ଦେଶ- ବିଦେଶ

ଏହି 2 ରାଶିର ଝିଅ ଶାଶୁଘରେ ମହାରାଣୀ ପରି ଚଳିଥାନ୍ତି,

ବନ୍ଧୁଗଣ ନାରୀର ଜୀବନ ହେଉଛି ତ୍ୟାଗମୟ । ଗୋଟିଏ ଜାଗାରେ ତାଙ୍କର ଏନ୍ତୁଡି ହୋଇଥିବା ବେଳେ ଆଉ ଗୋଟିଏ ଜାଗାରେ ତାଙ୍କର ଯୂଈ ଜଳିଥାଏ । ନାରୀ ମାନଙ୍କୁ ଦୁହିତା ବୋଲି ମଧ୍ୟ କୁହାଯାଇଥାଏ ବୋଲି ଆପଣଙ୍କୁ ହୁଏତ ଜଣାଥିବ । କାରଣ ନାରୀ ଦୁଇ କୁଳର ଅର୍ଥାତ ବିବାହ ପୂର୍ବରୁ ନିଜ ବାପାଘର ଓ ବିବାହ ପରେ ନିଜ ଶାଶୁଘରର କୁଳର ହିତ ସାଧନ କରୁଥିବାରୁ ନାରୀକୁ ଦୁହିତା ବୋଲି କୁହାଯାଇଥାଏ । ତେବେ ଶାସ୍ତ୍ର ଦ୍ରୁଷ୍ଟିରୁ କେଉଁ ରାଶିର ମହିଳା ନିଜ ଶାଶୁଘରେ ରାଜ୍ କରିଥାନ୍ତି । ସେମାନଙ୍କ ସମ୍ପର୍କରେ ଆଜି ବାବା ଦିବାକର ଦାସଙ୍କ ମୁହଁରୁ ଜାଣିବା ।

 

ସିଂହ ରାଶି;- ସିଂହ ରାଶିର ଝିଅ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ଝିଅ ମାନେ ବିବାହ ପରେ ନିଜ ଶାଶୁଘରେ ଖୁସିରେ ରହିଥାନ୍ତି । ଏମାନେ ନିଜ ଶାଶୁଘରେ ନିଜ ଖାତିରରେ ସବୁବେଳେ ବଞ୍ଚିବାକୁ ଭଲ ପାଇଥାନ୍ତି । ଏମାନେ ଅନ୍ୟ କାହା କଥାରେ ପରିଚାଳିତ ହୋଇ ନିଜ ଜୀବନ ବଞ୍ଚିବାକୁ ଜମାରୁ ମଧ୍ୟ ପସନ୍ଦ କରିନଥାନ୍ତି । ସିଂହ ରାଶିର ଝିଅ ମାନଙ୍କ ପାଟିକୁ ଯାହା ବି କଥା ଆସିଥାଏ ।

ସେମାନେ ସେହି କଥାକୁ ଅନ୍ୟର ଆଗରେ କିଛି ନଭାବି ନବିଚାରୀ କହିଦେଇଥାନ୍ତି । ଏହି ରାଶିର ଝିଅ ମାନେ କଥା କଥାରେ ରାଗିଯାଇଥାନ୍ତି । ହେଲେ ଯଦି ଏମାନଙ୍କୁ କିଏ ଭଲରେ ମନେଇ ପାରିଥାଏ । ତେବେ ଏମାନେ ସଙ୍ଗେ ସଙ୍ଗେ ନିଜ କ୍ରୋଧକୁ ମଧ୍ୟ ତ୍ୟାଗ ମଧ୍ୟ କରିଦେଇଥାନ୍ତି ।

 

ବିଛା ରାଶି;- ଏହି ରାଶିର ଝିଅ ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି । ସେଠାରେ ସମସ୍ତଙ୍କୁ ଆପଣାର କରିଦେଇଥାନ୍ତି । ବିବାହ ପରେ ଏହି ରାଶିର ଝିଅ ମାନେ ନିଜ ସ୍ଵାମୀକୁ ନିଜ ଅଧୀନରେ କରି ରଖିଦେଇଥାନ୍ତି । ଏହି ଝିଅ ମାନଙ୍କର ସବୁଠାରୁ ଭଲ କଥା ହେଉଛି । ଏମାନେ ବିବାହ ପରେ ନିଜ ଶାଶୁଘର ପରିବାରର କଥା ବୁଝିଲା ବେଳେ ନିଜ ବାପାଘରର କଥା ମଧ୍ୟ ବୁଝାସୁଝା କରିପାରିଥାନ୍ତି ।

ହେଲେ ସ୍ଵଭାବରେ ଏମାନେ ସାମାନ୍ୟ ରାଗୀ ହୋଇଥାନ୍ତି କିନ୍ତୁ ସବୁ କାମକୁ ତୁଲେଇବାରେ ଏମାନେ ମାହୀର ହୋଇଥାନ୍ତି । ତେବେ ଏହି ରାଶିର ଝିଅ ମାନେ ବିବାହ ପରେ ନିଜ ଶାଶୁଘରେ ବେଶ ଭଲରେ ଚଳିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button