ମନୋରଞ୍ଜନ

ବିରାଟ +2 ପାସ୍ ହେଲେ ଅନୁଷ୍କା ହେଇଛନ୍ତି ଟପ୍ପର, ଜାଣନ୍ତୁ କ୍ରିକେଟର ଓ ତାଙ୍କ ସ୍ତ୍ରୀ ମାନେ କେତେ ପାଠ ପଢିଛନ୍ତି ??

ଆଜିର ସମୟରେ ପଢା ପଢି ର ବହୁତ ମହତ୍ଵ ଅଛି। କିନ୍ତୁ ଖେଳରେ ମଧ୍ୟ ଦୁନିଆ ଜିତିହେବ ଏହାର ଉଦାହରଣ ଆମ ଦେଶର କେତେକ କ୍ରିକେଟର ମାନେ ଦିଅନ୍ତି। କ୍ରିକେଟ ପଡିଆରେ ଖେଳାଳିର ଶିକ୍ଷାଗତ ଯୋଗ୍ୟତାର ଏତେ କିଛି ଖାସ ଆବଶ୍ୟକତା ନାହିଁ। ବଡ ବଡ କ୍ରିକେଟର ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ଆପଣଙ୍କୁ କିଛି ପ୍ରସିଦ୍ଧ ଭାରତୀୟ ଖେଳାଳି ଏବଂ ତାଙ୍କ ସ୍ତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବୁ।

ସଚିନ ତେଂଦୁଲକର – ଅଂଜଲି :

 

ସଚିନ ତେଂଦୁଲକର କ୍ରିକେଟ ର ଏକ ଭଲ ବ୍ୟାଟ୍ସମ୍ୟାନ ଯିଏ କି ପୃଥିବୀ ସାରା ନା କରିଛନ୍ତି । ସଚିନ ତେଂଦୁଲକର ମାତ୍ର ୧୪ ବର୍ଷ ବୟସରୁ ଖେଳିବା ଆରମ୍ଭ କରିଥିଲେ । କେବଳ ୧୪ ବର୍ଷ ବୟସ ରେ ମୁମ୍ବାଇ ର ରଣଜୀ ଟିମ ରେ ଖେଳିବାରେ ସେ ହେଉଛନ୍ତି ପ୍ରଥମ ଖେଳାଳି । କ୍ରିକେଟ ର ଭଗବାନ କୁହାଯାଉଥିବା ସଚିନ ତେଂଦୁଲକର ପଢା ବିଷୟରେ ଶୁଣିବେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଚିନ ଙ୍କର ମନ ପଢିବାରେ ନଥିଲା ତାଙ୍କ ଛୋଟ ବେଳୁ କ୍ରିକେଟ ଖେଳିବାର ଇଛା ଥିଲା ତେଣୁ ସେ କେବଳ ୯ମ କ୍ଲାସ ପର୍ଯ୍ଯନ୍ତ ପଢିଛନ୍ତି । ଇଣ୍ଡିଆ – ପାକିସ୍ତାନ ସିରିଜ କାରଣରୁ ତାଙ୍କୁ ୧୦ମ ପରୀକ୍ଷା ଦେବାକୁ ଟାଇମ ମିଳି ନଥିଲା । କିନ୍ତୁ ସଚିନ ଙ୍କ ସ୍ତ୍ରୀ ଅଂଜଲି ପେଶାରେ ଡାକ୍ତର ଅଟନ୍ତି । ସେ ମୁମ୍ବାଇ ର ଜେ.ଜେ. ହସ୍ପିଟାଲ ରେ କାମ ବି କରିଛନ୍ତି ।

ହରଭଜନ ସିଂହ – ଗୀତା ବସରା :

 

ହରଭଜନ ସିଂହ ଏକ ଭଲ କ୍ରିକେଟର ଅଟନ୍ତି । ଇଣ୍ଡିଆନ ଟିମ ର ସିନିୟର ସ୍ପିନର ହରଭଜନ ସିଂହ ପଢାପଢିରେ ମାତ୍ର ୯ମ ପର୍ଯ୍ୟନ୍ତ ପଢିଛନ୍ତି । ଏବଂ ଏବେ ପଞ୍ଜାବ ପୁଲିସ ର ଡ଼ିଏସପି ପୋଷ୍ଟ ରେ ଅଛନ୍ତି । ଏବଂ ତାଙ୍କ ସ୍ତ୍ରୀ ଅଭିନୟ ର କୋର୍ସ କରିଛନ୍ତି ଏବଂ ସେ ୭ଟି ଫିଲ୍ମ କରିଛନ୍ତି ।

ଯୁୱରାଜ ସିଂହ – ହେଜଲ କୀଚ :

 

ଯୁୱରାଜ ସିଂହ ଏକ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି । ଯୁୱରାଜ ସିଂହ କେବଳ ୧୦ମ ପର୍ଯ୍ୟନ୍ତ ପଢିଛନ୍ତି । ଏବଂ ସେ କ୍ୟାନ୍ସର ଭଳି ରୋଗ ରୁ ମଧ୍ୟ ବଞ୍ଚି ଆସିଛନ୍ତି । ଯୁୱରାଜ ସିଂହ ଙ୍କର ସ୍ତ୍ରୀ ବିଷୟରେ କହିଲେ ତାଙ୍କ ସ୍ତ୍ରୀ ହେଜଲ ଇଂଲ୍ଯାନ୍ଡ ରୁ ଆସିଛନ୍ତି ।

ବିରାଟ କୋହଲୀ – ଅନୁଷ୍କା ଶର୍ମା :

 

ବିରାଟ କୋହଲୀ ଏକ ଭଲ ଏବଂ ବହୁ ଚର୍ଚ୍ଚିତ କ୍ରିକେଟର ଅଟନ୍ତି । ସେ ବର୍ତମାନ ଅନୁଷ୍କା ଶର୍ମାଙ୍କ ସହ ବାହା ହୋଇଛନ୍ତି । ବିରାଟ କୋହଲୀ ମାତ୍ର +୨ ପର୍ଯ୍ଯନ୍ତ ପଢିଛନ୍ତି ସେହିଠାରେ ସ୍ତ୍ରୀ ଅନୁଷ୍କା ଶର୍ମା ଆର୍ମି ସ୍କୁଲ ରୁ ଶିକ୍ଷା ନେଇଛନ୍ତି ଏବଂ ମାଉଂଟ କାରମେଲ କଲେଜ ରୁ ସେ ଆର୍ଟ ରେ ଡିଗ୍ରୀ ହାସଲ କରିଛନ୍ତି । ସେ କଲେଜ ର ଟପର ମଧ୍ୟ ଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button