ମନୋରଞ୍ଜନ

କଙ୍ଗନାଙ୍କୁ ମାଡ଼ ମାରି ଚାକିରି ହରାଇଥିବା ମହିଳା ଯବାନଙ୍କୁ ମୁଁ ଦେବି ଚାକିରି – Kalinga News

[ad_1]

ଚଣ୍ଡିଗଡ଼:  ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିର୍ବାଚନ ମିଇଦାନକୁ ଓହ୍ଲାଇବା ଦିନ ଠାରୁ ଆରମ୍ଭ କରି ଜୁନ ୪ ତାରିଖରେ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ ଚର୍ଚ୍ଚାର ପରିସରରେ ରହିଛନ୍ତି।

ଚର୍ଚ୍ଚାରେ ଥିବା କଙ୍ଗନା ରାନାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉକ୍ତ ଗାର୍ଡଙ୍କ ନାମ କୁଲବିନ୍ଦର କୌର ଥିବା ଜଣାପଡ଼ିଛି।

ଏହି ଘଟଣାରେ ସିଆଇଏସଏଫର ଡିଜି ନିନା ସିଂହ ମହିଳା ଯବାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଆଇଏସ୍ଏଫ୍ ଗାର୍ଡ କୁଲବିନ୍ଦର କୌରଙ୍କୁ ଚାକିରିରୁ ନିଲମ୍ବିତ କରି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

କଙ୍ଗନାଙ୍କୁ ଗାର୍ଡ ମାଡ଼ ମାରିବା ଘଟଣାରେ କଣ୍ଠଶିଳ୍ପୀ ଓ ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି ଦେଇ ଥିବା ବିବୃତିକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସିଆଇଏସଏଫର ମହିଳା ଯବାନ କୁଲବିନ୍ଦର କୌରଙ୍କ ସମର୍ଥନ କରି ବିଶାଲ କହିଛନ୍ତି,‘ମୁଁ ହିଂସାକୁ ଆଦୌ ସମର୍ଥନ କରେ ନାହିଁ। କିନ୍ତୁ ଉକ୍ତ ମହିଳା ଯବାନଙ୍କ ଅସନ୍ତୋଷର କାରଣ ମୁଁ ସ୍ପଷ୍ଟ ଭାବେ ବୁଝି ପାରିଛି।

ସେ ଯଦି ହଁ କହିବେ ମୁଁ ନିଶ୍ଚୟ ତାଙ୍କୁ ଚାକିରି ଦେବି। ଜୟ ହିନ୍ଦ, ଜୟ ଯବାନ, ଜୟ କିସାନ। ମୁଁ ପୁଣି କହି ରଖୁଛି ମିସ କୌରଙ୍କୁ ଯଦି ଚାକିରିରୁ ବାହାର କରି ଦିଆଯାଇଛି ତେବେ ମୋ ସହିତ ତାଙ୍କର ଯୋଗାଯୋଗ କରାଇ ଦିଅନ୍ତୁ। ମୁଁ ତାଙ୍କୁ ବିନା ବାଧାରେ ଚାକିରି ଦେବି। ’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button