ମନୋରଞ୍ଜନ

ଫିଲ୍ମ ‘କଳକୀ-୨୮୯୮ ଏଡି’ ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ବିଜୟ? – Kalinga News

[ad_1]

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଗୁରୁବାର ରିଲିଜ୍‌ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏବେ ରିଲିଜର ୪ଦିନ ମଧ୍ୟରେ ଫିଲ୍ମର ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ମୋଟ ୫୦୦କୋଟି ଟଙ୍କା ଆୟ କଲାଣି। ତେବେ ଫିଲ୍ମର ଆୟ ସହ ଫିଲ୍ମରେ ଅର୍ଜୁନଙ୍କ ଭୂମିକାରେ ନଜର ଆସିଥିବା ବିଜୟ ଦେବରକୋଣ୍ଡାଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମ ପାଇଁ ବିଜୟ କେତେ କୋଟି ନେଇଛନ୍ତି ତାହା ଜାଣିବା ପାଇଁ ତାଙ୍କ ପ୍ରଶଂସକ ଅନାଇ ବସିଥିବା ବେଳେ ଏବେ ତାଙ୍କ ପାରିଶ୍ରମିକକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଫିଲ୍ମରେ କାମିଓ କରିବା ପାଇଁ ବିଜୟ କୌଣସି ପାରିଶ୍ରମିକ ନେଇନାହାନ୍ତି। ସେ ମାଗଣାରେ ଏହି ଫିଲ୍ମ କରିଛନ୍ତି। ନିର୍ଦ୍ଦେଶକ ନାଗ ଅଶ୍ବିନୀଙ୍କ ପାଇଁ ସେ ଏଭଳି କରିଥିବା ଜଣାପଡ଼ିଛି। ଏହା ମଧ୍ୟ କୁହାଯାଉଛି ଯେ, ବିଜୟ ଫିଲ୍ମର ଦ୍ବିତୀୟ ଭାଗରେ ବି ନଜର ଆସିବେ।

ତେବେ ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଦଲକୀର ସଲମାନ, ମୃଣାଲ ଠାକୁର, ରାମ ଗୋପାଳ ବର୍ମା, ଏସ୍ ଏସ୍ ରାଜା‌ମୌଲି ଏବଂ ଫରିଆ ଅବଦୁଲ୍ଲା ମଧ୍ୟ କାମିଓ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button