଏହାର ବ୍ୟବହାର ନକରିବା ହିଁ ଉଚିତ ।