ଜ୍ୟୋତିଷ

ବଦଳାଇ ଦିଅନ୍ତୁ ଏହି ୧୦ ଅଭ୍ୟାସ, ନଚେତ କ୍ରୋଧିତ ହୋଇଯିବେ ଯମରାଜା

ଆମ ଦୈନ୍ୟନ୍ଦିନ କାର୍ଯ୍ୟରେ ଆମେ ଏମିତି କିଛି ଭୁଲ କରିଥାଉ, ଯାହା ଆମ ବୟସକୁ କମ୍ କରିଦେଇଥାଏ। ଯଦି ଆପଣ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତି ତେବେ ବୟସ ବଢ଼ିବା ସହିତ ଖୁସି ମଧ୍ୟ ରହିଥାନ୍ତି। ହିନ୍ଦୁ ଧର୍ମଶାସ୍ତ୍ରରେ ଏମିତି ଅନେକ କଥାର ଉଲ୍ଲେଖ ମିଳିଥାଏ ଯାହା ଆମ ବୟସକୁ ସହିତ ଜଡିତ ଅଛି। ଏହି କଥାର ପାଳନ କରିବା ବା ଉଲଂଘନ କରିବା ଦ୍ବାରା ଆମ ବୟସ ଉପରେ ପ୍ରଭାବ ପଡିଥାଏ।

ମହାଭାରତ ଅନୁଶାସନ ପର୍ବ ଅନୁସାରେ, ଯେଉଁ ଲୋକ ଧର୍ମ ନିତୀକୁ ଉଲଂଘନ କରିଥାଏ, ସେହିଭଳି ଲୋକଙ୍କୁ ଆୟୁଷ କମି ଯାଇଥାଏ। ମହାଭାରତରେ କୁହାଯାଇଛି ଯେ ଯେଉଁ ଲୋକ ଧାର୍ମିକ ମର‌୍ୟ୍ୟଦା ପାଳନ କରନ୍ତି ଏବଂ ସତ୍ୟ କୁହନ୍ତି, ତାଙ୍କ ବୟସ ସାଧାରଣ ଲୋକଙ୍କ ତୁଳନାରେ ଅଧିକ ହୋଇଥାଏ।

kapatଶାସ୍ତ୍ର ଅନୁସାରେ ଯେଉଁ ଲୋକ ଛଳ, କପଟ, ଲୋଭ, ଧୋଖା ଏବଂ ଅସତ୍ୟକୁ ଜୀବନରେ ଆପଣେଇଥାନ୍ତି। ସେହି ମଣିଷଙ୍କୁ ଅକାଳ ମୃତ୍ୟୁର ଭୟ ରହିଥାଏ। ଏମିତି ଲୋକ ରୋଗଗ୍ରସ୍ଥ ହୁଅନ୍ତି ଏବଂ ତାଙ୍କ ବୟସ ମଧ୍ୟ କମି ଯାଇଥାଏ।

ଖାଲି ବସି ନଖ ଚୋବାଇବା ଦ୍ବାରା ଶନିଙ୍କର ପ୍ରଭାବ ବଢ଼ିଥାଏ, ଯାହାର ପ୍ରଭାବ ସବୁବେଳେ ଆମ ଆୟୁଷ ଉପରେ ପଡିଥାଏ। ଶରୀରକୁ ଖରାପ ରଖିବା, ଘରେ ଏବଂ ନିଜ ଆଖପାଖର ଆବର୍ଜନା ରଖୁଥିବା ଲୋକମାନଙ୍କର ବୟସ କମିଯାଏ। ଏମିତି ସ୍ଥାନ ମାନଙ୍କରେ ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ ଏବଂ ରୋଗର ଆଶଙ୍କା ବଢ଼ିଯାଇଥାଏ।

healthମହାଭାରତର ‘ଅନୁଶାସନ ପର୍ବ’ ଅନୁସାରେ ପଢ଼ିବା ସମୟରେ କେବେବି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ବାରା ଜ୍ଞାନ ଦେବତା ଏବଂ ଯମ ଦେବତା କୋଧିତ ହୋଇଯାନ୍ତି। ପଢ଼ିବା ସମୟରେ କିଛି ବି ଖାଇଲେ ଅକାଳ ମୃତ୍ୟୁର ଭୟ ରହିଥାଏ।

