ରାଜ୍ୟ

ଆଲୋଭେରା ଜେଲରେ ବନାନ୍ତୁ ନାଇଟ୍‌ କ୍ରୀମ, ବିନା ଦାମି ପ୍ରଡକ୍ଟରେ ବି ପାଇବେ ଚମକଦାର ତ୍ୱଚା

ଚେହେରାରେ ଚମକ ଆଣିବା ପାଇଁ ଏବଂ ଉଜ୍ୱଳ ତ୍ୱଚା ପାବା ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ନିଜକୁ ସୁନ୍ଦର କରାଇବା ପାଇଁ ମହିଳାମାନେ ଦିନ ସମେତ ରାତିରେ ମଧ୍ୟ କ୍ରୀମ ଲଗାନ୍ତି। ଆଉ ଏଥିପାଇଁ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡେ। କିନ୍ତୁ ପ୍ରତିଦିନ ଆପଣଙ୍କର ଗୋଟିଏ ଅଭ୍ୟାସ ଆପଣଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ଠାରୁ ରକ୍ଷା କରିପାରିବ। ଆପଣ ଆଲୋଭେରା ଜେଲକୁ ନାଇଟ୍‌ କ୍ରୀମରେ ବ୍ୟବହାର କରି ଗ୍ଲୋଇଂ ତ୍ୱଚା ପାଇପାରିବେ।

alovera gelଫେସ ପ୍ୟାକ ଠାରୁ ନେଇ ସ୍କ୍ରବ ପର୍ଯ୍ୟନ୍ତ ଆଲୋଭେରା ଜେଲର ବ୍ୟବହାର ଆପଣଙ୍କ ତ୍ୱଚାକୁ ସୁନ୍ଦର ଏବଂ ଚମକଦାର କରିପାରିବ। ତ୍ୱଚାକୁ ଥଣ୍ଡା ପହଁଚାଇବା ସହିତ ତାହାକୁ କୋମଳ ମଧ୍ୟ କରିବ ଯଦି ଆପଣ ନାଇଟ କ୍ରୀମ ଭାବରେ ଆଲୋଭେରା ଜେଲକୁ ବ୍ୟବହାର କରିବେ।
ଆଲୋଭେରାକୁ ଯେତେ ପାରୁଛନ୍ତି ସେତେ ନିଜ ବିଉଟି ରୁଟିନରେ ସାମିଲ କରନ୍ତୁ, କାହିଁକି ନା ଏହା ତ୍ୱଚାକୁ ମୁଲାୟମ କରିବା ସହିତ ଜାଦୁ ଭଳି କାମ କରିଥାଏ। ନାଇଟ କ୍ରୀମ ଭାବରେ ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାକୁ ଜରୁରୀ ପୋଷଣ ମିଳିଥାଏ। ଏହାସହିତ ଏହା ଆପଣଙ୍କ ବୟସକୁ ମଧ୍ୟ ଲୁଚାଇଥାଏ। ଏଥିପାଇଁ ଆପଣ ଆଲୋଭେରା ନାଇଟ୍‌ କ୍ରୀମ ଲଗାଇବା ଆରମ୍ଭ କରନ୍ତୁ। ତାହାଲେ ଆସନ୍ତୁ ଜାଣିବା କେମିତି।

skinସାମାନ୍ୟ ଏବଂ ତେଲିଆ ତ୍ୱଚା ପାଇଁ

ଆଲୋଭେରା ଜେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ଶୋଇବାର ଠିକ୍‌ ପୁର୍ବରୁ ନିଜ ଚେହେରା ଏବଂ ଗଳାରେ ଲଗାନ୍ତୁ। ସକାଳୁ ଉଠିବା ପରେ ହିଁ ତ୍ୱଚାକୁ ଧୋଇ ଦିଅନ୍ତୁ ଏବଂ ଚମକପୂର୍ଣ୍ଣ ତ୍ୱଚା ପାଆନ୍ତୁ। ଆପଣ ଚାହିଁବେ ତ ଏହାକୁ ଲଗାଇବାର ଅଧା ଘଣ୍ଟା ପରେ ଚେହେରାକୁ ଧୋଇ ନାଇଟ୍‌ କ୍ରୀମ ମଧ୍ୟ ଲଗାଇପାରିବେ।

aloberaଶୁଷ୍କ ତ୍ୱଚା ପାଇଁ

ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ହୋଇଥାଏ, ତେବେ ଆପଣ ଆଲୋଭେରା ଜେଲରେ ଆସେନସିଆଲ ଅଏଲର କିଛି ବୁନ୍ଦା ମିଶାଇ ଚେହେରାରେ ଲଗାନ୍ତୁ। ଏହି ମିଶ୍ରଣ ଆପଣଙ୍କ ତ୍ୱଚା ପାଇଁ ପରଫେକ୍ଟ ଏବଂ ଏହା ନାଚୁରାଲ ନାଇଟ୍‌ କ୍ରୀମ ଭାବେ ବେଷ୍ଟ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button