ରାଜ୍ୟ

ଘରର ଏହି ଦିଗରେ ଲଗାନ୍ତୁ ନିମ୍ବ ଗଛ, ଦୂର ହେବ ଅନେକ ସମସ୍ୟା

ନିମ୍ବ ଗଛର ଅନେକ ଫାଇଦା ରହିଥାଏ, ତାହା ଆମେ ସମସ୍ତେ ଜାଣିଛେ। କିନ୍ତୁ ଏହା ଆମ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। କ’ଣ ଆପଣ ଜାଣିଛନ୍ତି କି, ନିମ୍ବଗଛର ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା କିପରି ନିମ୍ବ ଗଛ ଆପଣଙ୍କ ଜୀବନରେ ଖୁସି ଆଣିଦେଇଥାଏ।

– ଘରର ଦକ୍ଷିଣ ଦିଗରେ ନିମ୍ବ ଗଛ ଲଗାନ୍ତୁ ଏବଂ ତାର ରକ୍ଷଣାବେକ୍ଷଣ କରନ୍ତୁ। ଏହି ଦିଗରେ ନିମ୍ବ ଗଛ ଲଗାଇବା ମଙ୍ଗଳଦେବଙ୍କ ସହିତ ସମାନ। ଏହି ନିମ୍ବ ଗଛର ସେବା କରିବା ଦ୍ୱାରା ଜୀବନରେ କେବେ ବି ଅମଙ୍ଗଳ ଆସିନଥାଏ।

neem

– ନିମ୍ବ ଗଛ ଲଗାଇବା ଦ୍ୱାରା ବ୍ୟକ୍ତି କୌଣସି ପ୍ରକାର ରୋଗରେ ପଡିନଥାଏ। ଯଦି ଆପଣ କୌଣସି ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କିମ୍ବା ନିରୋଗ ରହିବାକୁ ଚାହୁଛନ୍ତି, ତେବେ ଏହାକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ। ନିମ୍ବ ବୃକ୍ଷକୁ ଘରର ବାୟୁ କୋଣରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।

– ଯଦି ଆପଣଙ୍କ ଜନ୍ମ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ହୋଇଛି, କିମ୍ବା ଆପଣଙ୍କ ରାଶି ମକର କିମ୍ବା କୁମ୍ଭ ହୋଇଥାଏ, ତେବେ ନିମ୍ବ ଗଛ ଲଗାଇବା ବହୁତ ଶୁଭଫଳ ଦେଇଥାଏ।

tree

– ଘର ପାଖରେ ନିମ୍ବ ଗଛ ଲଗାଇବା ଦ୍ୱାରା ହନୁମାନଙ୍କ କୃପା ମିଳିଥାଏ।

– ଜ୍ୟୋତିଷ ଶାସ୍ତ୍ରରେ ନିମ୍ବ କଛର ସମ୍ପର୍କ ଶନି ଏବଂ କେତୁ ସହିତ ଜଡିତ ରହିଥାଏ। ଏଥିପାଇଁ ଦୁଇଟି ଗ୍ରହର ଶାନ୍ତି ପାଇଁ ଉଚିତ ଦିଗରେ ନିମ୍ବ ଗଛ ଲଗାଇବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button