ମନୋରଞ୍ଜନ

ସାତ୍ ସୱାଲ୍ – Kalinga News

[ad_1]

ରିଆଲିଟି ସୋ’ ‘ମିଠା ମିଠା ଯୋଡ଼ି’ରୁ ଆସି ଓଡ଼ିଆ ଛବି ‘ମିଠା ମିଠା’ ଜରିଆରେ ଚଳଚ୍ଚିତ୍ର ଦୁନିଆକୁ ପ୍ରବେଶ କରିଥି‌ଲେ ରାଜ୍‌ ରାଜେଶ। ପରେ ‘ତୋ ଆଗଣାର ତୁଳସୀ ମୁଁ’, ‘ସାବିତ୍ରୀ’, ‘ଅପରାଜିତା’ ଆଦି ଧାରାବାହିକରେ ନଜରକୁ ଆସି ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି। ୨୦୨୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ଚକ୍ଷୁ ବନ୍ଧନ’ ଓ ପରେ ଟେଲି ସିନେମା ‘ରାତି ସରି ସରି ଯାଉଛି’ରେ ତାଙ୍କୁ ଲୋକେ ବେଶ୍‌ ପସନ୍ଦ କରିଥିଲେ। ନିକଟରେ ରିଲିଜ୍‌ ହୋଇଛି ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବସ୍‌’। ଅଭିନେତା ରାଜ୍‌ ରାଜେଶଙ୍କ ସହ ଅଳ୍ପ ଆଳାପ।

‘ବସ୍‌’ରେ ଆପଣ ଓଡ଼ିଆ ସିନେମାର ଆଗଧାଡ଼ିର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅଭିନୟ କରିଛନ୍ତି। ଜଣେ ବରିଷ୍ଠ ଅଭିନେତ୍ରୀଙ୍କ ସହ ଅଭିନୟ କରିବା ବେଳେ ମନରେ ଭୟ ଥିଲା କି?
ଭୟ ତ ନ ଥିଲା। ଅନେକ ଉତ୍ସାହ ଥିଲା। ଓଲିଉଡ୍‌ର ‘କୁଇନ୍‌’ ବର୍ଷା ପ୍ରିୟଦର୍ଶିନୀଙ୍କ ସହ କାମ କରି ବହୁତ କିଛି ଶିଖିବାକୁ ପାଇଲି। ଭୟ ନୁହେଁ, ବରଂ ବହୁତ ଖୁସି ଲାଗିଥିଲା।

ଧାରାବାହିକ ଓ ସିନେମା ଉଭୟ ଶିଳ୍ପରେ ଆପଣ ସକ୍ରିୟ। ଯାତ୍ରା ଜଗତରେ ଅଭିନୟ କରିବାର ଇଚ୍ଛା ଅଛି କି?
ଯାତ୍ରା କଳାକାରମାନଙ୍କ ପ୍ରତି ମୋ ମନରେ ବହୁତ ସମ୍ମାନ ଅଛି। ଯାତ୍ରା କରିବା ପାଇଁ ମୁଁ ନିଜକୁ ଯୋଗ୍ୟ ବୋଲି ଭାବୁନାହିଁ। ଯଦି ଆଗାମୀ ଦିନରେ ନିଜକୁ ସେତିକି ଯୋଗ୍ୟ କରିପାରିବି ତ ମୁଁ ନିଶ୍ଚୟ ଯାତ୍ରା କରିବି। ଜଣେ ଅଭିନେତ୍ରୀଙ୍କ ସହ କିଛି ବର୍ଷ ତଳେ ଆପଣଙ୍କର ନିର୍ବନ୍ଧ ହୋଇଥିଲା, ତାହା ଭାଙ୍ଗିଗଲା। ପୁଣି ଜଣେ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କରେ ରହିଲେ, ତାହା ବି ଶୁଣିବାକୁ ମିଳୁଛି ଭାଙ୍ଗିଯାଇଛି। କାହିଁକି ବାରମ୍ବାର ପ୍ରେମରେ ବିଫଳ ହେଉଛନ୍ତି ରାଜେଶ?
ଯାହା ବି ହେଉଛି, ଯାହା ବି ଆପଣମାନେ ସମସ୍ତେ ଶୁଣୁଛନ୍ତି ସବୁ ସେଇ ମହାଦେବଙ୍କ ଇଚ୍ଛା। ଯାହା କରନ୍ତି ଭଗବାନ କରନ୍ତି। ମଣିଷ ନିମିତ୍ତ ମାତ୍ର।

