ମନୋରଞ୍ଜନ

ଏତେ କୋଟିର ମାଲିକାଣୀ ଥିଲେ ସୁହାନୀ ଭଟନାଗର – Kalinga News

[ad_1]

ମୁମ୍ବାଇ: ଆଉ ନାହାନ୍ତି ସୁହାନୀ | ଆଜି ବଲିଉଡ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି | ୨୦୧୬ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସୁହାନୀ | ତାଙ୍କୁ ବବିତା ଫୋଗଟ୍‌ଙ୍କ ‌ପିଲା ବେଳର ଭୂମିକା ମିଳିଥିଲା | ଏବେ ତାଙ୍କୁ ୧୯ବର୍ଷ ବୟସ ହୋଇଥିବା ବେଳେ ଏତେ କାମ ବୟସରେ ତାଙ୍କର ଦେହାନ୍ତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ତେବେ ଆଜି ଏ ଦୁନିଆରେ ନଥିବା ସୁହାନୀ କେତେ କୋଟିର ମାଲିକାଣୀ ଥିଲେ ଆପଣ ଜାଣନ୍ତି କି? ଜାତୀୟ ଗଣମାଧ୍ୟମ ମୁତାବକ, ‘ଦଙ୍ଗଲ’ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ସୁହାନୀ ମୋଟ ୪କୋଟି ଟଙ୍କାର ମାଲିକାଣୀ ଥିଲେ | ଫିଲ୍ମରେ କାମ କରିଥିଲେ ବି ସୋସିଆଲ ମିଡିଆରେ ସେ ଅଧିକ ସକ୍ରିୟ ଥିଲେ | ‘ଦଙ୍ଗଲ’ ପରେ ସୁହାନୀଙ୍କୁ ଅନେକ ଫିଲ୍ମର ଅଫର ମିଳିଥିଲା, କିନ୍ତୁ ସେ ନିଜ ଅଧ୍ୟୟନରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ଅଭିନୟରୁ ବିରତି ନେବାକୁ ସ୍ଥିର କରିଥିଲେ | ଅନେକ ସାକ୍ଷାତକାରରେ ସୁହାନୀ କହିଥିଲେ ଯେ ଅଧ୍ୟୟନ ଶେଷ କରିବା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯୋଜନା କରିବେ।

କୁହାଯାଉଛି ଯେ, କିଛି ଦିନ ତଳେ ସୁହାନୀଙ୍କର ଏକ ଦୁର୍ଘଟଣା ହୋଇଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା।ସେଥିପାଇଁ ସେ ସମୟ‌ରେ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଔଷଧଗୁଡ଼ିକ ପରେ ତାଙ୍କ ଉପରେ ପାଶ୍ବ ପ୍ରତିକ୍ରିୟା ଦେଖାଇଥିଲା। ଯାହାଫଳରେ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଲା। ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ଆଜି ସୁହାନୀଙ୍କର ଶେଷ ରୀତି ଫରିଦାବାଦର ସେକ୍ଟର -୧୫ର ଅଜୌରନ୍ଦା ଶ୍ମଶାନରେ କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button