ଜ୍ୟୋତିଷ

ଗରମ ତାଓ୍ଵାରେ କେବେ ବି ପାଣି ସିଞ୍ଚନ କରନ୍ତୁ ନାହିଁ, ବରବାଦ ହୋଇଯିବେ ଆପଣଙ୍କ ସ୍ୱାମୀ, ଜାଣି ରଖନ୍ତୁ ତାଓ୍ଵା ସମ୍ବନ୍ଧିତ ୪ଟି ବାସ୍ତୁ କଥା

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି, ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ହେଉ। ସେଥିପାଇଁ ସେମାନେ ମନ୍ଦିର ସଦୃଶ ଘରକୁ ନିୟମିତ ସଫା ସୁତରା ରଖିଥାଆନ୍ତି, ପ୍ରତିଦିନ ପୂଜାପାଠ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କ ଭାଗ୍ୟ ଆପଣଙ୍କ ରୋଷେଇ ଘର ଉପରେ ନିର୍ଭର କରିଥାଏ? ଖାସ୍‌ କରି ରୁଟି ତିଆରି କରାଯାଉଥିବା ତାଓ୍ଵାରେ। ବାସ୍ତୁ ଅନୁସାରେ, ତାଓ୍ଵାର ଅଧିକ ମହତ୍ତ୍ୱ ରହିଥାଏ। ଆସନ୍ତୁ ଜାଣିବା ତାଓ୍ଵା ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ।

୧. ରୁଟି ତିଆରି କରିସାରିବା ପରେ କେବେ ବି ତାଓ୍ଵାକୁ ଗ୍ୟାସ୍‌ କିମ୍ବା ଚୁଲ୍ଲି ଉପରେ ରଖି ଛାଡ଼ିଦିଅନ୍ତୁ ନାହିଁ, ବରଂ ଥଣ୍ଡା ହୋଇଗଲା ପରେ ଏହାକୁ କୌଣସି କୋଣ କିମ୍ବା ବାସନ ଷ୍ଟାଣ୍ଡରେ ରଖନ୍ତୁ।

t77

୨. ଗରମ ତାଓ୍ଵାରେ ପାଣି ସିଞ୍ଚନ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆପଣଙ୍କ ସ୍ୱାମୀ ଉପରେ ପଡ଼ିଥାଏ। ଏଥିପାଇଁ ତାଙ୍କୁ ଆର୍ଥିକ ଏବଂ ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିଥାଏ।

୩. ତାଓ୍ଵାକୁ ଜୋର୍‌ରେ ରଗଡ଼ିବା ବଦଳରେ ଏହାକୁ ଲେମ୍ବୁ ଏବଂ ଲୁଣ ସହ ସଫା କରନ୍ତୁ। ଏମିତି କଲେ ତାଓ୍ଵା ସହିତ ଆପଣଙ୍କ ଭାଗ୍ୟ ବି ଚମକି ଉଠିବ। ମନେ ରଖନ୍ତୁ, ତାଓ୍ଵା ସଫା କରିବା ସମୟରେ କୌଣସି ଧାରୁଆ ବା ଟାଣ ଜିନିଷ ବ୍ୟବହାର କରନ୍ତୁ ନାହିଁ।

t77

୪. ଅନେକ ମହିଳା ପୁରୁଣା ତାଓ୍ଵାକୁ ଫିଙ୍ଗିଦେବା ବଦଳରେ ସାଇତି ରଖିଥାଆନ୍ତି ଏବଂ ଘରକୁ ଅତିଥି ଆସିଲେ ଏହାକୁ ବ୍ୟବହାର କରିଥାଆନ୍ତି। ଏମିତି ତାଓ୍ଵା ଘରେ ରଖିବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button