ଦେଶ- ବିଦେଶ

ପରମ୍ପରା vs ବିଜ୍ଞାନ : ସୂର୍ଯ୍ୟାସ୍ତ ପୂର୍ବରୁ ଭୋଜନ କାରିବା ଆବଶ୍ୟକ, ଏହି ପରମ୍ପରା ପଛରେ ରହିଛି ବୈଜ୍ଞାନିକ କାରଣ

ଜୈନ ଧର୍ମରେ ଅନେକ ପରମ୍ପରାକୁ ପାଳନ କରାଯାଇଥାଏ। ଏହି ପରମ୍ପରା ଆମର ପୂର୍ବଜ ମାନଙ୍କ କାଳରୁ ରହି ଆସିଛି। ଏହି ପରମ୍ପରାର ମଧ୍ୟରୁ ଗୋଟିଏ ହେଉଛି ସୂର୍ଯ୍ୟାସ୍ତ ପରେ ଭୋଜନ କରିବା ଉଚିତ ନୁହେଁ, ଏହାର ଅର୍ଥ ହେଉଛି ରାତିରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ। ସୂର‌୍ୟ୍ୟସ୍ତ ପରେ ଭୋଜନ ନକରିବା ପଛରେ ଅହିଂସା ଏବଂ ସ୍ବାସ୍ଥ୍ୟ ଦୁଇଟି ପ୍ରମୁଖ କାରଣ ଅଟେ।

ଏଥିପାଇଁ ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଖାଇବା ଉଚିତ ନୁହେଁ

thaliବୈଜ୍ଞାନିକଙ୍କ ଅନୁଯାୟୀ ରାତିରେ ପୋକ-ଜୋକ, ଜୀବାଣୁ ବଢ଼ିଯାଇଥାନ୍ତି। ଏମିତିରେ ଯଦି ଆପଣ ରାତିରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ଜୀବାଣୁ ଗୁଡିକ ଭୋଜନରେ ପଶି ଯାଇଥାନ୍ତି।

-ଖାଦ୍ୟ ଖାଇବା ସମୟରେ ଜୀବାଣୁ ଗୁଡିକ ପେଟ ମଧ୍ୟକୁ ପ୍ରବେଶ କରିଯାଇଥାଏ। ଜୈନ ଧାରଣାରେ ଏହାକୁ ହିଂସା ବୋଲି କୁହାଯାଏ। ଏହି କାରଣରୁ ରାତିରେ ଭୋଜନ କରିବାକୁ ଜୈନ ଧର୍ମରେ ନିଶେଦ୍ଧ ବୋଲି ଧରାଯାଏ।

dinner-ଏହି ପରମ୍ପରାକୁ ଜଡିତ ଅନ୍ୟ କାରଣ ହେଉଛି ସ୍ବାସ୍ଥ୍ୟ। ସୂର୍ଯ୍ୟାସ୍ତ ପରେ ଆମର ପାଚନ ଶକ୍ତି ଧୀର ପଡିଯାଇଥାଏ। ଏଥିପାଇଁ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇବା ପରମ୍ପରା କେବଳ ଜୈନ ନୁହଁନ୍ତି ହିନ୍ଦୁ ମାନଙ୍କ ମଧ୍ୟରେ ରହିଛି।

-ଏହା ମଧ୍ୟ କୁହାଯାଏ ଯେ ଆମର ପାଚନ ତନ୍ତ୍ର ଫୁଲ ସହିତ ସମାନ ହୋଇଥାଏ। ଯାହାର ତୁଳନା ବ୍ରହ୍ମକମଳ ସହିତ କରାଯାଇଛି। ପ୍ରାକ୍ରୁତିକ ସିଦ୍ଧାନ୍ତରୁ କୁହାଯାଏ ଯେ ସୂର୍ଯ୍ୟଦୟ ସହିତ ଫୁଲ ଫୁଟିଥାଏ ଏବଂ ସୂର୍ଯ୍ୟାସ୍ତ ହେଲେ ଫୁଲଟି ମଉଳି ଯାଇଥାଏ।

thali plate

-ଏହିପରି ଭାବେ ପାଚନ ତନ୍ତ୍ର ମଧ୍ୟ ସୂର‌୍ୟ୍ୟଙ୍କର ରଶ୍ମିରେ ଖୋଲିଥାଏ ଏବଂ ଅସ୍ଥ ହେବା ପରେ ବନ୍ଦ ହୋଇଯାଇଥାଏ।

-ଖାଦ୍ୟ ପାଚନ ତନ୍ତ୍ରରେ ଜମା ହୋଇ ରହିନଥାଏ। ଏଥିପାଇଁ ଶରୀରକୁ ଖାଦ୍ୟ ଖାଇବା ଦ୍ବାରା ଯେଉଁ ଶକ୍ତି ମିଳିବା ଉଚିତ ତାହା ମିଳିନଥାଏ ଏବଂ ଖାଦ୍ୟ ନଷ୍ଟ ହୋଇଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button