ଦେଶ- ବିଦେଶ

ଉଡା ମନ୍ଦିର ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ କେମିତି ଶୂନ୍ୟରେ ଝୁଲି ରହିଛି

ଭାରତ କୁ ଯଦି ମନ୍ଦିର ମାନଙ୍କର ଦେଶ କୁହାଯିବ ତାହେଲେ ତାହା କିଛି ଭୁଲ ହେବ ନାହିଁ।କାହିଁକି ନା ଭାରତ ବର୍ଷରେ ଏତେ ମାତ୍ରାରେ ମନ୍ଦିର ରହିଛି ଯେ ଆପଣଙ୍କ ପକ୍ଷେ ଗଣିବା ସମ୍ଭବ ହୋଇ ନଥାଏ।

ଆଉ କିଛି ମନ୍ଦିର ରହିଛି ଯିଏ କି ରହସ୍ୟମୟ ମନ୍ଦିର ନାମରେ ବେଶ୍ ପରିଚିତ। ସେହିପରି ଏକ ମନ୍ଦିର ରହିଛି ଆନ୍ଦ୍ରପ୍ରଦେଶ ର ଅନନ୍ତପୁର ଜିଲ୍ଲାରେ।ଯାହାକି ଲେପାକ୍ସି ନାମରେ ବେଶ୍ ପ୍ରସିଦ୍ଧ ଲାଭ କରିଛି।

ଏହି ମନ୍ଦିର ନିଜ ଇତିହାସ ପାଇଁ ବେଶ୍ ପ୍ରସିଦ୍ଧ ଲାଭ କରିଛି।କିନ୍ତୁ ଏହି ମନ୍ଦିର ର ଇତିହାସ ଆଜି ମଧ୍ୟ ଲୋକମାନଙ୍କୁ ଚକିତ କରି ଦେଉଛି।ମନ୍ଦିର ରେ ଇଷ୍ଟ ଦେଵ ବୀରଭଦ୍ର ପୂଜା ପାଉଛନ୍ତି।ଯାହା ମହାଦେବ ଙ୍କ ର ଅବତାର ବୋଲି କହୁଛନ୍ତି।
ଶ୍ରୀରାମ ଯେତେବେଳେ ୧୪ ବର୍ଷ ବନବାସ ଯାଇଥିଲେ ସେହି ସମୟରେ ମାତା ସୀତା ଆଉ ଭ୍ରାତା ଲକ୍ଷ୍ମଣ ଙ୍କ ସହିତ ଏଠାକୁ ଆସିଥିଲେ।ଏହି ବିଷୟରେ ଅନେକ ଜାଣି ନଥିବେ।
ଯେତେବେଳେ ମାତା ସୀତା ଙ୍କୁ ରାବଣ ଅପହରଣ କରି ନେଇ ଯାଉଥିଲେ ସେହି ସମୟରେ ଜଟାୟୁ ରାବଣ ଙ୍କ ସହିତ ଯୁଦ୍ଧ କରି ମାତା ସୀତା ଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ।
ହେଲେ ରାବଣ ତାଙ୍କୁ ଆକ୍ରମଣ କରିଥିଲେ।ଫଳରେ ପକ୍ଷୀ ରାଜ୍ ଜଟାୟୁ ଆହତ ହୋଇ ସେହି ସ୍ଥାନରେ ପଡି ଯାଇଥିଲେ।ଯେତେବେଳେ ଶ୍ରୀରାମ ଓ ଲକ୍ଷ୍ମଣ ସୀତା ଙ୍କୁ ଖୋଜି ଖୋଜି ସେହି ସ୍ଥାନରେ ପହଞ୍ଚି ଥିଲେ ସେତେବେଳେ ଜଟାୟୁ ଙ୍କୁ ପଡିଥିବାର ଦେଖିଲେ।
ଏହି ମନ୍ଦିର ୧୫୮୩ ମସିହା ରେ ଦୁଇ ଭାଇ ବିରପୂର୍ଣ୍ଣ ଓ ବିରାଣ ନିର୍ମାଣ କରିଥିଲେ। ଆହୁରି ମଧ୍ୟ କୁହାଯାଇଛି ଯେ ଲେପାକ୍ସି ମନ୍ଦିରର ସମ୍ମୁଖରେ ଥିବା ବୀରଭଦ୍ର ମନ୍ଦିର ନିର୍ମାଣ ଋଷ ଅଗସ୍ତ୍ୟ କରିଥିଲେ।
ମନ୍ଦିରର ଏଭଳି ରହସ୍ୟ ରହିଛି ଯାହାକି ଦେଖିବା ପାଇଁ ସାରା ବିଶ୍ବରୁ ପର୍ଯ୍ୟଟକ ଙ୍କ ଲମ୍ବା ଲାଇନ୍ ଲାଗିଥାଏ।ଏହି ମନ୍ଦିରରେ ଥିବା ସ୍ତମ୍ଭ ଗୁଡ଼ିକ ପବନରେ ଝୁଲୁଛି।ଯାହାର ଇତିହାସ ଏବେ ମଧ୍ୟ ରହସ୍ୟ ରହିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button