ଶାସ୍ତ୍ର ଅନୁସାରେ ଆକାଶରେ ଥିବା ସୂର୍ଯ୍ୟଙ୍କୁ ଆଖି ଉଠାଇ ଚାହିଁଲେ ମଧ୍ୟ ବୟସ କମ୍ ହୋଇଯାଇଥାଏ। ଏମିତି କରୁଥିବା ବ୍ୟକ୍ତିଙ୍କର ଶୀଘ୍ର ମୃତ୍ୟୁ ହୋଇଥାଏ।

yamଭୋଜନକୁ ନେଇ ଏକ ଧାର୍ମିକ ମାନ୍ୟତା ଏହା ମଧ୍ୟ ରହିଛି ଯେ ଭୋଜନ କରିବା ସମୟରେ ଖାଦ୍ୟ ଛାଡି ଅଇଁଠା ମୁହଁରେ ଉଠିବା ଉଚିତ ନୁହେଁ। ଯଦି ଆପଣ ଅଇଁଠା ମୁହଁରେ ଉଠି ଯାଉଛ ତେବେ ପୁର୍ନବାର ଅଇଁଠା ମୁହଁରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ। ଏମିତି କରିବା ଦ୍ବାରା ବୟସ କମିଯାଇଥାଏ।

ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଏବଂ ମଙ୍ଗଳବାର ଦିନ କେବେବି ବାଳ କାଟିବା ଉଚିତ ନୁହେଁ। ଏମିତି କରିବାରେ ମଧ୍ୟ ଆୟୁଷ କମି ଯାଇଥାଏ। ଗୁରୁବାର ଦିନ ସେବିଙ୍ଗ ହେବା, ନଖ କାଟିବା ଏବଂ ମାଂସ ଆଦିର ସେବନ କରିବା ଦ୍ବାରା ମଧ୍ୟ ବୟସ କମିଥାଏ।

sleepଶାସ୍ତ୍ରରେ ସୂର୍ଯ୍ୟଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ନିଷେଦ୍ଧ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଏମିତି କରିବା ଦ୍ବାରା ଯମରାଜାଙ୍କ ଆମନ୍ତ୍ରଣ ଖୁବ ଜଲଦି ଆସିଯାଏ। ସୂର୍ଯ୍ୟଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଦ୍ବାରା ଶରୀର ରୋଗରେ ଘେରିକି ରହିଥାଏ। ଯାହା ଦ୍ବାରା ବ୍ୟକ୍ତି ଶୀଘ୍ର ମୃତ୍ୟୁ ମୁଖରେ ପଡିଥାଏ।

ବାସ୍ତୁ ଶାସ୍ତ୍ରରେ ମଧ୍ୟ ଆୟୁଷକୁ ନେଇ ବହୁତ କଥା କୁହାଯାଇଛି। କୁହାଯାଏ ଯେ ମୁଖ୍ୟଦ୍ବାର ଆଡକୁ ଗୋଡ କାରି ଶୋଇବା ଉଚିତ ନୁହେଁ। ଏମିତି କରିବା ଦ୍ବାରା ଯମରାଜା ରାଗିଯାନ୍ତି।

କେବେବି ଶୟନକକ୍ଷରେ ହିଂସ୍ର ପଶୁଙ୍କର ଫଟୋ, କାନ୍ଦୁଥିବା ଛୋଟ ପିଲା, ଯୁଦ୍ଧ, ଭଙ୍ଗା ଘର, ଦୁଃଖଦ ମହିଳା ଆଦିଙ୍କର ଫଟୋ ଲଗାଇବା ଦ୍ବାରା ଅଶୁଭ ବଢ଼ିଥାଏ। ଯାହାର ପ୍ରଭାବ ଆପଣଙ୍କର ଉପରେ ପଡିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button