ଆପଣଙ୍କ ଜୀବନରେ କେହି ନୂଆ ଯୁବତୀ କିମ୍ବା ଆପଣଙ୍କ ପୂର୍ବ ପ୍ରେମିକାଙ୍କ ଜୀବନରେ କେହି ନୂଆ ଯୁବକ ଆସିଗଲେ କି, ଯେଉଁଥିପାଇଁ ଆପଣଙ୍କୁ ସଂପର୍କ ଭାଙ୍ଗିବାକୁ ପଡ଼ିଲା?
ମଣିଷ ନିଜ ଜୀବନରେ କରିଥିବା ଭୁଲ୍‌ରୁ ବହୁତ କିଛି ଶିଖେ। ମୁଁ ବି ମୋ ଜୀବନର ଭୁଲ୍‌ରୁ ଅନେକ କିଛି ଶିଖିଛି। ଅତୀତରେ କରିଥିବା କାମରୁ ଏହା ଶିଖିଲି ଯେ, ବ୍ୟକ୍ତିଗତ ଜୀବନକୁ ସର୍ବଦା ବ୍ୟକ୍ତିଗତ ହିଁ ରଖିବା ଉଚିତ। ମୁଁ ଜନତାଙ୍କ ମନୋରଞ୍ଜନ ପାଇଁ ମୋ ଜୀବନକୁ ଉତ୍ସର୍ଗ କରିଛି। ଜନତାଙ୍କ ଭଲପାଇବା ରାଜ୍‌ ରାଜେଶ ପାଇଁ ସର୍ବଦା ଏହିଭଳି ରହିଥାଉ।

ରୋମାଣ୍ଟିକ୍‌ ନା ନେଗେଟିଭ୍‌ କେଉଁ ଭୂମିକା ନିଭାଇବାକୁ ବେଶି ପସନ୍ଦ କରନ୍ତି?
ମୁଁ ଉଭୟ ଭୂମିକା ନିଭାଇବାକୁ ଭଲପାଏ।

ପାରିଶ୍ରମିକ ପାଇଁ କେବେ କେଉଁ ନିର୍ଦ୍ଦେଶକଙ୍କ ସହ ମନୋମାଳିନ୍ୟ ହୋଇଛି କି?
ହଁ, ହୋଇଛି। କେଉଁ ନିର୍ଦ୍ଦେଶକ ତାଙ୍କ ନାଁ କହିବିନି, କିନ୍ତୁ ହୋଇଛି। ବର୍ଷା ପ୍ରିୟଦର୍ଶିନୀ, ଭୂମିକା ଓ ରିୟାଙ୍କ ପରି ଲୋକପ୍ରିୟ ଅଭିନେତ୍ରୀମାନଙ୍କ ସହ ଆପଣ କାମ କରି ସାରିଛନ୍ତି। ସେମାନଙ୍କ ମଧ୍ୟରୁ କାହାକୁ ନିଜର ପ୍ରେରଣା, କାହାକୁ ନିଜର ଭଲ ବନ୍ଧୁ ଓ କାହାକୁ ଏକ ପରିବାର ପରି ଭାବନ୍ତି?
ବର୍ଷା ପ୍ରିୟଦର୍ଶିନୀ, ଭୂମିକା ଦାଶ ଓ ରିୟା। ଯଦି ୩ଜଣଙ୍କ କଥା ଆସେ ତ ୩ ଜଣଯାକ ମୋର ବହୁତ ଭଲ ବନ୍ଧୁ। ସେମାନେ ସମ‌େସ୍ତ ବୃତ୍ତିଗତ ଜୀବନରେ ବହୁତ ସଫଳ। କେବଳ ମୋର ନୁହେଁ, ଓଡ଼ି‌ଶାର ଅନେକଙ୍କ ପାଇଁ ସେମାନେ ଜଣେ ଜଣେ ପ୍ରେରଣା। ନାରୀ ଭାବେ ସେମାନେ ନିଜ ହିସାବରେ ବହୁତ ସଫଳତା ଅର୍ଜନ କରିଛନ୍ତି। ପରିବାର କଥା କହିଲେ ଆମେ ସମସ୍ତେ ଗୋଟେ ପରିବାର, ଓଲିଉଡ୍‌ ପରିବାର।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button