ଦେଶ- ବିଦେଶ

କଇଁଛ ପିଠିରେ ଚକା ଆଖି ଦେଖନ୍ତୁ ଏହି ଅଲୋକିକ ଦୃଶ୍ୟ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ତ ସମସ୍ତେ ଜାଣିଥିବେ ଯେ ଭଗବାନ ବିଷ୍ଣୁଙ୍କ ଦ୍ୱତୀୟ ଅବତାର ହେଉଛନ୍ତି କଇଁଛ। କଇଁଛ ସମୁଦ୍ର ମନ୍ଥନ ସମୟରେ କଇଁଛ ଉପରେ ପର୍ବତ କୁ ରଖି ଏହାକୁ ମନ୍ଥନ କରାଯାଇଥିଲା। ଓ ଏହି ମନ୍ଥନରେ ଆପଣମାନେ ଜାଣିଥିବେ ବହୁତ ସାରା ଚମତ୍କାରିତା ଆମକୁ ଦେଖିବାକୁ ମିଳିଥିଲା।
ତେବେ ହିନ୍ଦୁ ପୁରାଣ ଅନୁସାରେ କଇଁଛ ର ରହିଛି ଅନେକ ମହତ୍ୱ ଭଗବାନ ବିଷ୍ଣୁଙ୍କୁ କଚ୍ଛପ ଅବସ୍ଥାରେ ପୂଜା କରିଥାନ୍ତି। ତେବେ ବର୍ତ୍ତମାନ କଇଁଛର ପିଠିରେ ଦେଖିବାକୁ ମିଳୁଛି ପ୍ରଭୁ ଜଗନ୍ନାଥଙ୍କ ଚକାଆଖି। ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଜଳେଶ୍ଵର ମହମ୍ମଦ ନଗର ପାଟଣା ଅଞ୍ଚଳରେ। ପବିତ୍ର କାର୍ତ୍ତିକ ମାସରେ ନୂଆ ଗାଁ’ର କିଛି ମହିଳା ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ।
ଆଉ ଏହି ବିରଳ କଇଁଛଟି ରାସ୍ତାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବା ସମୟରେ ମହିଳା ମାନେ ଦେଖିବାକୁ ପାଇଥିଲେ। କଇଁଛଟିର ପିଠିରେ ଚାରୋଟି ଚକାଆଖି ଦେଖିବାକୁ ମିଳିଥିଲା। ଆଉ ପରେ ମହିଳା ମାନେ କଇଁଛଟିକୁ ନେଇ ଘଣ୍ଟ ଶଙ୍ଖରେ ଉଜେଇ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ।
ଭକ୍ତ ମାନଙ୍କୁ କଇଁଛ ପିଠି ରେ ଭଗବାନଙ୍କୁ ଦେଖିବାକୁ ମିଳିଛି ଓ ଏହା ଦେଖିବା ପରଠାରୁ ଏହା ସୋସିଆଲ ମିଡିଆରେ ବେଶ ଭାଇରଲ ହବାରେ ଲାଗିଛି କଇଁଛ ପିଠିରେ ଦେଖିବାକୁ ମିଳିଛି ପ୍ରଭୁ ଜଗନ୍ନାଥଙ୍କ ମହିମା। ତେବେ ଏହି କଇଁଛଟି ବର୍ତ୍ତମାନ ସମୟରେ ବେଶ ଚର୍ଚ୍ଚାରେ ଆସିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button