ମନୋରଞ୍ଜନ

ସମନ ମିଳିବା ପ‌ରେ ମହାରାଷ୍ଟ୍ର ସାଇବର ସେଲକୁ ଆଉ କିଛି ଦିନ ସମୟ ମାଗିଲେ ତମନ୍ନା – Kalinga News

[ad_1]

ମୁମ୍ବାଇ: ସାଉଥରୁ ବଲିଉଡ ପର୍ଯ୍ୟନ୍ତ ସବୁ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କର ଦୃଢ଼ ଅଭିନୟ ଦକ୍ଷତା ପ୍ରମାଣ କରିଛନ୍ତି। ନିକଟରେ ଆଇପିଏଲ ମ୍ୟାଚ୍‌ର ବେଆଇନ ଷ୍ଟ୍ରିମିଂ ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍‌ ତାଙ୍କୁ ସମନ ପଠାଇଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ହାଜର ହେବା ପାଇଁ ମହାରାଷ୍ଟ୍ର ସାଇବର ସେଲ୍କୁ ଆଉ କିଛି ଦିନ ସମୟ ମାଗିଥିବା ଜଣାପଡ଼ିଛି। ତେବେ ଅଭିନେତ୍ରୀ ଗଣମାଧ୍ୟମକୁ ଏପର୍ଯ୍ୟନ୍ତ କୌଣସି ବିବୃତି ଦେଇନାହାଁନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ସାଇବର ସେଲ୍ ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସମ୍ପର୍କରେ ପଚରାଉଚରା ପାଇଁ ତମନ୍ନା ଭାଟିଆଙ୍କୁ ସମନ ପଠାଇଥିଲା। ତାଙ୍କୁ ଆଜି ମହାରାଷ୍ଟ୍ର ସାଇବର ସେଲ୍ ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ମୁମ୍ବାଇ‌ରେ ନଥିବାରୁ ହାଜର ହୋଇପାରିନାହାନ୍ତି। ତମନ୍ନାଙ୍କ ପୂର୍ବରୁ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା ପାଇଁ ସମନ ପଠାଇଥିଲା ମହାରାଷ୍ଟ୍ର ସାଇବର ସେଲ୍‌। ହେଲେ ସେ ହାଜର ନହୋଇ ଅନ୍ୟ ଏକ ତାରିଖ ଦେବାକୁ କହିଥିଲେ। ଏହାପୂର୍ବରୁ ଉକ୍ତ ମାମଲାରେ ରାପର ତଥା ଗାୟକ ବାଦଶାହାଙ୍କୁ ପଚରାଉଚରା କରାଯାଇଥିଲା।

ଏହି ସମସ୍ତ ଅଭିନେତା ଏବଂ ଗାୟକମାନେ ଆଇପିଏଲ୍ ଦେଖିବା ପାଇଁ ଫେୟାରପ୍ଲେ ଆପ ବ୍ୟବହାର କରିବାକୁ ବିଜ୍ଞାପନ ମାଧ୍ୟମରେ କହିଥିଲେ, ଯାହା ଦ୍ବାରା ଆଇପିଏଲ ପ୍ରସାରଣର ଅଧିକାର ପାଇଥିବା ଭାୟାକମ ୧୮କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button