ମନୋରଞ୍ଜନ

ବର୍ଷକୁ ଦୁଇଥର ଅବଶ୍ୟ କରନ୍ତୁ ଏହି ୫ଟି କାମ, ସଫଳତା ଆପଣଙ୍କ ପାଦ ଚୁମିବ

ସବୁ ମଣିଷ ନିଜ ଜୀବନରେ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି। ଏଥିପାଇଁ ସେମାନେ ଉଦ୍ୟମ ଜାରି ରଖନ୍ତି। ଏଭଳି ସ୍ଥିତିରେ ରହସ୍ୟମୟ ‘ଲାଲ୍‌ କିତାବ’ ବହୁତ ଉପଯୋଗ ସାବ୍ୟସ୍ତ ହୋଇଥାଏ। କାରଣ, ଏଥିରେ ଉଲ୍ଲେଖ ରହିଥିବା ଉପାୟ ସବୁକୁ ଆପଣାଇଲେ, ଆପଣଙ୍କ ଭାଗ୍ୟ ଚମକି ଉଠିବ। ତେବେ ସେଥିରେ ଏମିତି କିଛି ଲେଖା ରହିଛି, ଯାହାକୁ ବର୍ଷକୁ ଦୁଇଥର କରିବା ଦ୍ୱାରା ସବୁ ସଙ୍କଟ ଟଳିଯାଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

s3

୧. ବର୍ଷକୁ ଦୁଇଥର କୌଣସି ଚକ୍ଷୁହୀନ, ଅପାଙ୍ଗ, ସନ୍ନ୍ୟାସୀ କିମ୍ବା କନ୍ୟରତ୍ନକୁ ଭୋଜନ ଅବଶ୍ୟ କରାନ୍ତୁ। ଏଥିରେ ସବୁ ପ୍ରକାର ଶନିଦୋଷ ଦୂର ହୋଇଯାଇଥାଏ।

୨. ବର୍ଷକୁ ଅତି କମ୍‌ରେ ଦୁଇଥର ହନୁମାନଙ୍କ ଚାଳିଶା ପଢ଼ନ୍ତୁ। ଥରେ ମଙ୍ଗଳବାର ଓ ଆଉଥରେ ଶନିବାର।

୩. ବର୍ଷକୁ ଦୁଇଥର କେଉଁଠି ବି ନିମ୍ବ, ଅଶ୍ୱତ୍‌ଥ, ବର ଓ ଆମ୍ବ ଗଛ ଲଗାନ୍ତୁ। କୁହାଯାଏ, ଯେଉଁ ବ୍ୟକ୍ତି ଏକ ଅଶ୍ୱତ୍‌ଥ, ଏକ ନିମ୍ବ, ୧୦ଟି ତେନ୍ତୁଳି, ୩ଟି ବେଲ, ୩ଟି ଅଁଳା ଏବଂ ୫ଟି ଆମ୍ବ ଗଛ ଲଗାଇଥାଏ, ସେ କେବେ ବି ନର୍କ ଦର୍ଶନ କରି ନ ଥାଏ।

ss

୪. ସେହିପରି କୌଣସି ତୀର୍ଥ ସ୍ଥାନକୁ ନିଶ୍ଚତ ଭ୍ରମଣରେ ଯାଆନ୍ତୁ। ତୀର୍ଥ ଭ୍ରମଣ ବିଷୟରେ ଲାଲ୍‌ କିତାବରେ ଉଲ୍ଲେଖ ରହିଛି। ଏହାଦ୍ୱାରା ଦେବଦେବୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହିଥାଏ।

୫. ବର୍ଷକୁ ଦୁଇଥର ପଶୁପକ୍ଷୀଙ୍କୁ ପେଟ ପୂରା ଖାଇବାକୁ ଦିଅନ୍ତୁ। ସେମାନଙ୍କୁ ଭଲ ଭାବେ ଜଳ ପିଇବାକୁ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button