ସ୍ୱାସ୍ଥ୍ୟ

ମୁଣ୍ଡ ବିନ୍ଧା ହେଉବା ପେଟ ଖରାପ ସବୁକୁ ଛୁମନ୍ତର୍ କରିବ ହେଙ୍ଗୁ

ହେଙ୍ଗୁର ବ୍ୟବହାର ସମସ୍ତ ଘରେ କରାଯାଇଥାଏ। ଖାଇବାର ସ୍ବାଦ ବଢ଼ାଇବା ସହ ଏକ ଔଷଧି ଭାବେ ବ୍ୟବହାର ହୋଇଥାଏ ହେଙ୍ଗୁ। ଏଥିରେ ପଚୁର ପରିମାଣର ପ୍ରୋଟିନ୍, ଫାଇବର, କାବ୍ରୋହାଇଡ଼୍ରେଟ, କ୍ୟାଲସିୟମ୍, ଆଇରନ୍ ଆଦି ରହିଥାଏ। ଏହାଛଡ଼ା ଏଥିରେ ଅଣ୍ଟି-ବାୟୋଟିକ୍, ଆଣ୍ଟି-ଅକ୍ସିଡ଼େଣ୍ଟ, ଆଣ୍ଟି-ଅକ୍ସିଡ଼େଣ୍ଟର ଗୁଣ ରହିଥାଏ। ଯାହା ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଯେଉଁ ବ୍ୟକ୍ତି ପିଆଜ ରସୁଣ ଖାଇନଥାନ୍ତି ସେମାନେ ହେଙ୍ଗୁର ସେବନ ନିହାତି କରିବା ଉଚିତ୍।

-ପେଟ ସମ୍ବନ୍ଧିୟ ସମସ୍ୟାର ତୁରନ୍ତ ସମାଧାନ କରିଥାଏ ହେଙ୍ଗୁ। ଏହାଛଡ଼ା ପେଟରେ ଗ୍ୟାସ,ପେଟ ଖରାପ, ପାଚନକ୍ରିୟା ଆଦିର ସମସ୍ତ ସମସ୍ୟାକୁ ଦୂର କରିଥାଏ ହେଙ୍ଗୁ। ଏଥିପାଇଁ ଚୁଟକି ହେଙ୍ଗୁ, ଜୁଆଁଣି ଏବଂ କଳାଲୁଣକୁ ହାଲୁକା ଉଷୁମ୍ ପାଣି ସହ ପିଅନ୍ତୁ। ଦେଖିବେ ତୁରନ୍ତ ଆରାମ ମିଳିବ।

hing 2

-ହେଙ୍ଗୁ ଖାଲି ଯେ ବଡ଼ଙ୍କ ଲାଭକାରୀ ତାହା ନୁହଁ ।ହେଙ୍ଗୁକୁ ପାଣିରେ ମିଶାଇ ଛୋଟ ଶିଶୁଙ୍କ ନାଭି ପାଖରେ ଲଗାଇବା ଦ୍ବାରା ପେଟର ଗ୍ୟାସ ବାହାରିଯାଇଥାଏ।

-ବଦହଜମିରୁ ଚିନ୍ତିତ ରହିଥିଲେ ହେଙ୍ଗୁ, ଜୁଆଁଣି, ହରିଡ଼ା ଏବଂ ଖଣ୍ଡ ଲୁଣକୁ ମିଶାଇ ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହାକୁ ଦିନକୁ ତିନିଥର ହିସାବରେ ସେବନ କରନ୍ତୁ। ଦେଖିବେ ବନହଜମି କମ ହେବା ସହ ଭୋକ ଲାଗିବା ଆରମ୍ଭ ହେବ।

hing

-ହେଙ୍ଗୁର ସେବନ ବିଭିନ୍ନ ପ୍ରକାରର ଯନ୍ତ୍ରଣାରୁ ରକ୍ଷା କରିଥାଏ। ଦାନ୍ତର ଯନ୍ତ୍ରଣା, ମାଇଗ୍ରେନ୍, ମାସିକଧର୍ମ, ମୁଣ୍ଡବିନ୍ଧା ଆଦି ପାଇଁ ହେଙ୍ଗୁ ବହୁତ ଲାଭକାରୀ। ଏଥିପାଇଁ ଗୋଟିଏ ଗ୍ଳାସ ପାଣିରେ ଚୁଟିକି ହେଙ୍ଗୁ ମିଶାଇ ତାହାର ସେବନ କରନ୍ତୁ। ଦେଖିବେ ଆରାମ ମିଳିବ।

-ହେଙ୍ଗୁ ସହ ମହୁ ଏବଂ ଅଦାର ରସ ମିଶାଇ ସେବନ କରିବା ଦ୍ବାରା ଥଣ୍ଡା କାସ ଖୁବ ଶୀଘ୍ର ଠିକ୍ ହୋଇଥାଏ।

hing

-ରୋଷେଇ ସମୟରେ ହେଙ୍ଗୁର ବ୍ୟବହାର ମଧୁମେହରୁ ରକ୍ଷା କରିଥାଏ। ଏହା ଛଡ଼ା ଯେଉଁ ବ୍ୟକ୍ତିଙ୍କୁ ହେକୁଟି ଅଧିକ ଆସିଥାଏ ସେମାନେ ପୁରୁଣା ଗୁଡ଼ ସହ ହେଙ୍ଗୁ ଖାଇଲେ ଏଥିରୁ ଆରାମ ମିଳିଥାଏ।

ତେବେ ଏହାର ସେବନ ଆବଶ୍ୟକତାରୁ ଅଧିକ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଦିନକୁ କେବେ ମଧ୍ୟ ୧୦୦ରୁ ୧୫୦ ମିଲିଗ୍ରାମରୁ ଅଧିକ ସେବନ ଅନୁଚିତ୍। ଏଥିସହ ଗର୍ଭବତୀ ମହିଳା ଏହାର ସେବନ କରନ୍ତୁ ନାହିଁ। ଅନେକ ସମୟରେ ଏହାର ଅଧିକ ସେବନ ପେଟ ଜନିତ ରୋଗ ସହ ଉଚ୍ଚ ରକ୍ତଚାପ ଭଳି ଆଦି ରୋଗ ଜାତ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button