ସ୍ୱାସ୍ଥ୍ୟ

‘ବ୍ରେନ ଷ୍ଟ୍ରୋକ’ ପରି ମାରାତ୍ମକ ରୋଗ ଦାଉରୁ ସୁରକ୍ଷା ଦିଏ ଏହି ସବୁ ଖାଦ୍ୟ, ନିଜ ଜୀବନ ଶୈଳୀରେ କରନ୍ତୁ ସାମିଲ

ନିକଟ ଅତୀତରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି କି ଯଦି ଆପଣ ନିୟମିତ ଭାବେ ଏହି ସବୁ ଫଳ ଏକ ନିର୍ଦ୍ଦିଷ୍ଟ ପରିମାଣରେ ସେବନ କରିବେ ତ ଆପଣ ଏକ ନିଶ୍ଚିତ ମାନସିକ ରୋଗରୁ ରକ୍ଷା ପାଇପାରିବେ । ଏମିତିକି ଜୀବନ କାଳ ଭିତରେ ‘ବ୍ରେନ ଷ୍ଟ୍ରୋକ’ ପରି ଗମ୍ଭୀର ସମସ୍ୟା ଆପଣଙ୍କ ପାଖ ମାଡ଼ିବ ନାହିଁ । ନିକଟରେ ହିଁ ‘ୟୁରୋପିଆନ ହାର୍ଟ ଜର୍ଣ୍ଣାଲ’ରେ ଦୁଇ ପ୍ରମୁଖ ରୋଗ ଆନିମିଆ ଓ ବ୍ରେନ ଷ୍ଟ୍ରୋକ ଉପରେ ଗଭୀର ଅଧ୍ୟୟନ କରାଯାଇଥିଲା । କେଉଁ ଫଳର କେଉଁ ରୋଗ ଉପରେ କେଉଁ ପ୍ରଭାବ ରହିଥାଏ ସେ ସମ୍ପର୍କରେ ପାଖାପାଖି ୪ ଲକ୍ଷ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା ।

-ଏହି ଲୋକଙ୍କ ଠାରୁ ସେମାନଙ୍କ ଭୋଜନ, ଜୀବନ ଶୈଳୀ ଓ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ମାନ ଏକାଠି କରି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ତଥ୍ୟ ଗୁଡ଼ିକରୁ ଜଣାଯାଇଥିଲା କି ଯେଉଁ ମାନେ ନିୟମିତ ଭାବେ ଫଳ, ପନିପରିବା, ଫାଇବର ଜାତୀୟ ଖାଦ୍ୟ, କ୍ଷୀର, ଚିଜ ଆଦି ଖାଆନ୍ତି ସେମାନଙ୍କ ଠାରେ ଆନିମିଆ ହେବାର ସମ୍ଭାବନା ଖୁବ କମ ଥାଏ ।

brain stroke

-ଯେବେକି ଅଧିକ ଅଣ୍ଡା ଖାଇଲେ ରକ୍ତ ସ୍ରାବ ହେବାର ଆଶଙ୍କା ବଢ଼ିଯାଇଥାଏ । ଆଉ ମଧ୍ୟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ପ୍ରଫେସର ଡ଼. ଟମି ଟଙ୍ଗଙ୍କ ଅନୁଯାୟୀ, ଫାଇବର ଯୁକ୍ତ ଭୋଜନ, ଫଳ- ପନିପରିବା ଆଦିର ସେବନ ଗମ୍ଭୀର ରୋଗ ହେବାର ଆଶଙ୍କାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ କରିଦେଇପାରେ । ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ଗାଇଡ଼ ଲାଇନ ଅନୁଯାୟୀ ଏହାର ସେବନ କରନ୍ତି ସେମାନେ ଏହାର ମାତ୍ରାକୁ ଧୀରେ ଧୀରେ କିଛି କିଛି କରି ବଢ଼ାଇଦେବା ଉଚିତ ।

– ବିଶେଷଜ୍ଞ ମାନେ ଆହୁରି ମଧ୍ୟ କହିଛନ୍ତିକି ପ୍ରତିଦିନ ପ୍ରତ୍ୟକ ବ୍ୟକ୍ତି ୧୦ ଗ୍ରାମ ରୁ ଅଧିକ ଫାଇବର ଯୁକ୍ତ ଆହାର ନିଜ ପ୍ରତିଦିନର ଖାଦ୍ୟରେ ଖାଇବା ଉଚିତ । ଯାହା ଆନିମିଆ ଆଶଙ୍କାକୁ ୨୩ ପ୍ରତିଶତ ପର୍ଯ୍ୟନ୍ତ କମ କରିଦେଇପାରେ ।

Image result for research-says-fruits-vegetables-and-cheese-can-save-you-from-stroke

– ଅବଶ୍ୟ ଗବେଷଣାରେ ସାମିଲ ନ ହୋଇଥିବା ଅନ୍ୟ ବୈଜ୍ଞାନିକ ମାନେ ମତ ରଖିଛନ୍ତି କି ଅନ୍ୟାନ ସାମାଜିକ କାର୍ଯ୍ୟ, ସଠିକ ଜୀବନ ଶୈଳୀ ବି ବ୍ରେନ ଷ୍ଟ୍ରୋକ ପରି ମାରାତ୍ମକ ସମସ୍ୟାରୁ ରକ୍ଷା କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button