ରାଜ୍ୟ

ଗୁରୁବାର କୁଆଁରୀ କନ୍ୟାକୁ ହଳଦିଆ ବସ୍ତ୍ରରେ ଦେଖିଲେ ଧନପ୍ରାପ୍ତି ସୁନିଶ୍ଚିତ, ଜାଣନ୍ତୁ ମା’ ଲକ୍ଷ୍ମୀଙ୍କ ଆଗମନ ସହ ଜଡ଼ିତ ଆଉ ୧୦ଟି ଗୁପ୍ତ ସଙ୍କେତ

ହିନ୍ଦୁ ଧର୍ମରେ ‘ସଙ୍କେତ’ ସହ ଜଡ଼ିତ ଅନେକ ମାନ୍ୟତା ରହିଛି, ଯାହା ଅନୁସାରେ ଭବିଷ୍ୟତରେ ହେବାକୁ ଥିବା ଘଟଣାର ସୂଚନା ମିଳିଥାଏ। ଆଜି ଆମେ ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ ଆଗମନ ସହ ଜଡ଼ିତ ୧୦ଟି ଗୁପ୍ତ ସଙ୍କେତ ବିଷୟରେ କହିବୁ। ଆସନ୍ତୁ ଜାଣିବା।

୧. ସକାଳୁ ଉଠୁ ଉଠୁ ଯଦି କେହି ଭିକାରି ଘର ଦୁଆରକୁ ଭିକ୍ଷା ମାଗିବାକୁ ଆସେ, ତା’ହେଲେ ଭାବିନେବେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଉଧାର ରାଶି ଆପଣଙ୍କ ପାଖକୁ ଫେରିଆସିବ। ନ ମାଗି ବି ଆପଣ ଏହାକୁ ପାଇଯିବେ। ତେଣୁ କଦାପି ନିଜ ଦ୍ୱାରରୁ ଖାଲି ହାତରେ ଭିକାରିକୁ ଫେରାଇବେ ନାହିଁ।

g2

୨. ଯଦି କେହି ସ୍ୱପ୍ନରେ ନିଜକୁ କଚ୍ଛା ପିନ୍ଧି କପଡ଼ାରେ ବଟନ ଲଗାଉଥିବାର ଦେଖେ, ତା’ହେଲେ ତାଙ୍କୁ ଧନ ସାଙ୍ଗକୁ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ।

୩. ଶୁକ୍ରବାର କପିଳା ଗାଈ(କେସରୀ ରଙ୍ଗର ଗାଈ)କୁ ଦେଖିଲେ ଶୁଭ ହୋଇଥାଏ। ଏଥିରେ ଆପଣଙ୍କୁ ଅଚାନକ ଧନପ୍ରାପ୍ତିର ଯୋଗ ରହିଥାଏ।

୪. ଯଦି କୌଣସି କୁକୁର ନିଜ ମୁଣ୍ଡ ମୁଣ୍ଡକୁ ବାରମ୍ବାର ମାଟି ଉପରେ ରଗଡ଼େ, ତା’ହେଲେ ସେହି ସ୍ଥାନରେ ମୋଟା ଧନ ଥିବାର ସମ୍ଭାବନା ରହିଥାଏ।

m2

୫. ଯଦି କେହି ଯାତ୍ରୀ ଘରକୁ ଫେରୁଛି ଏବଂ ଗଧ ତାଙ୍କୁ ବାମପାର୍ଶ୍ୱରେ ଅଟକାଉଛି, ତା’ହେଲେ ଅଳ୍ପ ସମୟ ପରେ ଧନ ଲାଭର ସମ୍ଭାବନା ଥାଏ।

୬. ଯଦି କେହି ବ୍ୟକ୍ତି କୌଣସି ଗାଁ, ନଗର ଅଥବା ଘରକୁ ପ୍ରବେଶ କରିବା ସମୟରେ ଘୁଷୁରୀ ତାଙ୍କ ଡାହାଣ ପାର୍ଶ୍ୱରେ ଦେଖାଯାଏ, ତା’ହେଲେ ଲାଭ ମିଳିଥାଏ।

୭. ସ୍ୱପ୍ନରେ ଯାହାର ଡାହାଣ ହାତକୁ ଧଳା ରଙ୍ଗର ସାପ କାମୁଡ଼ିଦିଏ, ତା’ହେଲେ ବହୁତ ଧନ ପ୍ରାପ୍ତି ହୋଇଥାଏ।

m2

୮. ବ୍ୟାଙ୍କରେ ପଇସା ଜମା କରିବାକୁ ଯିବା ବାଟରେ ଯଦି ଗାଈ ଆସିଯାଏ, ତା’ହେଲେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ କାମ ପୂରଣ ହୋଇଥାଏ।

୯. ଯଦି କେହି ସ୍ୱପ୍ନରେ କାହାକୁ ଚେକ୍‌ ଲେଖିକି ଦେଉଥାଏ, ତା’ହେଲେ ତାଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଧନ ମିଳିଥାଏ ତଥା ବ୍ୟବସାୟରେ ବୃଦ୍ଧି ଘଟିଥାଏ।

୧୦. ଯଦି ଆପଣ ଗୁରୁବାର ଦିନ କୌଣସି କୁଅାଁରୀ କନ୍ୟାକୁ ହଳଦିଆ ବସ୍ତ୍ରରେ ଦେଖନ୍ତି, ତା’ହେଲେ ଏହାକୁ ଶୁଭ ସଙ୍କେତ ବୋଲି ମାନନ୍ତୁ। ଏହା ଧନ ଲାଭର ସଙ୍କେତ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button