ମନୋରଞ୍ଜନ

ଟାଟୁରୁ ହୋଇଗଲେ କି ବୋର , ତେବେ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଫ୍ଯାସନ୍ ଟ୍ରେଣ୍ଡରେ ଟାଟୁ କରିବା ବହୁତ ସାଧାରଣ କଥା। ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ଯନ୍ତ ସମସ୍ତେ ବିଭିନ୍ନ ଡ଼ିଜାଇନର ଟାଟୁ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ବେଳେବେଳେ ଟାଟୁ କରିବା ପରେ ସେହି ଟାଟୁ ଭଲ ଲାଗିନଥାଏ ଅଥବା ବହୁଦିନ ହେବାରୁ ସେଥିରୁ ମନ ଭରିଯାଇଥାଏ। ଆପଣତ ଭଲ ଭାବେ ଜାଣିଥିବେ ଟାଟୁ କରିବା ଯେତେ ସହଜ ତାହାକୁ ଲିଭାଇବା ବା ହଟାଇବା ତା’ଠାରୁ ଅଧିକ କଷ୍ଠ। ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ବାରା ବିନା କୌଣସି କଷ୍ଠରେ ଆପଣ ପରମାନେଣ୍ଟ ଟାଟୁକୁ ଲିଭାଇପାରିବେ। ଆସନ୍ତୁ ଜାଣିବା ଟାଟୁ ଲିଭାଇବାର ଘରୋଇ ଉପାୟ।

Salt-and-Lemon-Juice

-ଟାଟୁ ଲିଭାଇବା ପାଇଁ ଗୋଟିଏ ଲେମ୍ବୁକୁ କାଟି ତାହାର ସଂପୂର୍ଣ୍ଣ ରସ ବାହାର କରିଦିଅନ୍ତୁ। ସେଥିରେ ୧୦୦ ଗ୍ରାମ ଲୁଣ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏକ ସଫା କଟନ କପଡ଼ାକୁ ସେହି ମିଶ୍ରଣରେ ମିଶାଇ ଦୈନିକ ୩୦ ମିନିଟ ପର୍ଯ୍ଯନ୍ତ ଟାଟୁରେ ଘସନ୍ତୁ। ଦେଖିବେ ଏପରି କରିବାର କିଛି ଦିନ ମଧ୍ୟରେ ଟାଟୁର ରଙ୍ଗ କମ୍ ହେବାରେ ଲାଗିବ।

-ଏଲୋଭେରା ବା ଘିକୁଆଁରୀ, ଦହି,ଲୁଣ ଏବଂ ମହୁକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି କ୍ରିମକୁ ଟାଟୁ ସ୍ଥାନରେ ଦୈନିକ ଲଗାନ୍ତୁ। ଏପରି ଦୈନିକ କରିବାର କିଛି ଦିନ ମଧ୍ୟରେ ଟାଟୁ ଲିଭିଯିବ।

Tattoo-Removal

-ଟାଟୁ ଲିଭାଇବା ପାଇଁ ଆପଣ ଲେଜର ଲାଇଟ ଥେରାପି ମଧ୍ୟ କରିପାରିବେ। ଏଥିରେ ଶୀଘ୍ର ଟାଟୁ ଲିଭିଯାଇଥିବା ବେଳେ ଅଧିକ କଷ୍ଟ ହୋଇଥାଏ। ତେବେ ଏଥିରେ ବ୍ଯବହାର ହୋଇଥିବା ଲାଇଟ ଦ୍ବାରା ଚର୍ମର କୋଷ ଗୁଡ଼ିକ ମରିଯାଇଥାଏ। ଫଳରେ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button