ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ପୂଜା, ମିଳିବ ଦୁଃଖ ଓ ଦରିଦ୍ରତାରୁ ମୁକ୍ତି

ହିନ୍ଦୁଧର୍ମରେ ମା’ ଦୁର୍ଗାଙ୍କ ଗଣତି ପ୍ରମୁଖ ଦେବୀ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ । ଶକ୍ତିର ପ୍ରତୀକ ମା’ ଦୁର୍ଗା । ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି । ଆଜି ନବରାତ୍ରିର ଚତୁର୍ଥ ଦିନ । ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ନିଜର ସ୍ମିତହାସ୍ୟର ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା । ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରନ୍ତି । ଦେବୀ କୁଷ୍ମାଣ୍ଡାଙ୍କ ସ୍ୱରୂପ ଦର୍ଶନ କରି ପୂଜା କରିବା ଦ୍ୱାରା ରୋଗ, ଦୁଃଖ ଦୂର ହୁଏ । ଯଶ, ବଳ ଏବଂ ଧନରେ ମଧ୍ୟ ବୃଦ୍ଧି ହୋଇଥାଏ ।
ମା କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ। ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ । ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ । ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ । ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ ।
ଶାରଦୀୟ ନବରାତ୍ରିର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି । ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ । ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି। କମଣ୍ଡଳୁ, ଧନୁ ବାଣ, କମଳ ପୁଷ୍ପ, ଅମୃତ ପୂର୍ଣ୍ଣ କଳସ, ଚକ୍ର, ଗଦା ଆଦିରେ ପରିଶୋଭିତ ହୋଇଥାନ୍ତି ମା । ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ । ମା ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ ।
ଜାଣନ୍ତୁ ପୂଜା ବିଧି :
ସକାଳେ ଉଠି ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ । ପରିସ୍କାର ଏବଂ ସଫା ପୋଷାକ ପିନ୍ଧିବେ । ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ । ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ। ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ । ମା’ଙ୍କ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ । ପୂଜା ସମୟରେ ଗୁଜରାତି, ପାନମଧୁରୀ ଅର୍ପିତ କରିବା ଉଚିତ । ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ । ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ ।
ମା’ କୁଷ୍ମାଣ୍ଡାଙ୍କୁ ପ୍ରସନନ କରିବା ପାଇଁ ମାଲପୁଆ ଭୋଗ ଲଗାନ୍ତୁ।
ମା’ କୁଷ୍ମାଣ୍ଡାଙ୍କ ମନ୍ତ୍ର :
ଯାଦେବୀ ସର୍ବଭୁତେଷୁ ମା’ କୁଷ୍ମାଣ୍ଡା ରୁପେଣ ସଂସ୍ଥିତା।
ନମଃସ୍ତସୈ ନମଃସ୍ତସୈ ନମଃସ୍ତସୈ ନମୋ ନମଃ ।




