ମନୋରଞ୍ଜନ

ରଙ୍ଗରୁ ଜାଣନ୍ତୁ ଅାପଣଙ୍କ ଲଭ୍‌ ଲାଇଫର ସିକ୍ରେଟ୍

ସବୁ ବ୍ଯକ୍ତିଙ୍କ ଜୀବନରେ ରଙ୍ଗର ଏକ ଗରୁତ୍ବପୂର୍ଣ୍ଣ ସ୍ଥାନ ରହିଥାଏ । ଲାଲି, ନୀଳ, ହଳଦିଆ, ସବୁଜ ଆଦି ରଙ୍ଗ କୌଣସି ନା କୌଣସି ରୁପରେ ଆପଣଙ୍କ ଜୀବନ ଉପରେ ଏକ ଗଭିର ସ୍ଥାନ ସୃଷ୍ଟି କରିଥିବ । ଏହି ରଙ୍ଗ ମାନଙ୍କର ପ୍ରଭାବ କେବଳ ଆମ ଆଖପାଖ ଜିନିଷ ଉପରେ ନୁହେଁ ବରଂ ଆମ ମୁଡ୍, ସ୍ବଭାବ, ଏବଂ ଜୀବନ ଉପରେ ପଡିଥାଏ । କେବଳ ଏହା ନୁହେଁ, ଅଲଗା ଅଲଗା ରଙ୍ଗ ବ୍ଯକ୍ତିଙ୍କ ବିବାହିତ ଜୀବନି ଉପରେ ମଧ୍ଯ ବେଶ୍ ପ୍ରଭାବ ପକାଇଥାଏ ।ଏହା ଶୁଣି ଆପଣଙ୍କୁ ଅଜବ ଲାଗିପାରେ କିନ୍ତୁ ଏହା ସତ ଯେ ଆପଣ  ପସନ୍ଦ କରୁଥିବା ରଙ୍ଗରୁ ନିଜର ଏବଂ ଅନ୍ଯମାନଙ୍କର ଲଭ୍‌ ଲାଇଫ୍ ସମ୍ପର୍କରେ ଜାଣିପାରିବେ ।

co7ଆସନ୍ତୁ ଜାଣିବା କେମିତି?

ନୀଳ:

co4ଯାହାକୁ ନୀଳ ରଙ୍ଗ ଭଲଲାଗେ, ସେହି ବ୍ଯକ୍ତି ବହୁତ କୋମଳ ଏବଂ ନରମ ସ୍ବଭାବର ହୋଇଥାନ୍ତି । ଏହି ବ୍ଯକ୍ତି ଲଭ୍‌ ଲାଇଫ୍ ରେ କାହା ମନରେ କଷ୍ଟ ଦେବାକୁ ଭଲପାଇନଥାନ୍ତି ଏବଂ ପ୍ରେମ ସମ୍ପର୍କରେ ସାଥୀଙ୍କୁ କିଛି ନୂଆ କରି ଦେଖାଇବାର ଚେଷ୍ଟା କରିଥାନ୍ତି ।

ସବୁଜ ରଙ୍ଗ :

co3ଯଦି ଆପଣଙ୍କୁ ସବୁଜ ରଙ୍ଗ ପସନ୍ଦ, ତେବେ ଆପଣ ସବୁବେଳେ ନିଜର ପ୍ରେମ ସମ୍ପର୍କକୁ ନେଇ କନଫ୍ଯୁଜ୍ ରହୁଥିବେ । ଏହିପରି ବ୍ଯକ୍ତି ସବୁବେଳେ ଚାହିଁଥାନ୍ତି କି ତାଙ୍କ ପାର୍ଟନର ତାଙ୍କର ସମସ୍ତ ଫିଲିଙ୍ଗସ୍ ତାଙ୍କ ସହିତ ସେୟାର କରନ୍ତୁ । ଏହାଛଡା ଏହି ବ୍ଯକ୍ତିମାନେ ନିଜ ପାର୍ଟନରଙ୍କ ମୁହଁରୁ ନିଜର ପ୍ରଶଂସା ଶୁଣି ବେଶ୍ ଖୁସି ହୋଇଥାନ୍ତି ।

ନାଲି ରଙ୍ଗ :

co6ଯଦି ଆପଣଙ୍କୁ ନାଲି ରଙ୍ଗ ପସନ୍ଦ ତେବେ ଆପଣ ବହୁତ ରୋମାଣ୍ଟିକ୍ ଅଟନ୍ତି । ଆପଣ ନିଜ ଉପରେ ବିଶ୍ବାସ ରଖୁଥିବା ବ୍ଯକ୍ତି ଯିଏ ନିଜ ଲଭ୍‌ ଲାଇଫ୍ କୁ ବହୁତ ଏନଜୟ କରିଥାନ୍ତି ।

ହଳଦିଆ ରଙ୍ଗ :

ହଳଦିଆ ରଙ୍ଗ ପସନ୍ଦ କରୁଥିବା ବ୍ଯକ୍ତି ପ୍ରାୟତଃ ନିଜ ଲଭ୍‌ ଲାଇଫ୍ କୁ ନେଇ ବହୁତ ଆଶା ରଖିଥାନ୍ତି । ଯାହାପାଇଁ ସେ କେବେବି ସନ୍ତୁଷ୍ଟ ରୁହନ୍ତି ନାହିଁ । ଏହିପରି ବ୍ଯକ୍ତି କୌଣସି ବି ବିଷୟରେ ନିଜର ରାୟ ଅତି ଶୀଘ୍ର ଦେଇଥାନ୍ତି ।

ଗୋଲାପି :

co2ଯେଉଁ ବ୍ଯକ୍ତି ଗୋଲାପି ରଙ୍ଗ ପସନ୍ଦ କରିଥାନ୍ତି, ସେମାନଙ୍କ ପକ୍ଷେ ଶାରୀରିକ ସମ୍ପର୍କ ଅଧିକ ଗୁରୁତ୍ବ ଦେଇଥାଏ ।  ଏହି ବ୍ଯକ୍ତି ନିଜ ସାଥୀଙ୍କ ସହିତ ସମ୍ପର୍କ ରଖିବା ଉପରେ ବେଶି ଧ୍ଯାନ ଦେଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button