ବିବାହ ପରେ ସ୍ବାମୀଙ୍କୁ ମହେନ୍ଦ୍ରା ଥାର୍ ଗାଡ଼ିରେ ବସାଇ ଘରୁ ବିଦାୟ ନେଲେ ଆରତୀ, ଭାଇରାଲ ହେଲା ଭିଡିଓ – Kalinga News

[ad_1]
ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିଥିଲେ। ବିବାହ ପରେ ରୀତିନୀତି ଅନୁଯାୟୀ, ଆରତୀଙ୍କ ବିଦାୟୀ ହୋଇଥିଲା। ହେଲେ ଭିନ୍ନ ଢ଼ଙ୍ଗରେ।

Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ବର, କନ୍ୟାକୁ ଗାଡ଼ିରେ ବସାଇ ନିଜ ଘରକୁ ନେଇଥାଏ। ହେଲେ ଆରତୀ, ସ୍ବାମୀ ଦୀପକ ଚୌହାନଙ୍କୁ ଥର୍ ଗାଡ଼ିରେ ବସାଇ ଶାଶୁ ଘରକୁ ଯାଇଥିବା ଦେଖିବାକୁ ମିଳିଛି। ସେ ନିଜେ ଗାଡ଼ି ଚଳାଉଥିବା ବେଳେ ଦୀପକ ତାଙ୍କ ପାଖରେ ବସିଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।
ଦୀପକଙ୍କ ସହ କିଭଳି ସମ୍ପର୍କ ଆରମ୍ଭ ହେଲା ଏହା ବିଷୟରେ ଜଣାଇ ଆରତୀ ବିବାହ ପୂର୍ବରୁ କହିଥିଲେ ଯେ, “ଆମେ ଗତ ବର୍ଷ ଜୁଲାଇ ୨୩ରେ ପ୍ରଥମ ଥର କଥା ହୋଇଥିଲୁ ଏବଂ ତାଙ୍କ ଜନ୍ମଦିନ (ଅଗଷ୍ଟ ୫) ପରେ ସାକ୍ଷାତ କରିଥିଲୁ। ମୁଁ ନଭେମ୍ବର ହେବା ବେଳକୁ ତାଙ୍କ ସହ ଜୀବନ ବିତାଇବି ବୋଲି ନିଷ୍ପତ୍ତି ନେଇସାରିଥିଲି। ହେଲେ ଉଭୟ ପରିବାର ଆମର ସର୍ମ୍ପକକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିନଥିଲୁ। ଜାନୁଆରି ୧ରେ ଦୀପକ ମୋର ଗୁରୁଜୀଙ୍କ ମନ୍ଦିରରେ ଏକ ମୁଦି ପିନ୍ଧାଇ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ହଁ କହିଥିଲି। ମୁଁ ସେହି ଦିନକୁ ମୋର ନିର୍ବନ୍ଧ ଦିନ ବୋଲି ଭାବେ। ”
[ad_2]