ମନୋରଞ୍ଜନ

୮ ବର୍ଷ ବୟସରେ ହିଁ ହୋଇଥିଲା ବିବାହ ହେଲେ ସ୍ଵାମୀ ଅଟୋ ଚଳାଇ କରାଇଲେ ଏମବିବିଏସ ଡାକ୍ତର

ଦୁନିଆରେ ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ମହିଳାଙ୍କ ବିଷୟରେ କହିବୁ ଯାହାର ୮ ବର୍ଷ ବୟସରେ ହିଁ ବିବାହ ହୋଇଯାଇଥିଲା, ହେଲେ ତାଙ୍କ ପତି ଅଟୋ ଚଳାଇ ତାଙ୍କୁ ଏମବିବିଏସ କରିଲେ । ମହିଳା ଜଣକ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ।

ମହିଳା ଜଣକ କହିଛନ୍ତି କି, ‘୧୦ମ ଶ୍ରେଣୀରେ ଭଲ ଅଙ୍କ ଆସିଥିଲା, ହେଲେ ପାଠ ପଢିବା ସମୟରେ ମୋ ଦାଦା ଭୀମାରାମ ଯାଦଭଙ୍କର ହାର୍ଟଟାକ ଦ୍ଵାରା ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ଭଲ ଭାବରେ ଉପଚାର ମିଳିପାରିନଥିଲା । ଏହାପରେ ମୁଁ ବାୟୋଲୋଜି ନେଇ ଡାକ୍ତର ହେବାର ସଂକଲ୍ପ ନେଲି । ଏହାପରେ ମୁ ଶାଶୁ ଘରକୁ ଚାଲିଆସିଲି । ଏଠି ପ୍ରାଇଭେଟ ସ୍କୁଲରେ ଆଡମିସନ ହୋଇଗଲା । ହେଲେ ମୁଁ ୧୧ଶ ଶ୍ରେଣୀରେ ପଢୁଥିବା ସମୟରେ ସ୍କୁଲ ଯାଇପାରୁ ନଥିଲି । କାରଣ ଘର କାମରେ ମୁଁ ସହାୟତା କରୁଥିଲି ।

ଗାଁରୁ ୩ କିମି ଦୂର ଷ୍ଟେସନ ପାଖକୁ ଯାଉଥିଲି ଓ ସେଠାରୁ ୩ କିମି ଦୂର ସ୍କୁଲ ଯାଉଥିଲି । ୧୧ଶ ଶ୍ରେଣୀରେ ମୋର ୮୧ ପ୍ରତିଶତ ଅଙ୍କ ଆସିଥିଲା । ଏହା ପରେ ୧୨ଶ ଶ୍ରେଣୀର ପରୀକ୍ଷାରେ ମୋର ୮୪ ପ୍ରତିଶତ ଅଙ୍କ ଆସିଥିଲା । ପରିବାରର ସ୍ଥିତି ଓ ଶଶୁର ଘରର ସ୍ଥିତି ବହୁତ ଖରାପ ଥିଲା । ଏହା ପରେ ମୁଁ ବିଏସସିରେ ଆଡମିସନ କରିଦେଲି । ଏହି ବର୍ଷ ମୁଁ ବିଏସସି ପ୍ରଥମ ବର୍ଷ ସହିତ ଏଆଇପିଏମଟି ର ପରୀକ୍ଷା ମଧ୍ୟ ଦେଲି । ଏଥିରେ ମୋର ୪୧୫ ନମ୍ବର ଆସିଥିଲା ଓ ପାଖାପାଖି ୨୩୦୦୦ ତମ ସ୍ଥାନରେ ଥିଲି ।

ଏହାପରେ ମୋ ପତି ମୋତେ ପଢିବା ପାଇଁ ପ୍ରେରଣା ଦେଲେ ଓ ଏଲନ କରିୟର ଇନଷ୍ଟିଚ୍ୟୁଟରେ ମୋର ଆଡମିସନ କରିଦେଲେ । ମୁଁ କୋଟାରେ ପଢିବାକୁ ଆସିଲି ତ ଏଠିକାର ପରିବେଶ ବହୁତ ସକରାତ୍ମକ ଓ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଥିଲା । ସେଠିକାର ଶିକ୍ଷକ ମାନେ ମୋତେ ବହୁତ ସହାୟତା କରୁଥିଲେ । କୋଟାରେ ରହି ଗୋଟେ ବର୍ଷ କଷ୍ଟ କରିବା ପରେ ମୁଁ ମୋ ଲକ୍ଷର ବହୁତ ନିକଟତ୍ତର ହୋଇ ଯାଇଥିଲି । ମୁଁ ଗତ ବର୍ଷ ନିଟ ରେ ୫୦୬ ଅଙ୍କ ପ୍ରାପ୍ତ କରିଥିଲି । ମୁଁ ମୋ ଲକ୍ଷରୁ ବାସ ଟିକେ ପଛରେ ରହିଯାଇଥିଲି । ଏହା ପରବର୍ଷ କୋଚିଙ୍ଗ ନେବା ପାଇଁ ମୋ ପାଖରେ ଟଙ୍କା ନଥିଲା, କାରଣ ମୋ ପରିବାର ଲୋକଙ୍କର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଇଥିଲା । ହେଲେ ଏଲନ କରିୟର ଇନଷ୍ଟିଚ୍ୟୁଟ ମୋତେ ପ୍ରେରଣା ଦେଲା ଓ ମୋର ୭୫ ପ୍ରତିଶତ ଫିସକୁ ଛାଡ କରିଦେଲା । ଏହି ବର୍ଷ ମୁଁ ୬୦୩ ଅଙ୍କ ହାସଲ କଲି । ଯଦି ମୁଁ କୋଟା ଆସିନଥାନ୍ତି ବୋଧେ ମୁଁ ବିଏସସି କରି ଘର କାମ କରିଥାନ୍ତି ।

ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ମୋ ଶଶୁର ଘରର ମୋ ପାଇଁ ବହୁତ ବଡ ଅବଦାନ ରହିଛି । ଯଦି ମୋ ଶଶୁର ଘରର ସହାୟତା ମିଳିନଥାନ୍ତା ବୋଧେ ମୁଁ ଆଗକୁ ପଢିପାରି ନଥାନ୍ତି । ଗତ ବର୍ଷ ମୋ ସିଲେକ୍ସନ ନହେବାରୁ ଗାଁ ଲୋକ ମୋ ଶଶୁର ଘର ଲୋକଙ୍କୁ ବହୁତ କଥା ଶୁଣେଇଥିଲେ, ହେଲେ ମୋ ପାଠ ପଢିବାର ଫିସ ପାଇଁ ମୋ ଶଶୁର ଘର ଟଙ୍କା ଉଧାର ଆଣି ଗାଈ କିଣି କ୍ଷୀର ବିକି ଅଳ୍ପ କିଛି ଟଙ୍କା କମେଇବା ପାଇଁ ଚାହୁଁଥିଲେ । ହେଲେ ସେହି ଗାଈ ୧୫ ଦିନରେ ମରିଗଲା । ଏଥିପାଇଁ ପାଖାପାଖି ଲକ୍ଷେ ଟଙ୍କା କ୍ଷତି ହୋଇଥିଲା ହେଲେ ମୋତେ କେହି ବି କହିନଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button