ମନୋରଞ୍ଜନ

ତୁମକୁ ଖାଲି କଥା କହିବା ଆସେ; ଅଙ୍କିତାଙ୍କୁ ତାତ୍ସଲ୍ୟ କରି ଏଭଳି କହିଲେ ବିକି – Kalinga News

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।

ଗତ କିଛି ଦିନ ତଳେ ଅଙ୍କିତା ସ୍ବାମୀଙ୍କୁ ଛାଡ଼ପତ୍ର ମାଗିଥିବା ବେଳେ ପରେ ବିକି ପତ୍ନୀଙ୍କୁ ମାଡ଼ ମାରିବା ପାଇଁ ହାତ ଉଠାଇଥିବା ଦେଖିବାକୁ ମିଳିଥିଲା। ଏବେ ବିଗ୍ ବସରେ ବିକି ପୁଣି ଥରେ ଅଙ୍କିତାଙ୍କୁ ଅପମାନିତ କରିଥିବା ଦେଖାଯାଇଛି। ସୋ’ର ଏକ ପ୍ରୋମୋ ସାମ୍ନାକୁ ଆସିଛି।

ଏହି ପ୍ରୋମୋରେ ଅଙ୍କିତା ଏବଂ ବିକିଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି। କ୍ୟାପଟେନ ହିସାବରେ ଅଙ୍କିତା ବିକିଙ୍କ ନିକଟକୁ ଆସି କହୁଛନ୍ତି ଯେ, ତୁମକୁ ଏବଂ ଅଭିଷେକଙ୍କୁ ବଗିଚା ସଫା କରିବାକୁ ହେବ। ଏହା ଶୁଣି ବିକି କହୁଛନ୍ତି ଯେବେ ଆମ ପାଖରେ ସମୟ ହେବ ଆମେ କରିବୁ। ଏହା ପରେ ଅଙ୍କିତା କ୍ୟାପଟେନଙ୍କୁ ସମ୍ମାନ କର ବୋଲି କହୁଛନ୍ତି। ବିକି ଏହା ଶୁଣି କହୁଛନ୍ତି, କ୍ୟାପଟେନଙ୍କୁ ସମ୍ମାନ ଦେଲା ଭଳି କାମ କରିବା ଉଚିତ୍। ତୁମକୁ କ’ଣ ଆସେ ଯେ? ଖାଲି କଥା କହିବା ଆସେ। ଏହାକୁ ନେଇ ପରେ ଦୁହିଁଙ୍କ ମଧ୍ୟ ଯୁକ୍ତିତର୍କ ବଢ଼ୁଥିବା ପ୍ରୋମୋରେ ଦେଖାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button