ଦେଶ- ବିଦେଶ

ଲାଫିଙ୍ଗ ବୁଦ୍ଧ ଜୀବନରେ ଭରିଦିଏ ସମୃଦ୍ଧି, ଜାଣନ୍ତୁ ଘରର କେଉଁ ଦିଗରେ ରଖିବାର କ’ଣ ରହିଛି ନିୟମ

ହିନ୍ଦୁ ଧର୍ମରେ ଲକ୍ଷ୍ମୀ ଏବଂ କୁବେରଙ୍କୁ ଧନ ଏବଂ ସମୃଦ୍ଧିର ଦେବତା ବୋଲି ଗ୍ରହଣ କରାଯାଇଛି। ସେହିପରି ଲାଫିଙ୍ଗ ବୁଦ୍ଧ ସୁଖ ଓ ସମୃଦ୍ଧି ଆଣିଥାଏ ବୋଲି ଚୀନବାସୀ ମାନିଥାନ୍ତି। ଲାଫିଙ୍ଗର ବୁଦ୍ଧର ଏପରି ମହତ୍ତ୍ୱ ଯୋଗୁଁ ଲୋକେ ନିଜ ଘରେ କିମ୍ବା କାହାକୁ ଉପହାର ସଦୃଶ ଏହାକୁ ଦେଇଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଲାଫିଙ୍ଗ ବୁଦ୍ଧକୁ ଘରେ ରଖିବାର ଅନେକ କିଛି ନିୟମ ରହିଛି। ଯାହା ଆପରଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ। ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳିଥାଏ।

home

– କୌଣସି ଘରର ଭାଗ୍ୟ ଏବଂ ସୁଖଶାନ୍ତି ପୂର୍ବଦିଗ ସହିତ ଜଡିତ ଥାଏ। ଯଦି ଆପଣ ନିଜ ଘରର ଲୋକମାନଙ୍କ ମଧ୍ୟରେ ସ୍ନେହ,ପ୍ରେମ ଏବଂ ତାଳମେଳ ବଢାଇବାକୁ ଚାହୁଁଛନ୍ତି, ତେବେ ଲାଫିଙ୍ଗ ବୁଦ୍ଧକୁ ପୂର୍ବ ଦିଗରେ ରଖନ୍ତୁ।

– ଫେଙ୍ଗସୁଇ ଅନୁସାରେ ଲାଫିଙ୍ଗ ବୁଦ୍ଧ ନିଜ ଘରର ଦକ୍ଷିଣ ଦିଗରେ ରଖିବା ଦ୍ୱାରା ସକାରାତ୍ମକ ଉର୍ଜା ବଢିଥାଏ, ଯାହା ଧନ ଏବଂ ସୁଖକୁ ଘରକୁ ଆକର୍ଷିତ କରିଥାଏ। ଚାକିରି ହେଉ ଅବା ବ୍ୟବସାୟ ଆପଣଙ୍କ ଶତ୍ରୁ କି ବି କରିପାରିବେ ନାହିଁ।

laugh

– ଲାଫିଙ୍ଗ ବୁଦ୍ଧକୁ ଘରେ ହେଉ ଅବା ଅଫିସରେ ନିଜ ଆଖି ସିଧା ରଖିବା ଉଚିତ। ଅର୍ଥାତ୍‌ ଆପଣ ଏହାକୁ ଦେଖିବା ବେଳେ ସିଧାମୁହଁ କରି ବା ମୁହଁ ଯେପରି ଉପରକୁ ନଉଠେ। ଅଧିକ ଉଚ୍ଚା କିମ୍ବା ତଳେ ରଖିବା ଉଚିତ ନୁହେଁ।

– ଗଣେଶଙ୍କ ମୁହଁ ଯେପରି ମୁଖ୍ୟଦ୍ୱାରା ସାମ୍ନାକୁ ରଖୁଛନ୍ତି, ସେଭଳି ଲାଫିଙ୍ଗ ବୁଦ୍ଧକୁ ମଧ୍ୟ ଘରର ମୁଖ୍ୟଦ୍ୱାରକୁ ସାମ୍ନା କରି ରଖନ୍ତୁ। ଏପରି କଲେ ଧନ, ସମୃଦ୍ଧି ବୃଦ୍ଧି ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button