ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡିଶା ଲୋକ ସେବାର ବଡ ଘୋଷଣା । ନିଯୁକ୍ତି ପାଇଁ ୩୦୦ରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି । ଏହାର ଆବେଦନ ପ୍ରକ୍ରିୟା ମେ ୨୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ଆବେଦନ କରାଯିବାର ସୁବିଧା ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଈଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୩୧୪
ଆବେଦନ ତାରିଖ : ଆବେଦନକାରୀ ମେ ୨୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା : ନିଯୁକ୍ତି ସମ୍ବନ୍ଧୀୟ ବିଷୟରେ ପୋଷ୍ଟଗ୍ରାଜୁଏଟର ସାର୍ଟିଫିକେଟ୍ ହାସଲ କରିଥିବା ଆବଶ୍ୟକ । ନଚେତ୍ କୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ MCI/NMC ଡିଗ୍ରୀ ହାସଳ କରିଥିବା ଜରୁରୀ ।
ଆବେଦନ ଶୁଳ୍କ : ସମସ୍ତ ବର୍ଗର ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ । ତେଣୁ ସମସ୍ତ ବର୍ଗର ପ୍ରାର୍ଥୀ ଏହାର ଲାଭ ଉଠାଇପାରିବେ ।
ଚୟନ ପ୍ରକ୍ରିୟା : ଓଡିଶା ମେଡିକାଲ ଏଜୁକେସନ ସର୍ଭିସ ୨୦୨୧ ଅନୁଯାୟୀ ପ୍ରାର୍ଥୀଙ୍କ ଚୟନ କରାଯିବ । ପ୍ରଥମେ ଲିଖିତ ଆଧାରରେ ପରୀକ୍ଷା କରାଯିବ । ଏହା ପରେ ମେଡିକାଲ କୋର୍ସ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ । ଶେଷରେ ମେରିଟ୍ ଲିଷ୍ଟ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ପରେ “assistant professor recruitment 2025”ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ପେଜରେ ରେଜିଷ୍ଟ୍ରେସନ କରି ଲଗ୍ ଇନ୍ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବଶ୍ୟକୀୟ ବିବରଣୀ ଦେଇ ଫର୍ମକୁ ସବମିଟ୍ କରନ୍ତୁ ।
ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆୁଟ କାଢି ସୁରକ୍ଷିତରେ ଏହାକୁ ରଖନ୍ତୁ ।




