ମନୋରଞ୍ଜନ

ଭାଇରାଲ ହେଲା ରଣବୀରଙ୍କ ପ୍ରଥମ ଅଡିସନର ଭିଡିଓ – Kalinga News

[ad_1]

ମୁମ୍ବାଇ: ରଣବୀର ସିଂ ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ରହିଛନ୍ତି।  ରଣବୀର ସିଂଙ୍କର ‘ରକି ଓର ରାନୀ କି ପ୍ରେମ କାହାଣୀ’ ବ୍ୟତୀତ ତାଙ୍କର ଶେଷ ତିନୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ସତ୍ତ୍ବେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇନାହଁ।

ଯେବେଠାରୁ ରଣବୀର ବାପା ହେବେ ବୋଲି ଜାଣିଛନ୍ତି ସେ ଅଧିକରୁ ଅଧିକ ସମୟ ଦୀପିକାଙ୍କ ସହିତ ବିତାଉଛନ୍ତି।  ନିକଟରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପତ୍ନୀ ଦୀପିକାଙ୍କ ଯତ୍ନ ନେଉଥିବାର ନଜର ଆସିଥିଲେ।

ଇତି ମଧ୍ୟରେ ରଣବୀରଙ୍କ  ଆଉ ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ରଣବୀର ସିଂଙ୍କ ପ୍ରଥମ ଅଡିସନର ଦୃଶ୍ୟ ବୋଲି କୁହାଯାଉଛି। ଏହି ଭାଇରାଲ ଭିଡିଓ ଦାଦାସାହେବ ଫାଲକେ ଫିଲ୍ମ ଇନଷ୍ଟିଚ୍ୟୁଟ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ଭାଇରାଲ୍ ଭିଡିଓରେ ରଣବୀରଙ୍କୁ ଏକ ଡେନିମ୍ ଜିନ୍ସ  ସହିତ  ଧଳା ଏବଂ ନୀଳ ଚେକ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି।  ସେ ଦୁଇ ହାତକୁ ଖୋଲି କୌଣସି ସଂଳ୍ପାପ କହୁଥିବା ବେଳେ ତାଙ୍କ ଚାରିପାଖରେ କିଛିଲୋକ ବସିଥିବା ନଜରକୁ ଆସୁଛନ୍ତି। ରଣବୀରଙ୍କ ଅଡିସନରେ ଅଭିନୟ ଦେଖି ଚାରିପାଖରେ ବସିଥିବା ଲେ‌ାକେ ଜୋରଜୋରରେ ହସୁଥିବା ବି ଭିଡିଓରେ ଶୁଣିବାକୁ ମିଳୁଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button